Sri Sannyasi Ji: ଅମୃତର ସନ୍ଧାନେ ଶ୍ରୀସନ୍ନ୍ୟାସୀ ଜୀ: ସବୁଠାରୁ ଦାମୀ ପଦାର୍ଥ କ’ଣ?

Aug 30, 2026 - 08:51
Sri Sannyasi Ji: ଅମୃତର ସନ୍ଧାନେ ଶ୍ରୀସନ୍ନ୍ୟାସୀ ଜୀ: ସବୁଠାରୁ ଦାମୀ ପଦାର୍ଥ କ’ଣ?

"ଶୀର୍ଷକର ଉତ୍ତରରେ ଆପଣ ଯଦି ସୁନା, ହୀରା, ମୋତି, ମାଣିକ୍ୟ, ଭୂମି ଇତ୍ୟାଦିର ନାମ କହନ୍ତି, ତେବେ ଉତ୍ତର ଭୁଲ୍‌ ହୋଇପାରେ।

ଏହାର ଉତ୍ତର ପାଇବାକୁ ଚାଲନ୍ତୁ ଯିବା ଜଣେ ଅନୁଭବୀ ଆତ୍ମଜ୍ଞାନୀଙ୍କ ନିକଟକୁ।

ସ୍ୱାମୀ ଶୁଦ୍ଧାନନ୍ଦଜୀ ମହାରାଜ।

ଜଗତସିଂହପୁରର ଏଇ ସନ୍ଥ ଜଣେ ବେଦାନ୍ତବିତ୍‌ ଭାବେ ପୂଜନୀୟ।

ସହର ଉପକଣ୍ଠରେ ସେଦିନ ଅନୁଷ୍ଠିତ ହେଉଥିଲା ଏକ ସତ୍‌ସଙ୍ଗ "ଆତ୍ମଜ୍ଞାନ ମହୋତ୍ସବ"।

ସେଠାରେ ସ୍ୱାମୀଜୀ କହୁଥିଲେ- ଦୁନିଆର ସବୁଠାରୁ ମୂଲ୍ୟବାନ ବସ୍ତୁ ହେଉଛି ଏଇ ଶରୀର।

ଶରୀର ଦ୍ୱାରା ଆପଣ ଯାବତୀୟ ବିଷୟ ଉପଭୋଗ କରୁଛନ୍ତି।

ସ୍ୱାଦିଷ୍ଟ ଭୋଜନ ହାତପାଆନ୍ତାରେ ଅଛି, କିନ୍ତୁ ଯଦି ଡାଇବେଟିସ୍‌ରେ ଆକ୍ରାନ୍ତ, ତେବେ ସେ ଖାଦ୍ୟ ମୂଲ୍ୟହୀନ।

ଦାମୀ ପଲଙ୍କ ଅଛି, ହେଲେ ଯଦି ଆଖିକୁ ନିଦ ନାହିଁ, ତେବେ ପଲଙ୍କ ପାଞ୍ଚ ପଇସାର ନୁହେଁ।

ବିଭିନ୍ନ ସହରରେ ଦାମୀ କୋଠା, ପ୍ଲଟ୍‌, ଅଗଣାରେ ପାଞ୍ଚ ଛ"ଟି ଦାମୀ କାର୍‌, ଯୋଗ୍ୟ ପୁଅଝିଅ, ଆଜ୍ଞାନୁବର୍ତ୍ତୀ ଚାକର-ପୂଜାରୀ, ସବୁ ଥାଇ ଯଦି ଶରୀର ଅସୁସ୍ଥ, ତେବେ ସବୁ ବିଷ ଭଳି ହୋଇଥାଏ।

ଭଗବାନ ଶ୍ରେଷ୍ଠ ଉପହାରସ୍ୱରୂପ ଏ ଶରୀର ଆମକୁ ଦାନ ଦେଇଛନ୍ତି।

ଆମେ ଏହାକୁ ପବିତ୍ର ରଖିବା ଦରକାର।

ଏହାକୁ କେନ୍ଦ୍ର କରି ସେ କଥାଟିଏ ଆରମ୍ଭ କଲେ।

Advertisment Neglect: ରେଳ ଲାଇନ୍‌ରେ ଅଟକିଛି ଛଅ ଗାଁର ଜୀବନଯାତ୍ରା!

