Commonwealth Games 2026: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ୱେଟଲିଫ୍ଟିଂରେ ଋଷିକାନ୍ତଙ୍କ ଜଲୱା

Jul 26, 2026 - 16:55
Commonwealth Games 2026: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ୱେଟଲିଫ୍ଟିଂରେ ଋଷିକାନ୍ତଙ୍କ ଜଲୱା

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ରେ ଭାରତ ପାଇଁ ଆସିଲା ପ୍ରଥମ ରୌପ୍ୟ ପଦକ। ଭାରତୀୟ ୱେଟଲିଫ୍ଟର ଋଷିକାନ୍ତ ସିଂହ ପୁରୁଷ ୬୦ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତି ଦେଶର ଗୌରବ ବଢ଼ାଇଛନ୍ତି।

ମଣିପୁରର ଋଷିକାନ୍ତ ସିଂହ ସ୍ନାଚ୍‌ରେ ୧୨୧ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ ଜର୍କରେ ୧୪୩ କିଲୋଗ୍ରାମ ସହ ମୋଟ ୨୬୪ କିଲୋଗ୍ରାମ ଭାର ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି। ତେବେ ଶେଷ ପ୍ରୟାସରେ ୧୫୧ କିଲୋଗ୍ରାମ ଉଠାଇବାରେ ବିଫଳ ହେବାରୁ ସେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ।

ମାଲେସିଆର ମହମ୍ମଦ ଆନିକ ବିନ୍ କାସଦାନ ୨୭୩ କିଲୋଗ୍ରାମର କମନୱେଲ୍ଥ ଗେମ୍ସ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅନ୍ୟପଟେ କେନିଆର ଜୋଶୁଆ ଆମୁଙ୍ଗା ମ୍ବୋୟା ୨୬୦ କିଲୋଗ୍ରାମ ଭାର ଉଠାଇ ବ୍ରୋଞ୍ଜ ପଦକ ନିଜ ନାମରେ କରିଛନ୍ତି।

ଋଷିକାନ୍ତଙ୍କ ଏହି ସଫଳତା ସହ କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତର ପଦକ ସଂଖ୍ୟାରେ ଯୋଡ଼ି ହୋଇଛି ପ୍ରଥମ ରୌପ୍ୟ ପଦକ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।