State Police: ପାର୍ବଣ ପୂର୍ବରୁ ରାଜ୍ୟ ପୁଲିସର ବଡ଼ ପ୍ରସ୍ତୁତି: ସଙ୍ଗଠିତ ଅପରାଧୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ
"କଟକ: ଅନ୍ତରୀଣ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ବିନୟତୋଷ ମିଶ୍ର ଆଜି ସମସ୍ତ ଜିଲ୍ଲା ଏସ୍ପି, ରେଞ୍ଜ ଆଇଜି ଓ ଡିଆଇଜିଙ୍କ ସହିତ ଭିଡିଓ କନ୍ଫରେନ୍ସିଂରେ ବୈଠକ କରିଛନ୍ତି।
ପାର୍ବଣ ଋତୁ ଆସୁଥିବାରୁ ରାଜ୍ୟରେ ଆଇନଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ, ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ, ଗୁରୁତ୍ବପୂର୍ଣ୍ଣ ଅପରାଧର ସମୀକ୍ଷା ଓ ପୁଲିସ ବ୍ୟବସ୍ଥା ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ଅଗଷ୍ଟରୁ ନଭେମ୍ବର ମଧ୍ୟରେ ମହମ୍ମଦ ଜୟନ୍ତୀ, ଜନ୍ମାଷ୍ଟମୀ, ଗଣେଶ ପୂଜା, ନୂଆଖାଇ, ବିଶ୍ୱକର୍ମା ପୂଜା, ଦଶହରା, ଗଜଲକ୍ଷ୍ମୀ ପୂଜା, ଦୀପାବଳି, କାଳୀପୂଜା, ଅଁଳା ନବମୀ, ପଞ୍ଚକ, ବାଲିଯାତ୍ରା ଭଳି ବିଭିନ୍ନ ପର୍ବପର୍ବାଣି ଅନୁଷ୍ଠିତ ହେବାକୁ ଯାଉଛି।
ଏଥିପାଇଁ ସମ୍ବେଦନଶୀଳ ସ୍ଥାନରେ ପର୍ଯ୍ୟାପ୍ତ ପୁଲିସ ମୁତୟନ, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା, ଶାନ୍ତି କମିଟି ବୈଠକ, ସ୍ଥାନୀୟ ଲୋକପ୍ରତିନିଧି ଓ ବିଭିନ୍ନ ଗୋଷ୍ଠୀଙ୍କ ସହିତ ନିୟମିତ ବ୍ୟବଧାନରେ ସମନ୍ୱୟ ରକ୍ଷା କରିବାକୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି।
ସାମ୍ପ୍ରଦାୟିକ ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବା ସହିତ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି।
ଅଭ୍ୟାସଗତ ଅପରାଧୀ ଓ ସଙ୍ଗଠିତ ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।Advertisment Neglect: ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ଭିତ୍ତିଭୂମିର ହେଉନି ସୁଧାର ସପ୍ତାହକୁ ଥରେ ଏସ୍ପି ଯିବେ ସାଇବର୍ ଥାନାସାମିଲ ହେବେ ସବୁ ରେଞ୍ଜର ଆଇଜି ଓ ଡିଆଇଜି ବେଆଇନ ଗୋରୁ ପରିବହନ ଓ ବେଆଇନ ବାଣ ପ୍ରସ୍ତୁତି ରୋକିବା ପାଇଁ ନାକା ଚେକିଂ, ପାଟ୍ରୋଲିଂ ବୃଦ୍ଧି ସହ ବେଆଇନ ଖଣିଜ ଉତ୍ତୋଳନ ଓ ପରିବହନ ବିରୋଧରେ ନିୟମିତ ଚଢ଼ଉ, ଯାନବାହନ ଯାଞ୍ଚ ଏବଂ ଉଲ୍ଲଂଘନକାରୀଙ୍କ ବିରୋଧରେ ତ୍ୱରିତ ଆଇନଗତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।
ସେହିଭଳି ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଗୁଜବ, ଉତ୍ତେଜନାମୂଳକ, ଆପତ୍ତିଜନକ ଓ ବିଭ୍ରାନ୍ତିକର ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ଏଭଳି ପ୍ରଚାର ବିରୋଧରେ ତ୍ୱରିତ ଓ ଆଇନସମ୍ମତ ପଦକ୍ଷେପ ନିଆଯିବ।
ଗୁଇନ୍ଦା ସୂଚନା ସଂଗ୍ରହକୁ ଅଧିକ ବ୍ୟାପକ କରିବା ସହ ଅପରାଧ ରୋକିବା କ୍ଷେତ୍ରରେ ପ୍ରତିଷେଧମୂଳକ ପଦକ୍ଷେପ ନିଆଯିବ।
ସାଇବର ଅପରାଧ ସମ୍ପର୍କିତ ମାମଲାର ତଦନ୍ତ ଓ ପଦକ୍ଷେପକୁ ଅଧିକ ଫଳପ୍ରଦ କରିବାକୁ ପଦକ୍ଷେପ ନିଆଯିବ।
ଏସ୍ପିମାନେ ପ୍ରତି ସପ୍ତାହରେ ଥରେ ସାଇବର ଥାନାଗୁଡ଼ିକୁ ପରିଦର୍ଶନ କରି କାର୍ଯ୍ୟର ସମୀକ୍ଷା କରିବେ।
ଏସ୍ଡିପିଓମାନେ ନିୟମିତ ଭାବେ ନିଜ ଅଧୀନସ୍ଥ ଥାନାଗୁଡ଼ିକ ପରିଦର୍ଶନ କରି କାର୍ଯ୍ୟ ତଦାରଖ କରିବେ ବୋଲି ଡିଜି ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ ଏଡିଜି (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି (ଆଇନଶୃଙ୍ଖଳା) ସଞ୍ଜୟ କୁମାର, ଏଡିଜି (ମୁଖ୍ୟାଳୟ) ପ୍ରତୀକ ମହାନ୍ତି, ଏଡିଜି (ଏଚ୍ଆର୍ପିସି) ଯତୀନ୍ଦ୍ର କୋଏଲ, ଆଇଜିପି (ପର୍ସୋନେଲ) ଏସ୍.
ପ୍ରବୀଣ କୁମାର, ଡିଆଇଜିପି (ଏସ୍ଟିଏଫ୍) କନୱର ବିଶାଲ ସିଂହ, ଡିଆଇଜିପି (ପ୍ରୋଭିଜନିଂ) ଚରଣ ସିଂ ମୀନା, ଡିଆଇଜିପି (ପର୍ସୋନେଲ) ଯୁଗଳ କିଶୋର କୁମାର ବନୋଥ ପ୍ରମୁଖ ଉପସ୍ଥିତ ଥିଲେ।
Protest: ଯନ୍ତର-ମନ୍ତରରେ "ଆରକ୍ଷଣ ହଟାଅ" ଆନ୍ଦୋଳନ, ୟୁଜିସି ନିୟମକୁ ନେଇ ବିକ୍ଷୋଭ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