ଅଭାବରେ ଘାଣ୍ଟି ହୋଇ ଜଣେ ଯୁବକ ଆତ୍ମହତ୍ୟା ପାଇଁ ପାହାଡ଼ ଉପରକୁ ଚଢ଼ିଗଲା।

ଲକ୍ଷ୍ୟ- ପାହାଡର ଶୀର୍ଷ ଭାଗରୁ ତଳକୁ ଡେଇଁପଡ଼ି ଜୀବନ ହାରିବା।

ଠିକ୍‌ ଏତିକି ବେଳେ ସେଠାରେ ଜଣେ ସାଧୁ ଉପସ୍ଥିତ ହୋଇ ଯୁବକର ହାତଟିକୁ ଧରି ପକାଇଲେ।

କହିଲେ, ବାବୁ!

ତୁମେ ଏ କି କାମ କରୁଛ?

ଆତ୍ମହତ୍ୟା ମହାପାପ।

ତା" ଛଡ଼ା ଆତ୍ମହତ୍ୟା କରି ତୁମେ ତୁମ ଶରୀରଟିକୁ ନଷ୍ଟ କରିବାକୁ ଯାଉଛ।

ମନେରଖ, ତୁମର ସେହି ଜିନିଷକୁ ନଷ୍ଟ କରିବାର ଅଧିକାର ଅଛି, ତୁମେ ଯେଉଁ ଜିନିଷର ମାଲିକ।

ତୁମେ ଏ ଶରୀରର ମାଲିକ କି?

ଯୁବକଟି ନିରୁତ୍ତର ରହିଲା।

Weekly Horoscope 2026 August 30 to September 05: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ସାଧୁ କହିଲେ- ପରମାତ୍ମାଙ୍କ କୃପାରୁ ଆମକୁ ଏ ମଣିଷ ଶରୀରଟି ମିଳିଛି।

ଅନ୍ୟ ଇତର ପ୍ରାଣୀଙ୍କ ପାଇଁ ଦୁର୍ଲଭ।

ଏ ଶରୀରକୁ ନେଇ ଆମେ ସବୁକିଛି କରିପାରିବା।

ଏ ଶରୀର ହେଉଛି ଏକ ଶିଡ଼ି ସଦୃଶ।

ଶିଡ଼ି ଦ୍ୱାରା ଦୁଇଟି କାମ ହୁଏ।

ତଳୁ ଉପରକୁ ଯିବା ଓ ଉପରୁ ତଳକୁ ଖସିବା।

ଶରୀରକୁ ଉପଯୋଗ କରି ଜଣେ ଭଲ କାମ କରି ନାଁ କମାଇ ପାରେ।

ଧ୍ୟାନ, ପ୍ରାଣାୟାମ, ଈଶ୍ୱର ଭକ୍ତି, ସାଧନା ଆଦି କରି ଉଚ୍ଚତମ ସ୍ତରକୁ ଯାଇପାରେ।

ଯଦି କୁକୁରଟିଏ ଚାହିଁବ ଚକ୍ର ସାଧନା କିମ୍ବା ପ୍ରାଣାୟାମ କରିବା ପାଇଁ, ସେ କରିପାରିବ କି?

ଆଦୌ ନୁହେଁ।

ଏ ସବୁ କାମ ମନୁଷ୍ୟ ଶରୀରରେ ହିଁ ସମ୍ଭବ।

ଏହାକୁ ସୁସ୍ଥ ଏବଂ ସୁରକ୍ଷିତ ରଖିବା ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ।

ଯୁବକଜଣକ ସାଧୁଙ୍କ କଥାକୁ ହୃଦୟଙ୍ଗମ କଲା।

ତେବେ ଅର୍ଥର ଅଭାବ ତାକୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରୁଥିବା କଥା କହିବାରୁ ସାଧୁ କହିଲେ- ଠିକ୍‌ ଅଛି।

