Story: ପୋଷାକରେ ପ୍ରସବ କାହାଣୀ

Sep 04, 2026 - 06:31
Story: ପୋଷାକରେ ପ୍ରସବ କାହାଣୀ

"ରାମ୍ପରେ ଅନେକ ସୁନ୍ଦର ଓ ଆକର୍ଷଣୀୟ ଗାଉନ୍ ଦେଖିବାକୁ ମିଳେ।

କିନ୍ତୁ ଫ୍ୟାସନ୍ ଯେତେବେଳେ ମାତୃତ୍ୱର କାହାଣୀ କହେ, ସେତେବେଳେ ଏକ ଗାଉନ୍ ମଧ୍ୟ ହୋଇଯାଏ ଭାବନାର ପ୍ରତୀକ। "ମିସ୍ ଵାର୍ଲଡ୍‌ ଉଗାଣ୍ଡା" ମୁହୋଜା ଟ୍ରିଭିଆ ଏଲି ପିନ୍ଧିଥିବା ଏହି ଅନନ୍ୟ ଗାଉନ୍ ଠିକ୍ ସେହିଭଳି ଏକ ଡିଜାଇନ୍।ଡିଜାଇନର୍ କିସା ଅବଦୁଲ୍ଲା ଏହି ବିଶେଷ ଗାଉନ୍ ତିଆରି କରିଛନ୍ତି।

କିସାଙ୍କ ଲକ୍ଷ୍ୟ କେବଳ ଏକ ସୁନ୍ଦର ପୋଷାକ ତିଆରି କରିବା ନଥିଲା।

ସେ ଚାହୁଁଥିଲେ, ଗାଉନ୍‌ଟି ନିଜେ ଏକ କାହାଣୀ କହୁ।

ଶିଶୁ ଜନ୍ମର ଚମତ୍କାରିକା ଏବଂ ମାତୃତ୍ୱର ଗଭୀର ଅନୁଭବ ତାଙ୍କୁ ଏହି ନିଆରା ଡିଜାଇନ୍ ପାଇଁ ପ୍ରେରଣା ଦେଇଥିଲା।

ଗାଉନ୍‌ର ସବୁଠାରୁ ବଡ଼ ବିଶେଷତା ହେଉଛି ଏହାର ସାତଟି ସ୍ତର।Advertisment El Nino: ଅତି ଶକ୍ତିଶାଳୀ ହେବ ଏଲ୍‌ ନିନୋ, ଫେବ୍ରୁଆରି ପର୍ଯ୍ୟନ୍ତ ପ୍ରଭାବ ସି-ସେକ୍ସନ୍‌ ମାଧ୍ୟମରେ ଶିଶୁ ଜନ୍ମ ସମୟରେ ଶରୀରର ଯେଉଁ ସାତଟି ପ୍ରମୁଖ ସ୍ତର ଅତିକ୍ରମ କରାଯାଏ, ସେହି ଧାରଣାକୁ ଆଧାର କରି ଗାଉନ୍‌ଟି ଡିଜାଇନ୍ କରାଯାଇଛି।

ପ୍ରଥମ ସ୍ତରରେ ଚର୍ମ, ଦ୍ୱିତୀୟରେ ଚର୍ବି, ତୃତୀୟରେ ଫାସିଆ, ଚତୁର୍ଥରେ ମାଂସପେଶୀ, ପଞ୍ଚମରେ ପେରିଟୋନିୟମ୍, ଷଷ୍ଠରେ ଗର୍ଭାଶୟ ଏବଂ ସପ୍ତମ ସ୍ତରରେ ଆମ୍ନିଓଟିକ୍ ଥଳିକୁ ପ୍ରତୀକାତ୍ମକ ଭାବେ ଦର୍ଶାଯାଇଛି।

ଏହି ଡିଜାଇନ୍‌କୁ ଆହୁରି ଭାବପ୍ରବଣ କରିଛି ଡିଜାଇନର୍ କିସା ଅବଦୁଲ୍ଲାଙ୍କ ନିଜ ଅନୁଭବ।

ସେ ନିଜେ ନିକଟ ଅତୀତରେ ମାତୃତ୍ବଲାଭ କରିଛନ୍ତି।

ଗାଉନ୍‌ଟିକୁ ଆକର୍ଷଣୀୟ ଓ ବାସ୍ତବ ରୂପ ଦେବା ପାଇଁ ରଙ୍ଗ ଚୟନରେ ମଧ୍ୟ ଅନେକ ପରୀକ୍ଷାନିରୀକ୍ଷା କରାଯାଇଥିଲା।

ଶେଷରେ ଏହି ନିଆରା ଗାଉନ୍ ପ୍ରସ୍ତୁତ ହେଲା, ଯାହା ଫ୍ୟାସନ୍ ସହ ମାତୃତ୍ୱର ଗଭୀର ଅନୁଭବର ସୁନ୍ଦର ସମ୍ମିଶ୍ରଣ।

Odisha police: ସନ୍ଧ୍ୟାରେ ଦାୟିତ୍ୱ ଗ୍ରହଣ, ରାତିରେ ଜୋରଦାର ଚେକିଂ କଲେ ପୁଲିସ ବାବୁ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)