Snake: ସାପଙ୍କର କେମିତି ହଜିଗଲା ଗୋଡ଼?
"ଭୁବନେଶ୍ୱର: ଆଜି ସାପକୁ ଦେଖିଲେ ତା"ର ଶରୀରରେ ଗୋଡ଼ ଥିବାର କୌଣସି ଚିହ୍ନ ଦେଖାଯାଏ ନାହିଁ।
କିନ୍ତୁ ପ୍ରାୟ ୧୦ କୋଟି ବର୍ଷ ପୂର୍ବେ ସାପଙ୍କ ପୂର୍ବଜମାନଙ୍କ ଶରୀରରେ ଗୋଡ଼ ଥିବାର ପ୍ରମାଣ ବୈଜ୍ଞାନିକ ଅଧ୍ୟୟନରୁ ମିଳିଛି।
ଏହି ରୋଚକ ବିବର୍ତ୍ତନୀୟ ପରିବର୍ତ୍ତନ ଏବେ ମଧ୍ୟ ବୈଜ୍ଞାନିକଙ୍କ ପାଇଁ ଆକର୍ଷଣର ବିଷୟ।
ଗବେଷଣା ଅନୁସାରେ, ସାପଙ୍କ ପୂର୍ବଜମାନେ ଧୀରେଧୀରେ ନିଜ ଶରୀରର ଗଠନ ବଦଳାଇଥିଲେ।
ପରିବେଶ ଓ ଜୀବନଧାରଣ ପ୍ରଣାଳୀରେ ପରିବର୍ତ୍ତନ ସହ ଶରୀର ଲମ୍ବା ହେବା ସହିତ ଗୋଡ଼ର ଆବଶ୍ୟକତା ମଧ୍ୟ କମିଥିବା ଅନୁମାନ କରାଯାଏ।Advertisment ଧୀରେଧୀରେ ବଦଳିଗଲା ସାପଙ୍କ ଶରୀର ଗଠନ ବିବର୍ତ୍ତନ ପ୍ରକ୍ରିୟାରେ ଏହି ପରିବର୍ତ୍ତନ ହଠାତ୍ ହୋଇନଥିଲା।
ଅନେକ ପିଢ଼ି ଧରି ଶରୀରର ବିଭିନ୍ନ ଅଙ୍ଗରେ ପରିବର୍ତ୍ତନ ଘଟିବା ପରେ ସାପମାନେ ବର୍ତ୍ତମାନର ଗୋଡ଼ବିହୀନ ରୂପ ପାଇଥିବା ବୈଜ୍ଞାନିକମାନେ ମନେ କରନ୍ତି।
ପ୍ରାଚୀନ ସାପଙ୍କ ଜୀବାଶ୍ମରୁ ମଧ୍ୟ ଏହି ବିବର୍ତ୍ତନର ଅନେକ ସଙ୍କେତ ମିଳିଛି।
କେତେକ ପ୍ରାଚୀନ ପ୍ରଜାତିରେ ପଛ ଗୋଡ଼ ସଦୃଶ ଛୋଟ ଅଙ୍ଗ ଥିବା ଦେଖାଯାଇଛି।
ଏହା ସାପମାନଙ୍କ ଗୋଡ଼ ହରାଇବା ପ୍ରକ୍ରିୟାକୁ ବୁଝିବାରେ ଗବେଷକଙ୍କୁ ସହାୟତା କରୁଛି।
ବୈଜ୍ଞାନିକଙ୍କ ମତରେ, ସାପଙ୍କ ଶରୀରର ଏହି ବିଶେଷ ଗଠନ ତାଙ୍କୁ ଭୂମି ଉପରେ ଚଳାଚଳ, ଗାତରେ ପଶିବା ଏବଂ ଶିକାର କରିବାରେ ଅନୁକୂଳ କରିଛି।
ତେଣୁ ଗୋଡ଼ ହରାଇବା ସାପଙ୍କ ବିବର୍ତ୍ତନର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ।
ଆଜିର ସାପମାନଙ୍କ ଶରୀରରେ ଗୋଡ଼ ନଥିଲେ ମଧ୍ୟ କେତେକ ପ୍ରଜାତିରେ ପୂର୍ବଜଙ୍କ ଗୋଡ଼ର ଅବଶେଷ ଭାବେ ଛୋଟ ହାଡ଼ ଦେଖିବାକୁ ମିଳେ।
ଏହା ପ୍ରମାଣ କରେ ଯେ ପ୍ରକୃତିରେ ପ୍ରଜାତିମାନଙ୍କ ଶରୀର ଲକ୍ଷ ଲକ୍ଷ ବର୍ଷ ଧରି କିପରି ବଦଳି ଚାଲିଛି।
Milk produced: ଓଡ଼ିଶାର ୮୦ ଭାଗ ଗାଈ ଓ ମଇଁଷି ଦେଉଥିବା କ୍ଷୀର ଉଚ୍ଚ ଗୁଣବତ୍ତାସଂପନ୍ନ: ଡ.
ସୁଶାନ୍ତ ଦାଶ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
