Software disruption: ସଫ୍ଟୱେର ବିଭ୍ରାଟ: ଭତ୍ତା ପରେ ଏବେ ଚାଉଳ ପାଳି
ଭୁବନେଶ୍ବର: ସଫ୍ଟୱେର ଇଣ୍ଟିଗ୍ରେସନ୍ରେ ବିଳମ୍ବ କାରଣରୁ ରାଜ୍ୟର ବୟସ୍କ, ଭିନ୍ନକ୍ଷମଙ୍କୁ ଭତ୍ତା ପାଇଁ ମାସ ମାସ ଧରି ହନ୍ତସନ୍ତ ହେବାକୁ ପଡ଼ିଲା। ଏବେ ରାସନ ଚାଉଳକୁ ନେଇ ସମସ୍ୟା ଦେଖାଦେଇଛି। ଯୋଗାଣ ବିଭାଗରେ ସ୍ମାର୍ଟ ପିଡିଏସ୍ ସଫ୍ଟୱେର ଇଣ୍ଟିଗ୍ରେସନ୍ ବିଭ୍ରାଟ ପାଇଁ ହିତାଧିକାରୀଙ୍କୁ ଜୁଲାଇ ମାସର ଚାଉଳ ମିଳିନାହିଁ। ରାଜ୍ୟର ୨୦ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଥିବା ବେଳେ ହିତାଧିକାରୀଙ୍କୁ ଜୁଲାଇ-ଅଗଷ୍ଟ ମାସର ଚାଉଳ ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି।
Illegal Firecrackers: ଲାଇସେନ୍ସପ୍ରାପ୍ତ ଦୋକାନରେ ବେଆଇନ ବାଣ ବିକ୍ରି; ପୁଲିସର ଚଢ଼ଉରେ ଖୁଲାସା
ଚାଉଳ ଉଠାଣ ଓ ବଣ୍ଟନ ପ୍ରକ୍ରିୟା ପାଇଁ ରହିଥିବା ରାଜ୍ୟ ସରକାରଙ୍କ ୨୨ଟି ପୋର୍ଟାଲ ବନ୍ଦ ହୋଇଛି। ଏଣିକି ସବୁକିଛି କେନ୍ଦ୍ର ସରକାରଙ୍କ ସ୍ମାର୍ଟ ପିଡିଏସ୍ ପୋର୍ଟାଲରେ ହିଁ ଚାଲିବ। ଏଥିପାଇଁ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଓ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା (ସିଏମ୍ଏୱାଇ)ରେ ଜୁଲାଇ-ଅଗଷ୍ଟ ମାସର ଚାଉଳ ଉଠାଣ ଓ ବିତରଣକୁ ଚଳିତ ମାସ ୨୧ ତାରିଖରୁ ବନ୍ଦ କରାଯାଇଛି। ଏମିତିକି ଯେଉଁ ଜିଲ୍ଲାଗୁଡ଼ିକ ରାସନ ଚାଉଳ ପାଇଛନ୍ତି, ସେମାନେ ତୁରନ୍ତ ବିତରଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ସଫ୍ଟୱେର ବିଭ୍ରାଟ: ହିତାଧିକାରୀ ପାଇଲେନି ଜୁଲାଇ ମାସର ରାସନ
ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ, ହିତାଧିକାରୀ ଯେଉଁ ମାସର ଚାଉଳ ପାଇବେ ତାହାର ଗୋଟିଏ ମାସ ପୂର୍ବରୁ ଚାଉଳ ଉଠାଇବେ। ଏ ଦୃଷ୍ଟିରୁ ଜୁଲାଇ ମାସର ଚାଉଳ ହିତାଧିକାରୀଙ୍କୁ ଜୁନ୍ ମାସରୁ ଦିଆଯିବା କଥା। ହେଲେ ଦିନକ ପରେ ଅଗଷ୍ଟ ମାସ ହେବାକୁ ଯାଉଥିବା ବେଳେ ହିତାଧିକାରୀ ଜୁଲାଇ ମାସ ଚାଉଳ ପାଇନାହାନ୍ତି। ଯୋଗାଣ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଡିଲର ପାଖରେ ପ୍ରକୃତରେ କେତେ ଚାଉଳ ରହିଛି ସଫ୍ଟୱେରରେ ତାହାର ଭୁଲ୍ ରିପୋର୍ଟ ଦର୍ଶାଉଛି। କେତେ ଚାଉଳ ଜିଲ୍ଲାକୁ ପଠାଗଲା ତାହାର ମଧ୍ୟ ରେକର୍ଡ ଭୁଲ୍ଭାଲ୍ ରହୁଛି।
Flood In Bhadrak: ବନ୍ୟାଜଳରେ ବୁଡ଼ିଲା ଭଦ୍ରକ-ଆରଡି ରାସ୍ତା; ଯୋଗାଯୋଗ ବିଚ୍ଛିନ୍ନ
ଗତକାଲି ଦିନତମାମ ଏଭଳି ସମସ୍ୟା ରହିବାରୁ ଅଧିକାରୀମାନେ ଚାଉଳ ବାଣ୍ଟିବା ନେଇ କୌଣସି ପଦକ୍ଷେପ ନେଇ ପାରି ନଥିଲେ। ଆଜି ମଧ୍ୟ ଅଧାପନ୍ତରିଆ ଭାବେ ସଫ୍ଟୱେର କାର୍ଯ୍ୟ କରିଥିଲା। ଅପରପକ୍ଷରେ ଅଗଷ୍ଟ ମାସ ପ୍ରଥମ ସପ୍ତାହ କିମ୍ବା ଦ୍ବିତୀୟ ସପ୍ତାହ ବେଳକୁ ହିତାଧିକାରୀ ଜୁଲାଇ-ଅଗଷ୍ଟ ମାସର ଚାଉଳ ପାଇବେ ବୋଲି କୁହାଯାଉଛି। ଏହାସହ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଚାଉଳ ଉଠାଣ ଅବଧିକୁ ରାଜ୍ୟ ସରକାର କିଛିଦିନ ପାଇଁ ବଢ଼ାଇ ପାରନ୍ତି ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ଏ ସଂପର୍କରେ ଯୋଗାଣ ନିଗମର ମହାପ୍ରବନ୍ଧକ (ପିଡିଏସ୍) ପ୍ରଭାତ ମହାପାତ୍ରଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ହେଁ ସେ କୌଣସି ସୂଚନା ଦେଇ ନ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।