ଆଜି ନିଟ୍ ପିଜି ପରୀକ୍ଷା, ସାରା ଦେଶରେ ଦେବେ ୨.୭୩ ଲକ୍ଷ ପରୀକ୍ଷାର୍ଥୀ

Aug 30, 2026 - 08:52
ଆଜି ନିଟ୍ ପିଜି ପରୀକ୍ଷା, ସାରା ଦେଶରେ ଦେବେ ୨.୭୩ ଲକ୍ଷ ପରୀକ୍ଷାର୍ଥୀ

ନନ୍ଦିଘୋଷ ବ୍ୟୁରୋ : ଆଜି ଅନୁଷ୍ଠିତ ହେଉଛି ନିଟ୍ ପିଜି ପରୀକ୍ଷା। ସାରା ଦେଶରେ ମୋଟ ୨ ଲକ୍ଷ ୭୩ ହଜାର ୧୮୩ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। ଗତବର୍ଷ ତୁଳନାରେ ଚଳିତବର୍ଷ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧୨.୫ ପ୍ରତିଶତ ବୃଦ୍ଧି ପାଇଛି। ଗତବର୍ଷ ୨ ଲକ୍ଷ ୪୨ ହଜାର ୪୯୩ ଜଣ ପରୀକ୍ଷାର୍ଥୀ ନିଟ୍ ପିଜି ପରୀକ୍ଷା ଦେଇଥିଲେ।

ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସେସ୍ ବା ଏନବିଇଏମଏସ୍ ପକ୍ଷରୁ ପରୀକ୍ଷା ପରିଚାଳନା କରାଯିବ। କମ୍ପ୍ୟୁଟର ବେସଡ୍ ଟେଷ୍ଟ ବା ସିବିଟି ମାଧ୍ୟମରେ ପରୀକ୍ଷା ଅନୁଷ୍ଠିତ ହେବ। ଚଳିତବର୍ଷ ପରୀକ୍ଷାରେ ୧୮୦ଟି ମଲ୍ଟିପଲ ଚଏସ୍ ପ୍ରଶ୍ନ ରହିବ ଏବଂ ପରୀକ୍ଷାର୍ଥୀଙ୍କୁ ଉତ୍ତର ଦେବା ପାଇଁ ୨୧୦ ମିନିଟ୍ ସମୟ ମିଳିବ। ଗତବର୍ଷ ନିଟ୍ ପିଜି ପରୀକ୍ଷାରେ ୨୦୦ଟି ମଲ୍ଟିପଲ ଚଏସ୍ ପ୍ରଶ୍ନ ରହିଥିବାବେଳେ ଚଳିତବର୍ଷ ପ୍ରଶ୍ନ ସଂଖ୍ୟା ୧୮୦କୁ ହ୍ରାସ କରାଯାଇଛି। ପରୀକ୍ଷାକୁ ସୁରୁଖୁରୁରେ ଓ ସ୍ୱଚ୍ଛ ଭାବେ ପରିଚାଳନା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)