19 AUGUST 2026

Welcome!

Unlock your personalized experience.
Sign Up
block-728

Snana yatra: ଆମେରିକାର ବାର୍କଲେରେ ଅ-ତିଥିରେ ସ୍ନାନଯାତ୍ରା

Aug 11, 2026 - 05:46
Snana yatra: ଆମେରିକାର ବାର୍କଲେରେ ଅ-ତିଥିରେ ସ୍ନାନଯାତ୍ରା

ପୁରୀ: ମହାପ୍ରଭୁଙ୍କ କ୍ଷେତ୍ରରେ ସମସ୍ତ ଶାସ୍ତ୍ରୀୟ ବିଧି ବିଧାନକୁ ଜଳାଞ୍ଜଳି ଦେଇ ଅଦିନିଆ ପର୍ବରେ ମାତିଛନ୍ତି ଇସ୍କନ୍‌ ବିଦେଶୀ ଶାଖାର ଭକ୍ତ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଚିଠି ଓ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଇସ୍କନ୍‌ ପକ୍ଷରୁ ପୁଣି ଆମେରିକାର ବାର୍କଲେରେ ରବିବାର ସ୍ନାନଯାତ୍ରା ଆୟୋଜନ କରାଯାଇଥିଲା। ଚତୁର୍ଦ୍ଧା ବିଗ୍ରହଙ୍କର ଅ-ତିଥିରେ ସ୍ନାନଯାତ୍ରା ଯୋଗୁଁ ବିଦେଶରେ ରହୁଥିବା ଜଗନ୍ନାଥ‌ ପ୍ରେମୀ ଅସନ୍ତୋଷ ଝାଡ଼ିଛନ୍ତି। ପ୍ରତିବାଦ ମଧ୍ୟ କରିଛନ୍ତି।  

Smart Bazaar: ସ୍ମାର୍ଟ ବଜାରର ‘ଫୁଲ୍‌ ପୈସା ବସୁଲ୍‌ ସେଲ୍‌’

ଏହି ଅଦିନିଆ ସ୍ନାନଯାତ୍ରା ବନ୍ଦ କରିବାକୁ ଅନୁରୋଧ କରି ଆମେରିକାରେ ବାସ କରୁଥିବା ପ୍ରାୟ ୧୦୦ରୁ ଅଧିକ ଓଡ଼ିଆଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଇମେଲ ଜରିଆରେ ପଠାଯାଇଥିଲା। ସେଣ୍ଟ୍‌ ଜୋସ୍‌ କାଲିଫର୍ଣ୍ଣିଆର ଜଗନ୍ନାଥ କଲ୍‌ଚରାଲ ଆଣ୍ଡ ଏଜୁକେସନାଲ୍‌ ସେଣ୍ଟର ସଭାପତି ଡ. ସୂର୍ଯ୍ୟ ପଟ୍ଟନାୟକ ଗତ ଜୁଲାଇ ୨୦ରେ ଏ ସଂକ୍ରାନ୍ତରେ ଇସ୍କନ ବାର୍କେଲେର ସଭାପତି ଜଗନ୍ନାଥ ସ୍ବାମୀଙ୍କୁ ଚିଠି ଲେଖିଥିଲେ। ଏହାସତ୍ତ୍ୱେ ବି ଅମାନିଆ ଇସ୍କନ ଗତକାଲି ସ୍ନାନଯାତ୍ରା ପାଳନ କରିଛି। 

Horoscope 2026 August 11: ଜାଣନ୍ତୁ ଆଜିର ରାଶିଫଳ...

ଏହାକୁ ଆମେରିକାର କାଲିଫର୍ଣ୍ଣିଆରେ ବସବାସ କରୁଥିବା ଓଡିଆ ଭାଇଭଉଣୀମାନେ ପ୍ରତିବାଦ କରିଥିଲେ। ଇସ୍କନର ଏହି ଅମାନିଆ ପଣକୁ ପ୍ରତିହତ କରିବାକୁ ଏବଂ ଏହାର ସ୍ଥାୟୀ ସମାଧାନ କରିବାକୁ ବିଗତ ଦିନରେ ରାଷ୍ଟ୍ରପତିଙ୍କୁ ଦିଲ୍ଲୀରେ ଥିବା ଓଡିଆ ଫୋରମ୍ ପକ୍ଷରୁ ଭେଟି ଅନୁରୋଧ କରାଯାଇଥିଲା। ଯଥାଶୀଘ୍ର ପ୍ରଧାନମନ୍ତ୍ରୀ, ବିଦେଶ ମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ସହ ଇସ୍କନ ପଶ୍ଚିମବଙ୍ଗର ମାୟାପୁରୀ ସହ ଆଲୋଚନା କରାଯାଇ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଓ ସ୍ନାନଯାତ୍ରାକୁ କେବଳ ତିଥି ଅନୁସରଣରେ କରିବାକୁ ନିଷ୍ପତ୍ତି ନେବାକୁ ବିଦେଶରେ ରହୁଥିବା ଓଡ଼ିଆମାନେ ଅନୁରୋଧ କରିଛନ୍ତି।  ଏବେ ବି ଇସ୍କନର ବହୁ ଶାଖା ଅ-ତିଥିରେ ରଥଯାତ୍ର ଓ ସ୍ନାନଯାତ୍ରା ଜାରି ରଖିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media