Storm: ଗଛ ପଡ଼ି ଉମରକୋଟ-ଡ଼ାବୁଗାଁ ରାସ୍ତା ଅବରୋଧ, ଜନଜୀବନ ପ୍ରଭାବିତ
ଝରିଗାଁ (ରମେଶ ପଟ୍ଟନାୟକ): ନବରଂଗପୁର ଜିଲ୍ଲାର ଝରିଗାଁ ଅଞ୍ଚଳରେ ଆଜି ଅପରାହ୍ଣରେ କାଳବୈଶାଖୀ ସହିତ ଘଡ଼ଘଡ଼ି ବର୍ଷା ଏବଂ ବଜ୍ରପାତ ହୋଇଛି। ଝରିଗାଁ ବ୍ଲକରେ କାଳବୈଶାଖୀର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ସହ ପ୍ରବଳ ପବନ ହୋଇଛି। ଝରିଗାଁ ବ୍ଳଜ ଅନ୍ତର୍ଗତ ବକଡ଼ା ବେଡା ବସଷ୍ଟାଣ୍ଡ ନିକଟରେ ଆଜି ପ୍ରାୟ ୩ ଘଣ୍ଟା ସମୟରେ ରାସ୍ତା ପାର୍ଶ୍ଵରେ ଥିବା ଏକ ବିରାଟ ଗଛ ମୂଳରୁ ଉପାଡି ହୋଇ ରାସ୍ତା ଉପରେ ପଡ଼ିଯାଇଛି। ଫଳରେ ଉମରକୋଟ-ଡ଼ାବୁଗାଁ ରାସ୍ତା ଅବରୋଧ ହୋଇଯାଇଛି।
ସେହିଭଳି ଗୋଟିଏ ବିଦ୍ୟୁତ ଖୁଣ୍ଟ ହୋଟେଲ ଉପରେ ପଡ଼ି ଯିବା ଯୋଗୁଁ ହୋଟେଲର ଆଜବେଷ୍ଟସ ନଷ୍ଟ ହୋଇଛି। ରାସ୍ତା ଉପରୁ ଗଛ ହଟା ଯାଇ ନଥିବା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ଅଟକି ରହିଛି।
ଆହୁରି ପଢ଼ନ୍ତୁ: Kalabaishakhi ରାଉରକେଲାରେ ପୁଣି କାଳବୈଶାଖୀ, ବ୍ୟାପକ କ୍ଷୟକ୍ଷତି
ସେହିଭଳି ଗୋଟିଏ ଆମ୍ବୁଲାନ୍ସ ରାସ୍ତା ଅବରୋଧ ଯୋଗୁଁ ଅନ୍ୟ ଏକ ରାସ୍ତା ଦେଇ ଯାଇଛି।ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତାରୁ ଗଛ ହଟାଇବା ପାଇଁ କେହି ଆସିନଥିବା ସୂଚନା ମିଳିଛି।
ଆହୁରି ଦେଖନ୍ତୁ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।