Songs: ରାଖୀରେ ସବୁଠୁ ଅଧିକ ମନେପଡ଼େ ଏହିସବୁ ହିନ୍ଦୀ ସିନେଗୀତ
""ରକ୍ଷାବନ୍ଧନ" ହେଉଛି ଭାଇଭଉଣୀ ସଂପର୍କର ପର୍ବ।
ବଲିଉଡର ନିର୍ଦ୍ଦେଶକମାନେ ଭାଇ-ଭଉଣୀର ପବିତ୍ର ସଂପର୍କକୁ ବିଭିନ୍ନ ଛବିରେ ଦେଖାଇଛନ୍ତି।
ଠିକ୍ ସେହିପରି ଗାୟକ,ଗୀତିକାର ଓ ସଙ୍ଗୀତକାରମାନେ ମଧ୍ୟ ସଙ୍ଗୀତରୂପ ଦେଇଛନ୍ତି।
ଆସନ୍ତୁ ନଜର ପକାଇବା ହିନ୍ଦୀ ସିନେମାର ଏଭଳି କେତେକ ଲୋକପ୍ରିୟ ରାଖୀ ଗୀତ ଉପରେ......Advertisment ୧-ଭୈୟା ମେରେ ବନ୍ଧନ୍ କୋ ନିଭାନା:- ୧୯୫୯ ମସିହାରେ ମୁକ୍ତିଲାଭ କରିଥିବା ଲୋକପ୍ରିୟ ସିନେମା "ଛୋଟି ବହନ୍"ରେ ଥାଲା ଏହି ଗୀତ।ଏଥିରେ ଦୁଇ ଭାଇ ଭୂମିକାରେ ନଜର ଆସିଥିଲେ ବଲରାଜ୍ ସାହଣୀ ଓ ରେହମାନ୍।
ଏହି ଫିଲ୍ମରେ ସାନ ଭଉଣୀ ସାଜିଥିଲେ ଅଭିନେତ୍ରୀ ନନ୍ଦା।
ପପୁଲାର୍ ରାଖୀ ଗୀତରେ କଣ୍ଠଦାନ କରିଥିଲେ ଲତା ମଙ୍ଗେସକର୍।
ଗୀତିକାର ଶୈଳେନ୍ଦ୍ର ଓ ସଙ୍ଗୀତକାର -ଶଙ୍କର-ଜୟକିଶନ୍।
୨-ମେରେ ଭୈୟା ମେରେ ଚନ୍ଦା...ରାମ ମାହେଶ୍ୱରୀଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ"କାଜଲ୍"ରେ ସ୍ଥାନିତ ହୋଇଥିଲା ଏହି ରାଖୀ ଗୀତ।
ଏହାର ସଙ୍ଗୀତକାର ହେଲେ ରବି ଓ ଗାୟିକା ଆଶା ଭୋଁସଲେ।
୩-ବେହେନା ନେ ଭାଇ କି କଲାଇ: ୧୯୭୪ ମସିହାର ହିନ୍ଦୀ ସିନେମା "ରେଶମ୍ କି ଡୋରି"ର ଏହି ଲୋକପ୍ରିୟ ରାଖୀ ଗୀତରେ କଣ୍ଠଦାନ କରିଥିଲେ ସୁମନ୍ କଲ୍ୟାଣପୁର।
ଏହାର ଗୀତିକାର ଇନ୍ଦିବର ଓ ସଙ୍ଗୀତକାର ହେଲେ ଶଙ୍କର-ଜୟ କିଶନ୍।
ଦେବ ଆନନ୍ଦ ଓ ଜୀନତ ଅମାନ୍ ବନିଥିଲେ ଭାଇ-ଭଉଣୀ ୪-ଫୁଲୋଁକା ତାରୋଁ କା ସବ୍କା କେହନାହେ...."ହରେ ରାମା ହରେ କ୍ରିଷ୍ଣା" ଫିଲ୍ମର ଏହି ସୁପରହିଟ୍ ରାଖୀଗୀତକୁ ସହଜରେ ଭୁଲିହେବ ନାହିଁ।
ଏହି ସିନେମାରେ ଦେବ ଆନନ୍ଦ ଓ ଜୀନତ ଅମାନ୍ ବନିଥିଲେ ଭାଇ-ଭଉଣୀ।
ଏହି ଗୀତରେ କଣ୍ଠଦାନ କରିଥିଲେ କିଶୋର କୁମାର ଓ ଲତା ମଙ୍ଗେସକର୍।
ଆନନ୍ଦ ବକ୍ସିଙ୍କ ରଚିତ ଏହି ଗୀତର ସ୍ୱର ସଂଯୋଜନା କରିଥିଲେ ଆର୍.ଡି ବର୍ମନ୍।
୫-ମେରି ପ୍ୟାରି ବହନିୟା ବନେଗି ଦୁଲହନିଆ: ପ୍ରଖ୍ୟାତ ନିର୍ଦ୍ଦେଶକ ମନମୋହନ ଦେଶାଇଙ୍କ ସୁପରହିଟ୍ ଫିଲ୍ମ"ସଚ୍ଚା ଝୁଠା"ର ଏହି ଗୀତରେ ଭାଇ-ଭଉଣୀ ସଂପର୍କକୁ ନୂଆ ରୂପ ଦିଆଯାଇଥିଲା ।
ଏହି ଗୀତରେ କଣ୍ଠଦାନ କରିଥିଲେ କିଶୋର କୁମାର।
ଏହାର ସଙ୍ଗୀତନିର୍ଦ୍ଦେଶକ କଲ୍ୟାଣଜୀ-ଆନନ୍ଦଜୀ।
୬: ରକ୍ଷାବନ୍ଧନ ବାଦା ହେ ୟା ଧାଗା ହେ ପ୍ୟାର୍କା: ୨୦୨୨ରେ ମୁକ୍ତିଲାଭ କରିଥିବା ନିର୍ଦ୍ଦେଶକଆନନ୍ଦ ଏଲ୍ ରାୟଙ୍କ "ରକ୍ଷାବନ୍ଧନ" ସିନେମାର ଏହି ଗୀତରେ କଣ୍ଠଦାନ କରିଥିଲେ ଶ୍ରେୟା ଘୋଷାଲ୍।
ଗୀତିକାର ଇରସାଦ୍ କାମିଲ।
ହିମେଶ ରେଶାମିୟା ଏହାର ସଂଗୀତକାର।
Gold: କଲ୍ୟାଣସିଂହପୁରରେ ବଲାଙ୍ଗୀର ପୁଲିସର ବଡ଼ ଚଢ଼ାଉ, ବିପୁଳ ପରିମାଣର ସୁନା ଓ ରୁପା ଜବତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
