Price hike: ବଡ଼ ଧରଣର ବୃଦ୍ଧି ହେବାକୁ ଯାଉଛି ପ୍ରିମିୟମ୍ ସ୍ମାର୍ଟଫୋନ ଦର
ନୂଆଦିଲ୍ଲୀ: ପ୍ରିମିୟମ୍ ସ୍ମାର୍ଟଫୋନ ଦରରେ ଆଗକୁ ବଡ଼ ଧରଣର ବୃଦ୍ଧି ହେବାକୁ ଯାଉଛି।
ଫୋନ୍ ପିଛା ଦର ୧ ଲକ୍ଷ ଟଙ୍କାରୁ ଅଧିକ ହୋଇଯିବ।
ମେମୋରି ଚିପ ଦରବୃଦ୍ଧି ପରେ ଏଭଳି ଆଶଙ୍କା ଦେଖାଦେଇଥିବା କାଉଣ୍ଟରପଏଣ୍ଟ ରିସର୍ଚ୍ଚ କହିଛି।
୨୦୨୬ ଶେଷ ସୁଦ୍ଧା ପ୍ରିମିୟମ ସ୍ମାର୍ଟଫୋନ୍ ଦାମ୍ରେ ୩୦% ବୃଦ୍ଧି ହେବ ବୋଲି ଏହା ଆକଳନ କରିଛି।
କାଉଣ୍ଟରପଏଣ୍ଟ ରିସର୍ଚ୍ଚ କହିଛି, ଦିନ ଥିଲା ଲକ୍ଷେ ଟଙ୍କିଆ ଫୋନ୍ ଭାରତରେ ବିରଳ ଥିଲା।
କିନ୍ତୁ ଲଗାତାର ଭାବେ ଫୋନ୍ଗୁଡ଼ିକର ଦାମ୍ ବଢ଼ୁଥିବାରୁ ତାହା ସାଧାରଣ ଘଟଣାରେ ପରିଣତ ହେବାକୁ ଯାଉଛି।
Advertisment ଫୋନ୍ ତିଆରି ଖର୍ଚ୍ଚରେ ମେମୋରି ଚିପ୍ର ଭାଗ ୪୩ ପ୍ରତିଶତ ରହୁଛି।
ତେଣୁ ତାହାର ଦରବୃଦ୍ଧି ଫୋନ୍ ଦାମ୍କୁ ବଢ଼ାଉଛି।
ଫୋନ୍ ଦାମ୍ ବଢ଼ିବା ସହ ଗ୍ରାହକମାନେ ସେଥିରେ ନୂଆ ନୂଆ ସୁବିଧା ଖୋଜୁଛନ୍ତି।
ବିଶେଷ କରି ପ୍ରୋସେସିଂ ସ୍ପିଡ୍, କ୍ୟାମେରା, ବ୍ୟାଟେରି, ଦୀର୍ଘସ୍ଥାୟିତ୍ବ ଓ ବିକ୍ରି ପରବର୍ତ୍ତୀ ସେବାରେ ସେମାନେ ଅଧିକ କିଛି ଚାହୁଛନ୍ତି, ଯାହା ପ୍ରଦାନ କରିବା କମ୍ପାନିଗୁଡ଼ିକ ପାଇଁ ଆହ୍ବାନ ଭାବେ ଉଭା ହୋଇଛି।
ରିପୋର୍ଟ ଅନୁସାରେ, ଓପୋର ଫ୍ଲାଗ୍ସିପ୍ ସ୍ମାର୍ଟଫୋନ୍ ଦାମ୍ରେ ବାର୍ଷିକ ଭିତ୍ତିରେ ସର୍ବାଧିକ ୮୨-୮୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।
Mobile Phone: ସ୍ମାର୍ଟଫୋନ୍ ଦରବୃଦ୍ଧି ଭାରତର ସର୍ବାଧିକ ୨୧%, ୪୦ ମଡେଲ୍ର ଦାମ୍ ବଢ଼ିଛି ଅଲ୍ଟ୍ରା ପ୍ରିମିୟମ୍ ଆଇଫୋନ୍ ନାମ୍ରେ ୨୦-୨୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।
ଦେଶରେ ଏବେ କୌଣସି ନିର୍ଦ୍ଦିଷ୍ଟ ଫୋନ୍ ନାହିଁ, ଯାହାକୁ ଶ୍ରେଷ୍ଠ ପ୍ରିମିୟମ ସ୍ମାର୍ଟଫୋନ୍ କୁହାଯାଇପାରିବ।
ଆପଲ୍ ଓ ସାମସଙ୍ଗର ପ୍ରିମିୟମ୍ ଫୋନ୍ ଦାମ୍ ୨ ଲକ୍ଷ ଟଙ୍କା ପାଖାପାଖି ପହଞ୍ଚିଛି।
ଏହାର ସୁଯୋଗ ନେଇ ଆଇକ୍ୟୁ ଓ ଗୁଗଲ୍ ଭଳି ବ୍ରାଣ୍ଡ୍ କମ୍ ଦାମ୍ରେ ଉନ୍ନତ ଧରଣର ସୁବିଧାସୁଯୋଗ ଥିବା ଫୋନ୍ ଉପଲବ୍ଧ କରାଇଛନ୍ତି।
ହାର୍ଡୱେର ବ୍ୟତୀତ ଫୋନ୍ରେ ମିଳୁଥିବା ସୁବିଧାସୁଯୋଗ ଏବେ ଗ୍ରାହକଙ୍କୁ ଆକର୍ଷିତ କରିବାର ବଡ଼ ମାଧ୍ୟମ ପାଲଟିଛି।
ବିଶେଷ କରି କର୍ମଜୀବୀମାନେ ଲାପ୍ଟପ୍ ବ୍ୟତୀତ ନିଜ ପାଖରେ ଯେଉଁ ଫୋନ ରଖୁଛନ୍ତି, ସେହି ଅଫିସ୍ର ଅଧିକାଂଶ କାମ ଯେଭଳି ହୋଇପାରିବ, ତାହା ଚାହୁଛନ୍ତି।
ନିକଟରେ ସାମସଙ୍ଗ ତରଫରୁ ସ୍ମାର୍ଟଫୋନ୍ ଦାମ୍ରେ ୨୦୦୦-୪୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।
ଦୀପାବଳି ପୂର୍ବରୁ କମ୍ପାନି ଏହାର ଗାଲାକ୍ସି ଏସ୍୨୬ ଦାମ୍ରେ ୧୭ ପ୍ରତିଶତ ବୃଦ୍ଧି କରିଥିଲା।
ଚୀନର ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଶାଓମି ମଧ୍ୟ ଏହାର ବିଭିନ୍ନ ଡିଭାଇସ୍ ଦାମ୍ରେ ଭିନ୍ନ ଭିନ୍ନ ଧରଣର ବୃଦ୍ଧି କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
