SpiceJet : ବିମାନ ବାତିଲ ପାଇଁ ସ୍ପାଇସ୍‌ଜେଟ୍‌କୁ ଡିଜିସିଏ ନୋଟିସ୍

Nov 20, 2026 - 18:58
SpiceJet : ବିମାନ ବାତିଲ ପାଇଁ ସ୍ପାଇସ୍‌ଜେଟ୍‌କୁ ଡିଜିସିଏ ନୋଟିସ୍

ନୂଆଦିଲ୍ଲୀ: ଲଗାତାର ବିମାନ ବାତିଲ, ଉଡ଼ାଣରେ ବିଳମ୍ବ ଓ ପରିଚାଳନାଗତ ସମସ୍ୟାକୁ ନେଇ ବିମାନ କମ୍ପାନି ସ୍ପାଇସ୍‌ଜେଟ୍‌ କୁ ନୋଟିସ୍ ଜାରି କରିଛି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)।

ନଭେମ୍ବର ୧୭ ତାରିଖରେ ଜାରି ଏହି ନୋଟିସ୍‌ରେ କମ୍ପାନିକୁ ୭ ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି।

ବିମାନ ଠିକ୍ ସମୟରେ ଚଳାଚଳ କରିବା ହାର (ଅନ୍‌ ଟାଇମ୍‌ ପରଫର୍ମାନ୍ସ) କମିବା, ବାରମ୍ବାର ଉଡ଼ାଣ ବାତିଲ ଓ ବିଳମ୍ବ ହେବା ସହ ଧାର୍ଯ୍ୟ ସମୟସୂଚୀ ଅନୁସାରେ ବିମାନ ଚଳାଇବାରେ ବିଫଳତାକୁ ନେଇ ଡିଜିସିଏ ଉଦ୍‌ବେଗ ପ୍ରକାଶ କରିଛି।

ଏହାଦ୍ୱାରା ଯାତ୍ରୀମାନେ ହଇରାଣ ହେଉଥିବା ଏବଂ ବିମାନ ବିଳମ୍ବ କିମ୍ବା ବାତିଲ ସମୟରେ ଯାତ୍ରୀଙ୍କୁ ଆବଶ୍ୟକ ସହାୟତା ମିଳୁନଥିବା ମଧ୍ୟ ନୋଟିସ୍‌ରେ ଉଲ୍ଲେଖ କରାଯାଇଛି।ସ୍ପାଇସ୍‌ଜେଟ୍‌ର ଅଧିକାଂଶ ବିମାନ ଏବେ ଅଚଳ ହୋଇ ପଡ଼ିରହିଛି।

ଏଗୁଡ଼ିକୁ ପୁଣିଥରେ ଚଳାଚଳକ୍ଷମ କରିବା ପାଇଁ କମ୍ପାନି କୌଣସି ଭରସାଯୋଗ୍ୟ ଯୋଜନା ଦାଖଲ କରିନଥିବା ଡିଜିସିଏ କହିଛି।

ଏଥିସହ ବିମାନର ଆବଶ୍ୟକ ବୀମା ନବୀକରଣକୁ ନେଇ ଅନିଶ୍ଚିତତା, ସେବା ପ୍ରଦାନକାରୀ ସଂସ୍ଥାଙ୍କୁ ଅର୍ଥ ପୈଠରେ ବିଳମ୍ବ ଏବଂ ପୂର୍ବରୁ ଲାଗୁ ହୋଇଥିବା ଜରିମାନା ପୈଠ ନକରିବା ଭଳି ପ୍ରସଙ୍ଗ ମଧ୍ୟ ଉଠାଇଛି ନିୟାମକ ସଂସ୍ଥା।

ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ଆବଶ୍ୟକ ଯୋଗ୍ୟତା ପୂରଣ ନକରିବା ଏବଂ ଛୋଟ ସହର ଓ ଦୁର୍ଗମ ଅଞ୍ଚଳକୁ ବିମାନ ସେବା ଯୋଗାଇବା ସମ୍ପର୍କିତ ରୁଟ୍‌ ଡିସ୍ପର୍ସାଲ୍‌ ଗାଇଡ୍‌ଲାଇନ୍‌ (ଆର୍‌ଡିଜି) ଉଲ୍ଲଂଘନ କରିବା ଅଭିଯୋଗ ମଧ୍ୟ କମ୍ପାନି ବିରୋଧରେ ରହିଛି।

ଏହି ନିୟମ ଉଲ୍ଲଂଘନ ପାଇଁ ମେ' ମାସରେ ମଧ୍ୟ ଜରିମାନା ଲାଗୁ କରାଯାଇଥିଲା।

Advertisment ସ୍ପାଇସ୍‌ଜେଟ୍‌ର ଆର୍ଥିକ ସ୍ଥିତି ଦୁର୍ବଳ ଅନ୍ୟପକ୍ଷରେ ସ୍ପାଇସ୍‌ଜେଟ୍‌ର ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ହୋଇପଡ଼ିଛି।

ଦେଶର ଘରୋଇ ବିମାନ ବଜାରରେ କମ୍ପାନିର ଅଂଶଧନ ଅଗଷ୍ଟରେ ୧.୨ ପ୍ରତିଶତ ଥିବାବେଳେ ସେପ୍ଟେମ୍ବରରେ ଏହା ୦.୬ ପ୍ରତିଶତକୁ ଖସିଆସିଛି।

ଏଭଳି ସ୍ଥିତିରେ ନିଜର ଆର୍ଥିକ ସ୍ଥିତି ସୁଧାରିବା ଓ ବ୍ୟବସାୟକୁ ପୁନର୍ଗଠନ କରିବା ପାଇଁ କମ୍ପାନିର ବୋର୍ଡ ୫,୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ସଂଗ୍ରହ ପ୍ରସ୍ତାବକୁ ଅନୁମୋଦନ କରିଛି।

ନିଶାମୁକ୍ତି ଅଭିଯାନ ନେତୃତ୍ୱ ନେଇଥିବା ଯୁବକ ମଦମୃତ୍ୟୁର ଶିକାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)