Street Lights Removed After Election: ନିର୍ବାଚନ ହାରିବା ପରେ ରାଗ ସୁଝାଇଲେ ନେତା! ଏକାଧିକ ଗାଁରୁ ଖୋଲିନେଲେ ଷ୍ଟ୍ରିଟ୍ ଲାଇଟ୍
ନିର୍ବାଚନ ହାରିଯିବାରୁ ରାଗ ସୁଝାଇଲେ ନେତା।
ଖୋଲିନେଲେ ଷ୍ଟ୍ରିଟ୍ ଲାଇଟ୍, ଅନ୍ଧାରରେ ୪ ଗାଁ।
ଭୋଟ୍ ନଦେବାରୁ ଜନତାଙ୍କୁ ଅନ୍ଧାରରେ ଛାଡ଼ିଦେଲେ।
ଭୋଟ୍ ଦେଲେ ଲାଇଟ୍ ଜଳିବ, ଭୋଟ୍ ହାରିଲେ ଅନ୍ଧାର।
ନିର୍ବାଚନରେ ହାରିବା ପରେ ଗାଁରୁ ଷ୍ଟ୍ରିଟ୍ ଲାଇଟ୍ ଖୋଲି ନେଇଯିଆଯାଇଛି।
ଏପରି ଏକ ଘଟଣା ରାଜସ୍ଥାନ ପୀପଲୁ ପଞ୍ଚାୟତ ସମିତିର ୪ ୱାର୍ଡ ନମ୍ବର ଅଞ୍ଚଳରୁ ସାମ୍ନାକୁ ଆସିଛି।
Advertisment ରିପୋର୍ଟ ମୁତାବକ, ନିୱାଇ ବିଧାୟକଙ୍କ ବ୍ୟକ୍ତିଗତ ସହାୟକଙ୍କ ସ୍ତ୍ରୀ ପ୍ରିୟଙ୍କା ଶର୍ମା ଟୋଙ୍କ ଜିଲ୍ଲାରେ ପଞ୍ଚାୟତ ସମିତି ନିର୍ବାଚନ ଲଢ଼ୁଥିଲେ।
ହେଲେ ନିର୍ବାଚନରେ ସେ ହାରିଯାଇଥିଲେ।
ଆଉ ଏହା ପରେ ହିଁ ଗାଁରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ଖୋଲିବା ଆରମ୍ଭ ହୋଇଥିବା ଅଭିଯୋଗ ହୋଇଛି ।
ପୀପଲୁ ପଞ୍ଚାୟତର ୪ଟି ଗାଁରେ ଦୀପାବଳି ପୂର୍ବରୁ ପ୍ରାୟ ୫୦ଟି ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିଲା।
ଏହାଦ୍ୱାରା ରାତିରେ ଗାଁ ରାସ୍ତା ଆଲୋକିତ ହେଉଥିଲା।
କିନ୍ତୁ ନିର୍ବାଚନ ଫଳାଫଳ ପରେ ବିଦ୍ୟୁତ୍ ବିଭାଗର ଟିମ୍ ପହଞ୍ଚି ପ୍ରାୟ ୧୦ଟି ଖୁଣ୍ଟରୁ ଲାଇଟ୍ ଖୋଲି ନେଇଥିଲା।
ଏହାକୁ ନେଇ ଗ୍ରାମବାସୀ ବିରୋଧ କରିଥିଲେ।
ଆଉ ଏହାକୁ ନିର୍ବାଚନୀ ହାରର ପ୍ରତିଶୋଧ ବୋଲି ଅଭିଯୋଗ କରୁଥିଲେ।
ତେବେ ବିଦ୍ୟୁତ୍ ବିଭାଗ ଏହାକୁ ଖଣ୍ଡନ କରିଛି ।
Advertisment ବିଭାଗର କହିବା ଅନୁସାରେ, ବିନା ଅନୁମତିରେ ବିଦ୍ୟୁତ୍ ଖୁଣ୍ଟରୁ ଲାଇଟ୍ ଲଗାଯାଇଥିଲା।
ତେଣୁ ନିୟମ ଅନୁସାରେ ଏହାକୁ ହଟାଇବାକୁ ପଦକ୍ଷେପ ନିଆଯାଇଛି।
ହେଲେ ଏଠି ପ୍ରଶ୍ନ ଉଠୁଛି, ଯଦି ଲାଇଟ୍ଗୁଡ଼ିକ ବେଆଇନ ଭାବେ ଲଗାଯାଇଥିଲା, ତେବେ ଆଗରୁ କାହିଁକି ହଟାଯାଇନଥିଲା ?
ନିର୍ବାଚନ ଫଳାଫଳ ପରେ ହିଁ କାହିଁକି ହଟାଇବାକୁ ପଡ଼ିଲା ?
ଏହାର ଉତ୍ତର ଏବେ ବିଦ୍ୟୁତ୍ ବିଭାଗର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
