12 SEPTEMBER 2026

Welcome!

Unlock your personalized experience.
Sign Up

Smart City's: ସଂପୂର୍ଣ୍ଣ ସୁରକ୍ଷିତ ନୁହେଁ ସ୍ମାର୍ଟସିଟିର ବାୟୁ: ଜାତୀୟ ମାନକଠାରୁ ଯଥେଷ୍ଟ ଅଧିକ

Sep 10, 2026 - 05:02
Smart City's: ସଂପୂର୍ଣ୍ଣ ସୁରକ୍ଷିତ ନୁହେଁ ସ୍ମାର୍ଟସିଟିର ବାୟୁ: ଜାତୀୟ ମାନକଠାରୁ ଯଥେଷ୍ଟ ଅଧିକ

ରାଉରକେଲା (ଦେବବ୍ରତ ଗଡ଼ତିଆ): ସ୍ମାର୍ଟସିଟି ରାଉରକେଲାର ବାୟୁ ଗୁଣବତ୍ତାରେ ବଡ଼ ସୁଧାର ଆସିଛି। ପୂର୍ବ ବର୍ଷ ତୁଳନାରେ ଏବେ ସହରର ବାୟୁରେ କ୍ଷତିକାରକ ଧୂଳିକଣା ବା ପିଏମ-୧୦ ସ୍ତର ଯଥେଷ୍ଟ ହ୍ରାସ ପାଇଛି। ସମ୍ଭବତଃ ଧୂଳି ନିୟନ୍ତ୍ରଣ ପାଇଁ ମିଷ୍ଟ୍‌ କାନନ୍‌ ଓ ସ୍ପ୍ରିଙ୍କଲର୍‌ର ବ୍ୟବହାର, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ଶିଳ୍ପାଞ୍ଚଳରେ ପ୍ରଦୂଷଣ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ତେବେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ‘ଜାତୀୟ ପରିବେଶ ବାୟୁ ଗୁଣବତ୍ତା ମାନକ’ ଅନୁଯାୟୀ ଏହା ସଂପୂର୍ଣ୍ଣ ସୁରକ୍ଷିତ ନୁହେଁ।

Lashkar-e-Taiba: ଲସ୍କର-ଏ-ତୋଏବାର ନୂଆ ଧମକ: ‘ଚାକିରି ଛାଡ଼ ନଚେତ୍‌ ମୃତ୍ୟୁ’

୨୦୨୨-୨୩ ମସିହାରେ ସହରର ବାୟୁରେ ପିଏମ-୧୦ର ହାରାହାରି ମାତ୍ରା ୧୩୪ ମାଇକ୍ରୋଗ୍ରାମ୍‌ ପ୍ରତି ଘନମିଟର ରହିଥିଲା। ୨୦୨୩-୨୪ ଓ ୨୦୨୪-୨୫ରେ ଏହି ସାନ୍ଦ୍ରତା ସ୍ଥିର ଭାବେ ୧୧୧ ମାଇକ୍ରୋଗ୍ରାମ୍‌ ପ୍ରତି ଘନ ମିଟର ରହିଥିଲା। କିନ୍ତୁ ୨୦୨୫-୨୬ ଆର୍ଥିକ ବର୍ଷରେ ଏହା ଆଶାତୀତ ଭାବେ କମି ୯୧ରେ ପହଞ୍ଚିଛି। ଅର୍ଥାତ୍‌, ୨୦୨୨-୨୩ ତୁଳନାରେ ସହରର ପିଏମ୍‌-୧୦ ପ୍ରଦୂଷଣ ମାତ୍ରାରେ ପ୍ରାୟ ୩୨.୧୧ ପ୍ରତିଶତର ଏକ ବଡ଼ ହ୍ରାସ ରେକର୍ଡ କରାଯାଇଛି, ଯାହା ସ୍ଥାନୀୟ ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ସକାରାତ୍ମକ ଖବର। ଉଲ୍ଲେଖଯୋଗ୍ୟ, ପିଏମ-୧୦ର ମାତ୍ରା ୯୧ ମାଇକ୍ରୋଗ୍ରାମ ପ୍ରତି ଘନ ମିଟରର ଅର୍ଥ ହେଉଛି ସେହି ୧ ମିଟର ଲମ୍ବ, ଓସାର ଓ ଉଚ୍ଚତା ବିଶିଷ୍ଟ ବାୟୁ ମଧ୍ୟରେ ମୋଟ୍‌ ୯୧ ମାଇକ୍ରୋଗ୍ରାମ ଓଜନର ଧୂଳିକଣା ଭାସୁଛି।

Bangladesh: ବାଂଲାଦେଶରେ ମିଳିମିଳା ନେଲାଣି ୧୦୦୦ରୁ ଅଧିକ ଶିଶୁଙ୍କ ଜୀବନ

ଏହି ସଂଖ୍ୟା ଯେତେ ବଢ଼ିବ, ବାୟୁ ସେତେ ଅଧିକ ପ୍ରଦୂଷିତ ବୋଲି ବିବେଚନା କରାଯାଇଥାଏ। ଅପରପକ୍ଷରେ ପ୍ରଦୂଷଣ ହ୍ରାସ ପାଇଥିଲେ ମଧ୍ୟ ସହରର ବାୟୁ ଏବେ ବି ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ। ସିପିସିବିର ମାନଦଣ୍ଡ ଅନୁଯାୟୀ, ବାୟୁରେ ପିଏମ୍‌-୧୦ର ସୁରକ୍ଷିତ ବାର୍ଷିକ ହାରାହାରି ସାନ୍ଦ୍ରତା ୬୦ ମାଇକ୍ରୋଗ୍ରାମ ପ୍ରତି ଘନମିଟର ରହିବା ଆବଶ୍ୟକ। ୨୦୧୮ ମସିହା ପରଠାରୁ ରାଉରକେଲାର ବାର୍ଷିକ ପିଏମ-୧୦ ମାତ୍ରା ସର୍ବଦା ୧୦୦ରୁ ଅଧିକ ରହିଆସିଛି। ବର୍ତ୍ତମାନର ୯୧ ମାଇକ୍ରୋଗ୍ରାମ ପ୍ରତି ଘନମିଟରର ସ୍ଥିତି ପୂର୍ବ ଅପେକ୍ଷା ଭଲ ହୋଇଥିଲେ ସୁଦ୍ଧା ଏହା ଜାତୀୟ ମାନକଠାରୁ ଯଥେଷ୍ଟ ଅଧିକ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)