Strait of Hormuz: ହର୍ମୁଜ୍‌ରେ ପୁଣି ଜାହାଜ ବିସ୍ଫୋରଣ: ଅଜଣା କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ

Sep 13, 2026 - 10:52
Strait of Hormuz: ହର୍ମୁଜ୍‌ରେ ପୁଣି ଜାହାଜ ବିସ୍ଫୋରଣ: ଅଜଣା କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ

"ତେହେରାନ: ହର୍ମୁଜ୍ ପ୍ରଣାଳୀରେ ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଥମିବାର ନା ଧରୁନି।

ସାମୁଦ୍ରିକ କ୍ଷେତ୍ରକୁ ନିଜ ନିୟନ୍ତ୍ରଣରେ ନେବାକୁ ଯୁଦ୍ଧ ଜାରି ରହିଛି।

ଉଭୟ ଦେଶ ହର୍ମୁଜ୍ ଉପରେ ନିୟନ୍ତ୍ରଣ ଦାବି କରୁଛନ୍ତି, ଏହି ସମୟରେ, ଏହି ସାମୁ୍ଦ୍ରିକ ପଥ ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ବିପଦର ଆଶଙ୍କା ରହିଛି।

ୟୁନାଇଟେଡ୍ କିଙ୍ଗଡମ୍ ମେରିଟାଇମ୍ ଟ୍ରେଡ୍ ଅପରେସନ୍ସ ସେଣ୍ଟର୍‌ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ହର୍ମୁଜ୍ ପ୍ରଣାଳୀରେ ଆଉ ଏକ ଜାହାଜ ଉପରେ ଆକ୍ରମଣ କରାଯାଇଛି।Advertisment ଅଜଣା କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ ଏହି ଆକ୍ରମଣ ଏକ ଅଜଣା କ୍ଷେପଣାସ୍ତ୍ର ଦ୍ବାରା କରାଯାଇଛି।

କିନ୍ତୁ ଜାହାଜଟି କେଉଁ ଦେଶର ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।ୟୁନାଇଟେଡ୍ କିଙ୍ଗଡମ୍ ମେରିଟାଇମ୍ ଟ୍ରେଡ୍ ଅପରେସନ୍ସ ସେଣ୍ଟର୍ ପକ୍ଷରୁ ସୋସିଆଲ ମିଡିଆରେ ଏହାର ଏକ ଚିତ୍ର ପୋଷ୍ଟ କରି କୁହାଯାଇଛି ଯେ, ଜାହାଜଟି ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରୁଥିବା ସମୟରେ ଏକ ଅଜଣା କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିଲା।

ତେବେ କ୍ରୁ ସଦସ୍ୟଙ୍କ ସଂଖ୍ୟା, କ୍ଷତିର ପରିମାଣ କିମ୍ବା ପ୍ରଭାବର ପରିମାଣ ସମ୍ପର୍କରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ।

ଏନେଇ ତଦନ୍ତ ଚାଲିଛି।

ଏହି ମାର୍ଗରେ ଯାତାୟାତ କରୁଥିବା ଜାହାଜଗୁଡ଼ିକୁ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି।

Attack: ୯/୧୧ ଆକ୍ରମଣ ପୂର୍ବରୁ ଲାଡେନର ହିଟ୍ ଲିଷ୍ଟରେ ଥିଲା ଭାରତ: ୨୫ ବର୍ଷ ପରେ ଗୁପ୍ତ ଗୁଇନ୍ଦା ରିପୋର୍ଟ ପ୍ରକାଶ କଲା ସିଆଇଏ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)