Solar storm alert: ସୋମବାର ପୃଥିବୀକୁ ଛୁଇଁପାରେ ସୌରଝଡ଼

Aug 16, 2026 - 22:40
Solar storm alert: ସୋମବାର ପୃଥିବୀକୁ ଛୁଇଁପାରେ ସୌରଝଡ଼

"ନୂଆଦିଲ୍ଲୀ: ସୂର୍ଯ୍ୟରେ ଘଟିଥିବା ଏକ ଶକ୍ତିଶାଳୀ ବିସ୍ଫୋରଣର ପ୍ରଭାବରେ ସୋମବାର ପୃଥିବୀରେ ଭୂଚୁମ୍ବକୀୟ ଝଡ଼ ସୃଷ୍ଟି ହୋଇପାରେ।

ଅଗଷ୍ଟ ୧୪ରେ ସୂର୍ଯ୍ୟର ପୃଷ୍ଠଭାଗରେ ଏକ ବଡ଼ ଚୁମ୍ବକୀୟ ଫିଲାମେଣ୍ଟ ବିସ୍ଫୋରିତ ହୋଇଥିଲା।

ଏଥିରୁ ବିପୁଳ ପରିମାଣର ଚୁମ୍ବକୀୟ ପ୍ଲାଜ୍‌ମା ମହାକାଶକୁ ନିର୍ଗତ ହୋଇଥିଲା।

ଏହାକୁ କୋରୋନାଲ ମାସ୍ ଇଜେକ୍ସନ୍‌ (ସିଏମ୍‌ଇ) କୁହାଯାଏ।

ମହାକାଶ ପାଣିପାଗ ଉପରେ ନଜର ରଖୁଥିବା ସଂସ୍ଥାଗୁଡ଼ିକ ଏହି ସିଏମ୍‌ଇର ଗତିପଥ ଉପରେ ନଜର ରଖିଛନ୍ତି।

ପୂର୍ବାନୁମାନ ଅନୁସାରେ ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ସିଧାସଳଖ ନୁହେଁ, ବରଂ ଆଂଶିକ ଭାବେ ଛୁଇଁପାରେ।Advertisment ଏହି ଘଟଣାକୁ ଜି-୧ ଶ୍ରେଣୀର ଭୂଚୁମ୍ବକୀୟ ଝଡ଼ ଭାବେ ପୂର୍ବାନୁମାନ କରାଯାଇଛି।

ଆମେରିକାର ନ୍ୟାସନାଲ୍ ଓସିଆନିକ୍ ଆଣ୍ଡ ଆଟମସ୍ଫିୟରିକ୍ ଆଡ୍‌ମିନିଷ୍ଟ୍ରେସନ୍‌ (ନୋଆ)ର ପାଞ୍ଚ-ସ୍ତରୀୟ ଭୂଚୁମ୍ବକୀୟ ଝଡ଼ ମାପକରେ ଜି-୧ ସବୁଠାରୁ କମ୍‌ ଶ୍ରେଣୀ।

ତେଣୁ ଏହି ଝଡ଼କୁ ଛୋଟ ଧରଣର ବୋଲି ବିଚାର କରାଯାଉଛି।

ତଥାପି ସୂର୍ଯ୍ୟରୁ ଆସୁଥିବା ଚାର୍ଜଯୁକ୍ତ କଣିକା ଓ ଚୁମ୍ବକୀୟ କ୍ଷେତ୍ର ପୃଥିବୀର ଚୁମ୍ବକୀୟ ସୁରକ୍ଷା କବଚ ସହ ଧକ୍କା ହେଲେ ଏହାର ପ୍ରଭାବରେ ପୃଥିବୀର ମ୍ୟାଗ୍ନେଟୋସ୍ଫିୟର ସଙ୍କୁଚିତ ହୋଇପାରେ ଏବଂ ଉପର ବାୟୁମଣ୍ଡଳରେ ଅତିରିକ୍ତ ଶକ୍ତି ପ୍ରବେଶ କରିପାରେ।

ଏହାର ସବୁଠାରୁ ଆକର୍ଷଣୀୟ ପ୍ରଭାବ ଉତ୍ତର ଅଞ୍ଚଳର ଆକାଶରେ ଦେଖିବାକୁ ମିଳିପାରେ।

ତେବେ ଅଗଷ୍ଟ ୧୭ର ଏହି ଘଟଣାକୁ ଚଳିତ ସୌରଚକ୍ରର ଅନ୍ୟ ବଡ଼ ସୌରଝଡ଼ ତୁଳନାରେ ଅପେକ୍ଷାକୃତ ଦୁର୍ବଳ ଭାବେ ବିଶେଷଜ୍ଞମାନେ ଦେଖୁଛନ୍ତି।

ସାଧାରଣ ଲୋକଙ୍କ ଉପରେ କୌଣସି ବଡ଼ ପ୍ରଭାବ ଆଶଙ୍କା କରାଯାଉନାହିଁ।

ସୌରଝଡ଼ ପୃଥିବୀକୁ ପ୍ରଭାବିତ କରିପାରେ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media