DDP Report: ପ୍ରକାଶ ପାଇବ ଜିଲ୍ଲାଭିତ୍ତିକ ବିକାଶ ତଥ୍ୟ ‘ଡିଡିପି’...
ନୂଆଦିଲ୍ଲୀ, ୪/୬: କେନ୍ଦ୍ର ସରକାର ନିଜର ଅର୍ଥନୈତିକ ବିକାଶ ଚିତ୍ରକୁ ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ଏବଂ ରାଜ୍ୟଗୁଡ଼ିକ ଜିଏସ୍ଡିପି ଜରିଆରେ ପ୍ରକାଶ କରୁଛନ୍ତି। ଜିଲ୍ଲାଗୁଡ଼ିକର ବିକାଶକୁ ମାପିବା ପାଇଁ ମଧ୍ୟ ସେଭଳି ବ୍ୟବସ୍ଥା ରହିଛି। ତାହା ହେଉଛି ଜିଲ୍ଲା ଘରୋଇ ଉତ୍ପାଦ (ଡିଡିପି)। ବର୍ତ୍ତମାନ ୨୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ତଥ୍ୟ ଜାରି କରୁଛନ୍ତି। ଖୁବ୍ଶୀଘ୍ର ସବୁ ରାଜ୍ୟ ଏହି ପଦ୍ଧତି ଗ୍ରହଣ କରିବାକୁ ଯାଉଛନ୍ତି। ଡିଡିପି ହିସାବରେ ସମାନତା ଆଣିବା ଲାଗି କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଏକ ଫ୍ରେମ୍ୱର୍କ ଜାରି କରାଯାଇଛି। କେଉଁସବୁ କ୍ଷେତ୍ର ପାଇଁ କେଉଁ କେଉଁ ବିଷୟକୁ ବିଚାରକୁ ନିଆଯିବ ଏବଂ ଯେଉଁ କ୍ଷେତ୍ରଗୁଡ଼ିକର ତଥ୍ୟ ଠିକ୍ ଭାବେ ମିଳେନାହିଁ, ସେଭଳି କ୍ଷେତ୍ରରେ କିଭଳି ହିସାବ କରିବାକୁ ହେବ ତାହାର ସବୁ ସୂଚନା ଏହି ଫ୍ରେମ୍ୱର୍କରେ ରହିଛି।
ଆହୁରି ପଢ଼ନ୍ତୁ- India's Infant Mortality: ଭାରତରେ ଶିଶୁ ମୃତ୍ୟୁ ହାର ୨୪କୁ ହ୍ରାସ: SRS ୨୦୨୪ ରିପୋର୍ଟରେ ବଡ଼ ସଫଳତା
ଏନ୍ଏସ୍ଓ ପକ୍ଷରୁ ସର୍ବସାଧାରଣଙ୍କ ମତାମତ ଲୋଡ଼ାଯାଇଛି
ଡିଡିପି ହିସାବ ପାଇଁ ୨୦୨୨-୨୩କୁ ଆଧାର ବର୍ଷ ଭାବେ ଗ୍ରହଣ କରିବାକୁ କୁହାଯାଇଛି। ରାଜ୍ୟ ସରକାର, କେନ୍ଦ୍ର ଶାସିତ ଅଞ୍ଚଳ, ଶିକ୍ଷାନୁଷ୍ଠାନ, ଗବେଷଣା ପ୍ରତିଷ୍ଠାନ ଓ ବିଭିନ୍ନ ଅଂଶୀଦାରମାନଙ୍କଠାରୁ ମିଳିଥିବା ମତାମତା ଆଧାରରେ ଡିଡିପିର ନୂଆ ଫ୍ରେମ୍ୱର୍କ ପ୍ରସ୍ତୁତ କରାଯାଇଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ) ପକ୍ଷରୁ ଏହା ଉପରେ ସର୍ବସାଧାରଣଙ୍କ ମତାମତ ଲୋଡ଼ାଯାଇଛି।
ଆହୁରି ପଢ଼ନ୍ତୁ- Elephant: ଆମ୍ବ-ପଣସ ପାଇଁ ଅମାନିଆ ହାତୀ; ଲୋକଙ୍କର ଭୟ ବଢ଼ାଇଲେ ୨୧ଟିକିଆ ହାତୀପଲ
ନୂଆ ପଦ୍ଧତିରେ ଜିଲ୍ଲାଗୁଡ଼ିକର ମୋଟ୍ ଜିଲ୍ଲା ଘରୋଇ ଉତ୍ପାଦ (ଜିଡିଡିପି), ନିଟ୍ ଜିଲ୍ଲା ଘରୋଇ ଉତ୍ପାଦ (ଏନ୍ଡିଡିପି) ଓ ମୁଣ୍ଡପିଛା ଆୟ ତଥ୍ୟ ପ୍ରକାଶ ପାଇବ। ଫଳରେ ଜିଲ୍ଲାଗୁଡ଼ିକର ବିକାଶ ମଧ୍ୟରେ ତୁଳନା କରିବା ସହଜ ହୋଇପାରିବ। ନୀତି ନିର୍ମାତାମାନଙ୍କ ପାଖରେ ଜିଲ୍ଲା ସମ୍ପର୍କିତ ସ୍ପଷ୍ଟ ଚିତ୍ର ରହିବ। ତାହା ଜରିଆରେ ସେମାନେ ଜିଲ୍ଲାର ବିକାଶକୁ ତ୍ବରାନ୍ବିତ କରିବା ପାଇଁ ନୀତି ପ୍ରସ୍ତୁତ କରିପାରିବେ।
ଅଧିକ ଦେଖନ୍ତୁ-
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।