Rourkela Circuit House Case ରାଉରକେଲା ସର୍କିଟ୍‌ ହାଉସରୁ ଅପରାଧୀଙ୍କ ମେଳି:  ବିଜେପି ଯୁବ ନେତା ପ୍ରକାଶ ପାଶ୍ବାନ ନିଲମ୍ବିତ

Aug 20, 2026 - 20:46
Rourkela Circuit House Case ରାଉରକେଲା ସର୍କିଟ୍‌ ହାଉସରୁ ଅପରାଧୀଙ୍କ ମେଳି:  ବିଜେପି ଯୁବ ନେତା ପ୍ରକାଶ ପାଶ୍ବାନ ନିଲମ୍ବିତ

"ରାଉରକେଲା: ସର୍କିଟ୍‌ ହାଉସ୍‌ରୁ ଅପରାଧିଙ୍କ ସହ ବନ୍ଧୁକ ଓ ଅଫୁଟାଗୁଳି ଜବତ ହେବା ଘଟଣାର ନାଟକୀୟ ମୋଡ଼ ନେଇଛି।

ଆଜି (ଗୁରୁବାର) ରାଉରକେଲାର ବିଜେପି ଯୁବନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପ୍ରତିନିଧି ପ୍ରକାଶ ପାଶ୍ୱାନଙ୍କୁ ଦଳରୁ ନିଲମ୍ବନ କରାଯାଇଛି।Advertisment Circuit House Gun Seizure ସର୍କିଟ ହାଉସ୍‌ରୁ ବନ୍ଧୁକ ଜବତ ଘଟଣା, ରିମାଣ୍ଡ୍‌ରେ ଗଲେ ୩ ଅଭିଯୁକ୍ତ ଶ୍ରୀପାଶ୍ବାନ ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ।

ରାଜ୍ୟସଭା ସାଂସଦ ତଥା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ବିଶୃଙ୍ଖଳା ଆଚରଣ ଓ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଶ୍ରୀ ପାଶଓ୍ୱାନଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଶୃଙ୍ଖଳା କମିଟି ରାଜ୍ୟ ଆବାହକ ସୁଦର୍ଶନ ନାୟକ ସୂଚନା ଦେଇଛନ୍ତି।

Gun: ରାଉରକେଲା ସର୍କିଟ ହାଉସରୁ ବନ୍ଧୁକ ଜବତ, ୨ଗିରଫଗତ ୧୪ ତାରିଖରେ ରାଉରକେଲା ସର୍କିଟ୍‌ ହାଉସ୍‌ରୁ ୪ଟି ବନ୍ଧୁକ, ୧୧ଟି ଜୀବନ୍ତଗୁଳି ସହ ୪ଟି ମ୍ୟାଗାଜିନ୍‌ ତବତ ହେବା ଓ ୭ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଥିଲେ।

ପ୍ରାୟ ୨୦ରୁ ଅଧିକ ଦିନ ଧରି ଅପରାଧୀଙ୍କ ସୁରକ୍ଷିତ ଆଡା ପାଲଟିଥିଲା ସର୍କିଟ୍‌ ହାଉସ୍‌।

ଅପରାଧୀମାନଙ୍କୁ ଆଶ୍ରୟ ଦେବା ଓ ସର୍କିଟ୍ ହାଉସରେ ରୁମ୍ ବୁକ୍ କରିବା ପଛରେ ପ୍ରକାଶ ପାଶ୍ୱାନଙ୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସଂପୃକ୍ତି ରହିଥିବା ଚର୍ଚ୍ଚା ହେଉଥିଲା।

ଏନେଇ ସହରରେ ତୀବ୍ର ରାଜନୈତିକ ଆଲୋଡ଼ନ ସୃଷ୍ଟି ହୋଇଥିଲା।

Rourkela Circuit House: ସର୍କିଟ ହାଉସ୍‌ରୁ ବନ୍ଧୁକ ମିଳିବା ଘଟଣା: ଉଠିବ ତ ପରଦା?ସମ୍ଭବତଃ ଅପରାଧିକ କାର୍ଯ୍ୟକଳାପ ସହ ସଂପୃକ୍ତି ଅଭିଯୋଗରେ ରାଜ୍ୟ ବିଜେପି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବିରୋଧରେ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସଂପ୍ରତି, ପୁଲିସ ୩ ଜଣ ଅପରାଧୀଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ଜାରି ରହିଛି।

ଏହାସହ ଫେରାର ଅଭିଯୁକ୍ତକୁ ଧରିବାକୁ ପୁଲିସ ଛାନ୍‌ଭିନ୍‌ ବ୍ୟାପକ କରିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media