Britain: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ପ୍ରଥମ ଟେଲିଫୋନ୍ କଥାବାର୍ତ୍ତା
"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନର ନବ ନିର୍ବାଚିିତ ପ୍ରଧାନମନ୍ତ୍ରୀ ଏଣ୍ଡି ବର୍ନହାମଙ୍କ ସହ ପ୍ରଥମ ଥର ପାଇଁ ଟେଲିଫୋନ୍ରେ କଥା ହୋଇଛନ୍ତି।
ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିବା ବର୍ନହାମଙ୍କୁ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।
ମୋଦୀ ମଧ୍ୟ ଏ ସଂକ୍ରାନ୍ତରେ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମଙ୍କ ସହ କଥା ହୋଇ ମୁଁ ଅତ୍ୟନ୍ତ ଖୁସି ଏବଂ ସେ ନୂଆ ଦାୟିତ୍ବ ଗ୍ରହଣ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛି।
ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ସହଭାଗିତାକୁ ସୁଦୃଢ଼ କରିବା ଦିଗରେ ଭାରତର ପ୍ରତିବଦ୍ଧତାକୁ ମୋଦୀ ଦୋହରାଇଛନ୍ତି।
ମୋଦୀ କହିଛନ୍ତି, ଆମେ ବୈଷୟିକ ଜ୍ଞାନକୌଶଳ, ଉଦ୍ଭାବନ, ପ୍ରତିରକ୍ଷା, ସୁରକ୍ଷା, ସ୍ବଚ୍ଛ ଶକ୍ତି, ଏଆଇ, ବାଣିଜ୍ୟ ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଏକାଠି କାମ କରିବୁ ବୋଲି ରାଜି ହୋଇଛୁ।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।