Gold: କଲ୍ୟାଣସିଂହପୁରରେ ବଲାଙ୍ଗୀର ପୁଲିସର ବଡ଼ ଚଢ଼ାଉ, ବିପୁଳ ପରିମାଣର ସୁନା ଓ ରୁପା ଜବତ
"କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ସିଙ୍ଗାରି ପଞ୍ଚାୟତ ଖରଯୋଡ଼ା ଗାଁରେ ବଲାଙ୍ଗୀର ପୁଲିସର ବଡ଼ ଚଢ଼ାଉ ହୋଇଛି।
ବିଭିନ୍ନ ଜିଲ୍ଲାରେ ଘଟିଥିବା ଏକାଧିକ ଚୋରି ମାମଲାର ତଦନ୍ତ ବେଳେ ପୁଲିସ ଏହି ଚଢ଼ାଉ କରି ବିପୁଳ ପରିମାଣର ସୁନା ଓ ରୁପା ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି ।
Advertisment ପ୍ରାଥମିକ ସୂଚନା ଅନୁସାରେ ଜବତ ସୁନା ଓ ରୁପା ସାମଗ୍ରୀର ଓଜନ ୫ କିଲୋରୁ ଅଧିକ ହୋଇପାରେ ।
ତେବେ ସଠିକ୍ ଓଜନ ଓ ମୂଲ୍ୟ ସମ୍ପର୍କରେ ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ସୂଚନା ମିଳିନାହିଁ ।
ପୂର୍ବରୁ କଲ୍ୟାଣସିଂହପୁର ଥାନା ସିଙ୍ଗାରି ପଞ୍ଚାୟତ ଖରଯୋଡ଼ା ଗ୍ରାମର ୨ ଜଣ ବରବିଲ ନାୟିକ (ବାଗ) ଏବଂ ରାଜେଶ ବାଗଙ୍କୁ ଅଟକ ରଖି ପଚରାଉଚରା ପରେ ଆଜି ସମ୍ପୃକ୍ତ ଘଟଣାକୁ ନେଇ ସେହି ଦୁଇଜଣଙ୍କ ଘର ସହିତ କାଶୀପୁର ଥାନା ଗଡିବାଲି ପଞ୍ଚାୟତ ପଣସଗୁଡା ଗ୍ରାମର ହରିଶ୍ଚନ୍ଦ୍ର ନାଏକ ଓ ଅନ୍ୟ ଜଣେ ଅପରିଚିତ ଯୁବକଙ୍କୁ ଘରୁ ଉଠାଇ ନେବା ସହ ପୁଲିସ ଏହି ଘଟଣାକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ ନ କରି ଅନୁସନ୍ଧାନ ପରେ ତଥ୍ୟ ପ୍ରଦାନ କରାଯିବା କହି ବଲାଙ୍ଗୀର ପୁଲିସ ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ଓ ଆଇଆଇସି ଖଗପତି ବିଶ୍ୱାଳଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି | ପୁଲିସ ପକ୍ଷରୁ ଜୋରଦାର ଚଢ଼ାଉ ଚାଲିଛି ଏହି ଘଟଣାରେ ସମ୍ପୃକ୍ତ ଅନେକ ଚୋର ଫେରାର ଥିବା ମଧ୍ୟ ପୁଲିସପକ୍ଷରୁ ସୂଚନା ମିଳିଛି ।
ବଲାଙ୍ଗୀର ଜିଲ୍ଲାରେ ଗତ କିଛି ମାସ ଧରି ଘଟିଥିବା ଚୋରି ଘଟଣାର ତଦନ୍ତ କରୁଥିବା କାଶୀପୁର ପୁଲିସ ବ୍ଲକ ଫଣସଗୁଡ଼ା ଗାଁ ସମେତ କଲ୍ୟାଣସିଂହପୁର ବ୍ଲକର ଖରଯୋଡ଼ା ଗାଁରେ ଚଢ଼ାଉ କରିଥିଲା ।
ବଲାଙ୍ଗୀର ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ଓ ଆଇଆଇସି ଖଗପତି ବିଶ୍ୱାଳଙ୍କ ନେତୃତ୍ୱରେ ପୋଲିସ ଟିମ୍ ଏହି ଚଢ଼ାଉ କରିଥିଲେ।
ଫେରାର ସନ୍ଦିଗ୍ଧଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଜୋରଦାର ଚଢ଼ାଉ ଚାଲିଥିବା ସୂଚନା ମିଳିଛି | Piyush Tripathi : ମୁଣ୍ଡବୁଲାଇବାରୁ ମଞ୍ଚରେ ପଡ଼ିଗଲେ ଯାତ୍ରାଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
