Strait of Hormuz: ହର୍ମୁଜ୍ ପ୍ରଣାଳୀରେ ପୁଣି ନାକାବନ୍ଦୀ!: ୩ ତେଲ ଟ୍ୟାଙ୍କରକୁ ଟାର୍ଗେଟ କଲା ଇରାନ
"ତେହେରାନ: ପଶ୍ଚିମ ଏସିଆରେ ଯୁଦ୍ଧ ଏବଂ ଶାନ୍ତି ମଧ୍ୟରେ ଚାଲିଥିବା ଟଣାଓଟରା ଏକ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି।
ବୁଧବାର ସକାଳେ ଇରାନ ହର୍ମୁଜ୍ ପ୍ରଣାଳୀରେ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରି ତିନୋଟି ଅନ୍ତର୍ଜାତୀୟ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରି ଜବତ କରିଛି।
ଇରାନର ଏପରି ନାକାବନ୍ଦୀ ତଥା ଆକ୍ରମଣାତ୍ମକ କାର୍ଯ୍ୟ ବିଶ୍ୱ ତୈଳ ବଜାର ଏବଂ ଅନ୍ତର୍ଜାତୀୟ କୂଟନୀତିରେ ଆଲୋଡ଼ନ ସୃଷ୍ଟି କରିଛି।
ଇରାନର ସରକାରୀ ଗଣମାଧ୍ୟମ ଏବଂ ରିଭୋଲ୍ୟୁସନରୀ ଗାର୍ଡ (ଆଇଆରଜିସି)ର ବିବୃତି ଅନୁସାରେ, ଏହି କାର୍ଯ୍ୟାନୁଷ୍ଠାନ ବୁଧବାର ସକାଳେ ହୋଇଛି।
ଇରାନ ସେନା ଦାବି କରିଛି ଯେ, ତିନୋଟି ତେଲ ଟ୍ୟାଙ୍କରକୁ ବାରମ୍ବାର ଚେତାବନୀ ଦିଆଯାଇଥିଲା,କିନ୍ତୁ ସେମାନେ ସାମୁଦ୍ରିକ ପ୍ରୋଟୋକଲ୍ ଏବଂ ଇରାନ ଚେତାବନୀକୁ ସମ୍ପୂର୍ଣ୍ଣ ଅଣଦେଖା କରିଥିଲେ।Advertisment ଇରାନ ସଶସ୍ତ୍ର ବାହିନୀ ପରେ ସେମାନଙ୍କୁ ଟାର୍ଗେଟ କରି ସମୁଦ୍ର ମଧ୍ୟଭାଗରେ ଅଟକାଇ ଦେଇଥିଲେ।
ଏହି ଟ୍ୟାଙ୍କରଗୁଡ଼ିକ କେଉଁ ଦେଶର ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ,କିନ୍ତୁ ଏହି ଘଟଣା ଲୋହିତ ସାଗର ଏବଂ ହର୍ମୁଜ୍ ପ୍ରଣାଳୀରେ ଜାରି ରହିଥିବା ଉତ୍ତେଜନାକୁ ଆହୁରି ସଙ୍କଟ ଜନକ କରିଛି।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଥିଲେ ଯେ, ଇରାନୀର ଜବତ ହୋଇଥିବା ସମ୍ପତ୍ତିରୁ ଯୁଦ୍ଧରେ କ୍ଷତିଗ୍ରସ୍ତ ଜାହାଜକୁ କ୍ଷତିପୂରଣ ଦିଆଯିବ।ଏହି ନିଷ୍ପତ୍ତିର ପ୍ରତିଶୋଧ ଭାବରେ ଇରାନର ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି।
ତେହେରାନ ଟ୍ରମ୍ପଙ୍କ ଘୋଷଣାକୁ ଦେଶର ସାର୍ବଭୌମତ୍ୱ ଉପରେ ଆକ୍ରମଣ ବୋଲି ବର୍ଣ୍ଣନା କରିଛି।
Iran Attack: ପୁଣି ବାରୁଦରେ ଜଳିଲା ମଧ୍ୟପ୍ରାଚ୍ୟ: ଆମେରିକୀୟ ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ଇରାନ ଇରାନର ସର୍ବୋଚ୍ଚ ସାମରିକ କମାଣ୍ଡ ମୁଖ୍ୟାଳୟ, ଖାତମ ଅଲ-ଆନବିୟାର ମୁଖପାତ୍ର ଇବ୍ରାହିମ ଜୁଲଫିକାରି ଏକ କଠୋର ଚେତାବନୀ ଜାରି କରି ଟ୍ରମ୍ପଙ୍କ ପ୍ରସ୍ତାବକୁ ବେଆଇନ ବୋଲି କହିଛନ୍ତି।
ଜୁଲଫିକାରି କହିଛନ୍ତି ଯେ, ଯଦି କୌଣସି ଦେଶ କିମ୍ବା କମ୍ପାନି ଇରାନର ଜବତ ସମ୍ପତ୍ତିକୁ ଛୁଇଁବ, ତେବେ ସେହି ଦେଶର ଜାହାଜଗୁଡ଼ିକୁ ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଦିଆଯିବ ନାହିଁ।
ବୁଧବାରର ଆକ୍ରମଣ ଏହି ପଦକ୍ଷେପର ଏକ ଅଂଶ ବୋଲି ଅନୁମାନ କରାଯାଉଛି।
ହର୍ମୁଜ୍ ପ୍ରଣାଳୀ ହେଉଛି ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ଏବଂ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ, ଯାହା ବିଶ୍ୱର ତୈଳ ଯୋଗାଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବହନ କରେ।
ଇରାନ ଏବେ ଖୋଲାଖୋଲି ଚେତାବନୀ ଦେଇଛି ଯେ, ଟ୍ରମ୍ପଙ୍କ କଠୋର ଆଭିମୁଖ୍ୟର ଜବାବ ସାମରିକ ଶକ୍ତି ଦ୍ବାରା ଦିଆଯିବ।
ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଘୋଷଣା ବିଶେଷଜ୍ଞମାନଙ୍କ ଅନୁସାରେ, ଯଦି ଇରାନ ଏହିପରି ଭାବେ ଟ୍ୟାଙ୍କରଗୁଡ଼ିକୁ ଟାର୍ଗେଟ୍ କରିଚାଲିଥାଏ, ତେବେ ବିଶ୍ୱ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇପାରେ ଏବଂ ଆମେରିକା ତଥା ଇରାନ ମଧ୍ୟରେ ସିଧାସଳଖ ଯୁଦ୍ଧ ହୋଇପାରେ।
ବର୍ତ୍ତମାନ, ଆମେରିକାର କେନ୍ଦ୍ରୀୟ କମାଣ୍ଡ ପରିସ୍ଥିତି ଉପରେ ନଜର ରଖିଛି ଏବଂ ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଘୋଷଣା କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।