Three Sisters Marry One Man: ଜଣେ ଯୁବକଙ୍କୁ ବିବାହ କଲେ ତିନି ଭଉଣୀ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

Jul 26, 2026 - 18:12
Three Sisters Marry One Man: ଜଣେ ଯୁବକଙ୍କୁ ବିବାହ କଲେ ତିନି ଭଉଣୀ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଉତ୍ତର ପ୍ରଦେଶର ଅମରୋହାରୁ ସାମ୍ନାକୁ ଆସିଛି ଏକ ଅସାଧାରଣ ଘଟଣା। ତିନି ଜଣ ଯୁବତୀ ଜଣେ ଯୁବକଙ୍କୁ ବିବାହ କରିଛନ୍ତି। ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା ଓ ଆଇନଗତ ବିବାଦ।

ସରୋଜ, ସାବିତ୍ରୀ ଓ ସନ୍ତୋଷ ନାମକ ତିନି ଜଣ ଯୁବତୀ ବିକାଶ ନାମକ ଜଣେ କ୍ୟାମେରାମ୍ୟାନ୍‌ଙ୍କୁ ବିବାହ କରିଛନ୍ତି। ବିକାଶ ଗତ ୬ ମାସ ହେବ ସେମାନଙ୍କ ସୋସିଆଲ ମିଡିଆ ଭିଡିଓରେ ସ୍ୱାମୀ ଚରିତ୍ରରେ ନଜର ଆସୁଥିଲେ। ପ୍ରଥମେ ଲୋକେ ଏହାକୁ କେବଳ ରିଲ୍ସ କିମ୍ବା ଶୁଟିଂ ବୋଲି ଭାବିଥିଲେ, ମାତ୍ର ପରେ ସେମାନେ ସାମ୍ନାକୁ ଆସି ଏହା ଏକ ସତ୍ୟ ବିବାହ ବୋଲି ସ୍ପଷ୍ଟ କରିଛନ୍ତି।

ଛୋଟବେଳୁ ଏକାଠି ବଢ଼ିଥିବା ଏହି ତିନି ଭଉଣୀ ଅଲଗା ନ ହେବା ପାଇଁ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ସୋସିଆଲ ମିଡିଆରେ ହେଉଥିବା ସମାଲୋଚନା ପରେ ସେମାନେ ନିଜ ନିଷ୍ପତ୍ତି ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି।

"ଆମେ ପିଲାଦିନରୁ ଏକାଠି ରହିଆସିଛୁ ଏବଂ ଅଲଗା ହୋଇ ରହିବା କଥା ଚିନ୍ତା ବି କରିପାରୁନୁ। ଯେତେବେଳେ ବାହାଘର ଆମକୁ ଅଲଗା କରିଦେବ ବୋଲି ଜାଣିଲୁ, ଆମେ ଜୀବନ ହାରିଦେବାକୁ ବି ଭାବିଥିଲୁ। ପରେ ଆମେ ନିଷ୍ପତ୍ତି ନେଲୁ ଯେ ମରିବା ଅପେକ୍ଷା ଏକାଠି ରହି ଜଣଙ୍କୁ ବିବାହ କରିବୁ। ଆମେ ସମସ୍ତେ ପ୍ରାପ୍ତବୟସ୍କ ଏବଂ ନିଜ ଇଚ୍ଛାରେ ଏହି ନିଷ୍ପତ୍ତି ନେଇଛୁ।"

ଅନ୍ୟପଟେ ବିକାଶ କହିଛନ୍ତି, ତିନି ଯୁବତୀଙ୍କ ଦୃଢ଼ ସମ୍ପର୍କକୁ ସମ୍ମାନ ଜଣାଇ ସେ ଏହି ବିବାହ ପାଇଁ ରାଜି ହୋଇଥିଲେ। ତେବେ ଯେଉଁ ମା' ଚାମୁଣ୍ଡା ମନ୍ଦିରରେ ବିବାହ ହୋଇଥିବା ଦାବି କରାଯାଉଛି, ସେହି ମନ୍ଦିର କର୍ତ୍ତୃପକ୍ଷ ଏଭଳି କୌଣସି ବିବାହ ବିଷୟରେ ଜାଣିନଥିବା କହିଛନ୍ତି।

ଏହି ଘଟଣା ପରେ ହିନ୍ଦୁ ବିବାହ ଆଇନକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ହିନ୍ଦୁ ବିବାହ ଆଇନ, ୧୯୫୫ ଅନୁଯାୟୀ ଜୀବିତ ପତ୍ନୀ ଥିବାବେଳେ ଜଣେ ହିନ୍ଦୁ ପୁରୁଷ ଆଉ ଏକ ବିବାହ କରିପାରିବେ ନାହିଁ। ଏଭଳି ବିବାହ ଆଇନଗତ ଭାବେ ବୈଧ ନୁହେଁ ଏବଂ ଏହାକୁ ନେଇ ଆପରାଧିକ ବ୍ୟବସ୍ଥା ମଧ୍ୟ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।