ତୁମେ ଆତ୍ମହତ୍ୟା କର, ସେଥିରେ କିଛି ଯାଏ ଆସେ ନାହିଁ।

କିନ୍ତୁ ମରିବା ପୂର୍ବରୁ କିଛି ଭଲ କାମ କରି ମର।

କ"ଣ ଭଲ କାମ କରାଯାଇପାରେ ବୋଲି ପଚାରିବାରୁ ସାଧୁ ତାକୁ ସେଇ ରାଜ୍ୟର ରାଜାଙ୍କ ପାଖକୁ ନେଇଗଲେ।

ରାଣୀଙ୍କ ପାଇଁ ରାଜାଙ୍କର ଗୋଟିଏ କିଡ୍‌ନିର ଆବଶ୍ୟକତା ଥିଲା।

କିଡ୍‌ନିଦାତାଙ୍କ ପାଇଁ ରାଜା ପାଞ୍ଚ ଶହ ସ୍ବର୍ଣ୍ଣମୁଦ୍ରା ଘୋଷଣା କରିଥିଲେ।

ବାଟରେ ଯିବାବେଳେ ଯୁବକଟି ଏକଥା ଶୁଣି ଖୁସି ହୋଇଗଲା।

ସାଧୁ କହିଲେ- ଆଚ୍ଛା, ତୁମେ ଯଦି ତୁମର ଦୁଇଟି ଚକ୍ଷୁଦାନ କରିପାରିବ, ତେବେ ହଜାରେ ସ୍ବର୍ଣ୍ଣମୁଦ୍ରା ମିଳିବ।

ଯୁବକଟି ଖୁସି ହୋଇଗଲା, କିନ୍ତୁ ଚୁପ୍‌ ରହିଲା।

ସାଧୁ କହିଲେ, ତୁମେ ତ ମରିବ, ତା" ପୂର୍ବରୁ ଅଙ୍ଗଗୁଡ଼ିକୁ ବିକ୍ରି କରିଦିଅ।

ଯୁବକଟି ଉତ୍ସାହିତ ହୋଇ ଆଉ କେଉଁ ଅଙ୍ଗ ବାବଦରେ କେତେ ମିଳିବ ପଚାରିବାରୁ ସାଧୁ କହିଲେ- ହୃତ୍‌ପିଣ୍ଡ ପାଇଁ ହଜାରେ ସ୍ବର୍ଣ୍ଣ, ଯକୃତ ପାଇଁ ଦୁଇ ହଜାର, ଅସ୍ଥି ପାଇଁ ଦୁଇ ଶହ, ଏମିତି ଭିନ୍ନ ଭିନ୍ନ ଅଂଶ ପାଇଁ ବହୁତ ସ୍ବର୍ଣ୍ଣମୁଦ୍ରା ଅଛି।

Narendra Modi: "ବିକଶିତ ଭାରତ" ଓ "ୟଙ୍ଗି ଉଜବେକିସ୍ତାନ"ର ସମାନ ଦୃଷ୍ଟିକୋଣକୁ ଆଗେଇ ନେବା ନେଇ ମୁଁ ଆଶାବାଦୀ: ମୋଦୀ ଏତକ ଶୁଣି ଯୁବକଟି ସାଧୁଙ୍କ ପାଦତଳେ ପଡ଼ିଗଲା।

ମହାରାଜ!

ମୁଁ ଆଉ ରାଜାଙ୍କ ପାଖକୁ ଯିବିନି କି ଆତ୍ମହତ୍ୟା କରିବିନି।

ମୋ ଶରୀରର ମୂଲ୍ୟ ଏତେ ବୋଲି ମୁଁ ଜାଣି ନ ଥିଲି।

ମୋ ପାଖରେ ଏତେ ସମ୍ପତ୍ତି ଥାଉ ଥାଉ ମୁଁ କେଡେ ମୂର୍ଖ ଯେ ଆତ୍ମହତ୍ୟା କରିବାକୁ ଯାଉଥିଲି।

ଯାଉଛି, ଏ ଦୁର୍ମୂଲ୍ୟ ଶରୀରକୁ ଉପଯୋଗ କରି ପରିଶ୍ରମ କରି ଧନ ରୋଜଗାର କରିବି, ଅଭାବ ଦୂର କରିବି।

ଏତକ କହି ଯୁବକଟି ନିଜ ବାଟରେ ଖୁବ୍‌ ଜୋର୍‌ରେ ପାହୁଣ୍ଡ ପକାଇ ଚାଲିଗଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)