Strait of Hormuz: ପାରସ୍ୟ ଉପସାଗରରେ ବାରମ୍ବାର ଆକ୍ରମଣ; ୮୦୦ରୁ ଅଧିକ ଜାହାଜ ଉପରେ ରଖାଯାଇଛି ନଜର

Nov 20, 2026 - 20:05
Strait of Hormuz: ପାରସ୍ୟ ଉପସାଗରରେ ବାରମ୍ବାର ଆକ୍ରମଣ; ୮୦୦ରୁ ଅଧିକ ଜାହାଜ ଉପରେ ରଖାଯାଇଛି ନଜର

ନୂଆଦିଲ୍ଲୀ: ହର୍ମୁଜ୍‌ ପ୍ରଣାଳୀ ନିକଟରେ ଭାରତୀୟ ଜାହାଜ ଓ ନାବିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।

ଏହି ଅଞ୍ଚଳରେ ଭାରତୀୟ ପତାକା ଲାଗିଥିବା କିମ୍ବା ଭାରତର ସ୍ୱାର୍ଥ ସହ ଜଡ଼ିତ ୯ଟି ଜାହାଜ ଉପରେ କେନ୍ଦ୍ର ସରକାର ସ୍ୱତନ୍ତ୍ର ନଜର ରଖିଛନ୍ତି।

ପାରସ୍ୟ ଉପସାଗର ଓ ହର୍ମୁଜ୍‌ ଆଖପାଖରେ ବାଣିଜ୍ୟିକ ଜାହାଜ ଉପରେ ବାରମ୍ବାର ଆକ୍ରମଣ ଘଟୁଥିବାରୁ ଭାରତ ସରକାର ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି।

Advertisment କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍‌ ଗୁରୁବାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ।

ଏଥିରେ ଭାରତୀୟ ଜାହାଜ ଓ ନାବିକଙ୍କ ସୁରକ୍ଷା ସ୍ଥିତି ଆଲୋଚନା ହୋଇଥିଲା।

ସମ୍ବେଦନଶୀଳ ସାମୁଦ୍ରିକ ଅଞ୍ଚଳରେ ନଜରଦାରି ବଢ଼ାଇବା, ଜାହାଜ ଚାଳକଙ୍କୁ ସମୟୋଚିତ ସୁରକ୍ଷା ସୂଚନା ଦେବା ଏବଂ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ନାବିକମାନଙ୍କୁ ସଚେତନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ନଭେମ୍ବର ୧୦ରୁ ୧୮ ମଧ୍ୟରେ ପାରସ୍ୟ ଉପସାଗର ଓ ହର୍ମୁଜ୍‌ ନିକଟରେ ଭାରତୀୟ ନାବିକ ଥିବା ବାଣିଜ୍ୟିକ ଜାହାଜ ସହ ଅନ୍ତତଃ ପାଞ୍ଚଟି ଆକ୍ରମଣ ଓ ସୁରକ୍ଷା ସମ୍ପର୍କିତ ଘଟଣା ସାମ୍ନାକୁ ଆସିଛି।

ନଭେମ୍ବର ୧୬ରେ ଓମାନ ଉପକୂଳ ନିକଟରେ 'ତାରା ଗ୍ୟାସ୍‌' ନାମକ ଏକ ଏଲ୍‌ପିଜି ଟ୍ୟାଙ୍କର୍‌ ଉପରେ ପ୍ରକ୍ଷେପାସ୍ତ୍ର ମାଡ଼ ହୋଇଥିଲା।

ଏହି ଜାହାଜରେ ୨୪ ଜଣ ଭାରତୀୟ ନାବିକ ଥିଲେ।

ସେମାନଙ୍କ ମଧ୍ୟରୁ ଦୁଇଜଣ ଆହତ ହୋଇ ଚିକିତ୍ସିତ ହୋଇଥିଲେ।

ଏହି ଘଟଣା ପରେ ଭାରତ ସରକାର ସାମୁଦ୍ରିକ ପଥର ସୁରକ୍ଷା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ।

Strait Of Hormuz: ହର୍ମୁଜ୍‌ ପ୍ରଣାଳୀ ଦେଇ ସାପ୍ତାହିକ ଜାହାଜ ଯାତାୟତ ୫୫କୁ ବଢ଼ିଲା ମନ୍ତ୍ରଣାଳୟର 'ଇ-ନାବିକ' ଟ୍ରାକିଂ ବ୍ୟବସ୍ଥା ମାଧ୍ୟମରେ ହର୍ମୁଜ୍‌ର ପଶ୍ଚିମ ପାର୍ଶ୍ୱ ପାରସ୍ୟ ଉପସାଗରରେ ୮୦୦ରୁ ଅଧିକ ଜାହାଜ ଏବଂ ପୂର୍ବ ପାର୍ଶ୍ୱ ଓମାନ ଉପସାଗରରେ ୨୦୦ରୁ ଅଧିକ ଜାହାଜର ଗତିବିଧି ଉପରେ ନଜର ରଖାଯାଉଛି।

ଏପର୍ଯ୍ୟନ୍ତ ଭାରତୀୟ ପତାକା ଲାଗିଥିବା କିମ୍ବା ଭାରତ ପାଇଁ ସାମଗ୍ରୀ ନେଇ ଯାଉଥିବା ଜାହାଜ ହର୍ମୁଜ୍‌ ଦେଇ ୮୬ ଥର ଯାତାୟାତ କରିଛନ୍ତି।

ବିଦେଶ ମନ୍ତ୍ରଣାଳୟ, ଭାରତୀୟ ଦୂତାବାସ, ଜାହାଜ କମ୍ପାନି ଓ ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକ ସହ ସମନ୍ୱୟ ରଖିବାକୁ ମଧ୍ୟ ସୋନୋୱାଲ୍‌ ନିର୍ଦ୍ଦେଶ ଦେଇଛନ୍ତି।

ଆକ୍ରମଣରେ ପ୍ରଭାବିତ ନାବିକଙ୍କ ପରିବାରକୁ କ୍ଷତିପୂରଣ ଓ ଆବଶ୍ୟକ ସହାୟତା ପ୍ରଦାନର ସ୍ଥିତି ମଧ୍ୟ ସେ ସମୀକ୍ଷା କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)