22 JULY 2026

Welcome!

Unlock your personalized experience.
Sign Up

Blast: ବାଣ ବିସ୍ଫୋରଣରେ ଜଳିଗଲା ଘର, ବୃଦ୍ଧା ଆହତ

Jun 04, 2026 - 18:26
Blast: ବାଣ ବିସ୍ଫୋରଣରେ ଜଳିଗଲା ଘର, ବୃଦ୍ଧା ଆହତ

ମହାକାଳପଡ଼ା (ସଞ୍ଜୟ ଦାସ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତେରଗାଁ ପଞ୍ଚାୟତ ଓସ୍ତର ଗ୍ରାମରେ ଜଣେ ବ୍ୟକ୍ତି ବେଆଇନ ଭାବେ ବାଣ ବ୍ୟବସାୟ କରିଥାନ୍ତି ବୋଲି ଅଭିଯୋଗ ହେଉଛି। ତେବେ ଆଜି ଦିନ ପ୍ରାୟ ୩ଟା ସମୟରେ ତାଙ୍କ ଘର ମଧ୍ୟରେ ହଟାଥ ବିସ୍ଫୋରଣ ଘଟିବାରୁ ୨ ବଖରା ନଡ଼ା ଛପର ଘର ଜଳିଯିବା ସହିତ ଜଣେ ବୃଦ୍ଧା ଗୁରୁତର ଆହତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। 

ଘଟଣାରୁ ପ୍ରକାଶ ଓସ୍ତର ଗ୍ରାମର ଆଦିକନ୍ଦ ମଳିକଙ୍କ ପରିବାର ଦୀର୍ଘ ଦିନ ହେବ ଚୋରାରେ ବାଣ ବ୍ୟବସାୟ କରୁଥିବା କୁହାଯାଉଛି। ତେବେ ଆଜି ଦିନ ପ୍ରାୟ ୩ଟା ସମୟରେ କୌଣସି କାରଣରୁ ତାଙ୍କ ଘର ମଧ୍ୟରେ ହଟାତ ବିସ୍ଫୋରଣ ଘଟି ୨ ବଖରା ନଡା ଛପର ଘର ଜଳିଥିଲା। 

ଆହୁରି ପଢ଼ନ୍ତୁ: Explosion: ମିଆଁମାରରେ ବିସ୍ଫୋରକ ରଖାଯାଇଥିବା କୋଠାରେ ଭୟଙ୍କର ବିସ୍ଫୋରଣ: ୫୫ରୁ ଅଧିକ ମୃତ

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କେହି ଜଣେ ହେଲେ ଉକ୍ତ ଘର ନିକଟକୁ ଯାଇ ପାରି ନ ଥିଲେ। ତେବେ ଆଦିକନ୍ଦଙ୍କ ଭାଉଜ ବୃଦ୍ଧା ବିଳାସୀ ମଳିକ ଖାଉଥିବା ବେଳେ ଏହି ବିସ୍ଫୋରଣ ଘଟିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଖବରପାଇ ମାର୍ଶାଘାଇରୁ ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିଥିବା ବେଳେ ମାର୍ଶାଘାଇ ଥାନାଧିକାରୀ ତପନ କୁମାର ନାୟକ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। 

ଆହୁରି ଦେଖନ୍ତୁ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।