Solomon Pappaiya: ତାମିଲ ବିଦ୍ୱାନ ଓ ‘ପତିମନ୍ଦ୍ରମ୍’ ବକ୍ତା ସୋଲୋମନ ପାପୈୟାଙ୍କ ୯୦ ବର୍ଷରେ ପରଲୋକ

Sep 11, 2026 - 18:11
Solomon Pappaiya: ତାମିଲ ବିଦ୍ୱାନ ଓ ‘ପତିମନ୍ଦ୍ରମ୍’ ବକ୍ତା ସୋଲୋମନ ପାପୈୟାଙ୍କ ୯୦ ବର୍ଷରେ ପରଲୋକ

"ଚେନ୍ନାଇ: ବର୍ଷିଆନ୍‌ ତାମିଲ ବିଦ୍ବାନ, ବକ୍ତା ତଥା ପଦ୍ମଶ୍ରୀ ସମ୍ମାନ ବିଜେତା ସୋଲୋମନ ପାପୈୟାଙ୍କର ଶୁକ୍ରବାର ଏକ ଘରୋଇ ହସ୍ପିଟାଲରେ ୯୦ ବର୍ଷ ବୟସରେ ପରଲୋକ ଘଟିଛି।

ଛାତିରେ ଯନ୍ତ୍ରଣା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।Advertisment ୧୯୩୬ ମସିହାରେ ଜନ୍ମଗ୍ରହଣ କରିଥିବା ପାପୈୟା ଆମେରିକାନ୍‌ କଲେଜର ତାମିଲ ବିଭାଗର ପୂର୍ବତନ ପ୍ରଫେସର ଥିଲେ।

ନିଜର ହାସ୍ୟରସପୂର୍ଣ୍ଣ କଥାବାର୍ତ୍ତା ଶୈଳୀ ପାଇଁ ଜଣାଶୁଣା ପାପୈୟା ତାଙ୍କର "ପତିମନ୍ଦ୍ରମ୍" (ବିତର୍କ) କାର୍ଯ୍ୟକ୍ରମ ମାଧ୍ୟମରେ ଘରେ ଘରେ ପରିଚିତ ହୋଇଥିଲେ।

ଦର୍ଶକଙ୍କ ସହିତ ସଂଯୋଗ ସ୍ଥାପନ କରିବା ପାଇଁ ଦୈନନ୍ଦିନ ଘଟଣା ଓ ସାମାଜିକ ପ୍ରସଙ୍ଗକୁ ଏଥିରେ ବ୍ୟବହାର କରୁଥିଲେ।

ତାମିଲ ସାହିତ୍ୟକୁ ବ୍ୟାଖ୍ୟା କରିବାର ତାଙ୍କର ସରଳ ଓ ଆକର୍ଷଣୀୟ ଶୈଳୀ ତାଙ୍କୁ ବହୁ ସଂଖ୍ୟାରେ ଅନୁଗାମୀ କରାଇଥିଲା।

ଏକ ଲୋକପ୍ରିୟ ଟେଲିଭିଜନ କାର୍ଯ୍ୟକ୍ରମ ମାଧ୍ୟମରେ, ସେ ନିୟମିତ ଭାବରେ "ତିରୁକ୍କୁରାଲ" ଓ ସଙ୍ଗମ ସାହିତ୍ୟକୁ ବ୍ୟାଖ୍ୟା କରୁଥିଲେ।

ପାପୈୟା ତାମିଲ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।

ତାମିଲ ଭାଷା ଓ ସାହିତ୍ୟକୁ ତାଙ୍କ ଅବଦାନ ପାଇଁ ୨୦୨୧ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ପାପୈୟାଙ୍କ ପରଲୋକରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସି ଯୋଶେଫ୍‌ ବିଜୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)