Storm Hits Andhra, Odisha: ବାତ୍ୟା ‘ଅର୍ଣ୍ଣବ’ ଯୋଗୁ ଆନ୍ଧ୍ର ଓ ଓଡ଼ିଶାରେ ପ୍ରବଳ ବର୍ଷା: ରେଳ ଓ ବିମାନ ସେବା ପ୍ରଭାବିତ

Oct 28, 2026 - 14:15
Storm Hits Andhra, Odisha: ବାତ୍ୟା ‘ଅର୍ଣ୍ଣବ’ ଯୋଗୁ ଆନ୍ଧ୍ର ଓ ଓଡ଼ିଶାରେ ପ୍ରବଳ ବର୍ଷା: ରେଳ ଓ ବିମାନ ସେବା ପ୍ରଭାବିତ

କାକିନାଡ଼ା: ବାତ୍ୟା 'ଅର୍ଣ୍ଣବ 'ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ ହୋଇଛି।

ବାତ୍ୟା ଦୁର୍ବଳ ହୋଇଥିଲେ ମଧ୍ୟ ଏହା 'ଭୀଷଣ' ବାତ୍ୟା ରହିଛି।

ଭାରତୀୟ ପାଣିପାଗ ବିଭାଗ ( ଆଇଏମ୍‌ଡି ) ଅନୁଯାୟୀ, ଅର୍ଣ୍ଣବ ଆନ୍ଧ୍ର ପ୍ରଦେଶ ଓ ୟାନମ୍ ଉପକୂଳରେ ସ୍ଥଳଭାଗ ଛୁଇଁବା ପରେ ୧୩୫ କିଲୋମିଟର ବେଗରେ ପବନ ବହିବା ସହିତ ୧୫୦ କିଲୋମିଟର ବେଗରେ ଝଟ୍‌କା ପବନ ବହିଛି।

ପ୍ରବଳ ବର୍ଷା ଓ ପବନ ଯୋଗୁ ଆନ୍ଧ୍ର ଓ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ସହିତ ଗଛ ଉପୁଡ଼ି ପଡ଼ିଛି।

ବାତ୍ୟା ଯୋଗୁ ଆନ୍ଧ୍ର ପ୍ରଦେଶର ଆନାକାପାଲି ଓ ବିଶାଖାପାଟଣା ଜିଲ୍ଲାରେ ଦୁଇ ଜଣଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି।

Advertisment ଆନ୍ଧ୍ରପ୍ରଦେଶର କାକିନାଡା ଜିଲ୍ଲାର ଜଗମପେଟାରେ ଜାତୀୟ ରାଜପଥ କଡ଼ରେ ଥିବା ସର୍ଭିସ୍ ରୋଡଗୁଡ଼ିକରେ ପାଣି ଜମି ରହିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

କାକିନାଡାରେ ଉପୁଡ଼ି ପଡ଼ିଥିବା ଗଛ ଟୁନି-ନରସିପାଟନମ୍ ରାସ୍ତା ଅବରୋଧ କରିଛି।

ପ୍ରଭାବର ଆଶଙ୍କା କରି ଗତକାଲି ରାତିରେ ଆଉ ଚାରିଟି ଅତିରିକ୍ତ ଏନ୍‌ଡିଆର୍‌ଏଫ୍‌ ଦଳକୁ ଆନ୍ଧ୍ରପ୍ରଦେଶକୁ ବିମାନ ମାଧ୍ୟମରେ ପଠାଯାଇଥିଲା।

ଆନ୍ଧ୍ରପ୍ରଦେଶ ୨୧୯୯ଟି ବାତ୍ୟା ଆଶ୍ରୟସ୍ଥଳ କରାଯାଇଛି ଓ ୧୪ଟି ଜିଲ୍ଲାରେ ୧୨ଟି ଏନଡିଆରଏଫ୍‌ ଓ ୧୦ଟି ଏସ୍‌ଡିଆର୍‌ଏଫ୍‌ ଦଳ ନିୟୋଜିତ କରିଛି।

ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ହୋଇଛି, ଅନେକ ଜିଲ୍ଲାରେ ପ୍ରବଳ ପବନ ଓ ବର୍ଷା ହୋଇଥିବା ରିପୋର୍ଟ ହୋଇଛି।

ବିଦ୍ୟୁତ ଆଘାତରେ ଆନ୍ଧ୍ରରେ ୨ ମୃତ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବୁଧବାର କହିଛନ୍ତି ଯେ, ବାତ୍ୟା ଯୋଗୁ ଓଡ଼ିଶା ୩୦,୦୦୦ ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।

ରାଜ୍ୟର ୩୦ ଟି ଜିଲ୍ଲା ମଧ୍ୟରୁ ୧୬ ଟି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡି ବନ୍ଦ ରହିଥିଲା।

ବାତ୍ୟା ଯୋଗୁ ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ ଓ ଓଡ଼ିଶାରେ ବିମାନ ଓ ରେଳ ସେବା ପ୍ରଭାବିତ ହୋଇଛି।

ଇଣ୍ଡିଗୋ ପକ୍ଷରୁ ରାଜମୁନ୍ଦ୍ରୀ, ବିଜୟୱାଡା ଓ ବିଶାଖାପାଟଣାରେ ବିମାନ ସେବା ପ୍ରଭାବିତ ହୋଇଥିବା କୁହାଯାଇଛି।

ବାତ୍ୟାକୁ ଦେଖି ୫୦ରୁ ଅଧିକ ଟ୍ରେନ୍‌ ବାତିଲ କରାଯାଇଛି।

ଚେନ୍ନାଇ ବିମାନବନ୍ଦର କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି ଯେ ଚେନ୍ନାଇ, ବିଶାଖାପାଟଣା, ବିଜୟୱାଡା ଏବଂ ରାଜମୁନ୍ଦ୍ରୀ ମଧ୍ୟରେ ଚଳାଚଳ କରୁଥିବା ୧୨ଟି ବିମାନ ବାତିଲ କରାଯାଇଛି।

ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଇଏମ୍‌ଡି ଆକଳନ କରିଛି।

ବାତ୍ୟା 'ଅର୍ଣ୍ଣବ'ର ଲ୍ୟାଣ୍ଡଫଲ୍‌ ଶେଷ: ୧୫୦ କିମି ବେଗରେ ପବନ, ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)