SIR: ଝାଡ଼ଖଣ୍ଡ ଭୋଟର ତାଲିକାରେ ୩ ଆଫଗାନୀ ନାଗରିକଙ୍କ ନାଁ

Sep 09, 2026 - 21:35
SIR: ଝାଡ଼ଖଣ୍ଡ ଭୋଟର ତାଲିକାରେ ୩ ଆଫଗାନୀ ନାଗରିକଙ୍କ ନାଁ

"ରାଞ୍ଚି: ଝାଡ଼ଖଣ୍ଡରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର) ପ୍ରକ୍ରିୟାରେ ୩ ଜଣ ଆଫଗାନୀ ନାଗରିକଙ୍କ ନାଁ ଭୋଟର ତାଲିକାରେ ଥିବା ଜଣାପଡ଼ିଛି।

ଘଟଣାଟି ଜାମସେଦପୁର ପୂର୍ବ ବିଧାନସଭା ନିର୍ବାଚନମଣ୍ଡଳୀରେ ଦସ୍ତାବିଜ ଯାଞ୍ଚ ସମୟରେ ସାମ୍ନାକୁ ଆସିଛି।

ଏହି ୩ ଜଣ ହେଲେ ଅସିଲ ଖାନ୍‌, ମହମ୍ମଦ ଅସଲମ ଓ ମହମ୍ମଦ ଇବ୍ରାହିମ।

ସେମାନଙ୍କ ନାଁ ମତଦାନ କେନ୍ଦ୍ର ନମ୍ବର ୨୮୬ର ତାଲିକାରେ ଯଥାକ୍ରମେ ୩୦, ୩୧ ଓ ୩୩ ନମ୍ବରରେ ରହିଥିଲା।Advertisment ଏସ୍‌ଆଇଆର ଯାଞ୍ଚ ବେଳେ ଦସ୍ତାବିଜରେ ଅସଙ୍ଗତି ମିଳିବା ପରେ ତିନିଜଣଙ୍କୁ ନୋଟିସ୍‌ ଦିଆଯାଇଥିଲା।

ପରେ ପାସପୋର୍ଟ ଯାଞ୍ଚରୁ ସେମାନେ ଆଫଗାନୀ ନାଗରିକ ବୋଲି ଜଣାପଡ଼ିଥିବା ଅଧିକାରୀମାନେ କହିଛନ୍ତି।

ଏହା ପରେ ନିର୍ବାଚନ କର୍ତ୍ତୃପକ୍ଷ ୩ ଜଣଙ୍କ ନାଁ ଭୋଟର ତାଲିକାରୁ ହଟାଇ ଦେଇଛନ୍ତି।

J&K: ସିକିମ୍‌ରେ ଏସ୍‌ଆଇଆର୍‌ ପାଇଁ ୨୦୦୨କୁ ଆଧାର ବର୍ଷ ରଖିବା ନିଷ୍ପତ୍ତି ଠିକ୍: ସୁପ୍ରିମ୍‌କୋର୍ଟ ଝାଡ଼ଖଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀ କେ.

ରବି କୁମାର କହିଛନ୍ତି ଯେ, ଭୋଟର ତାଲିକାରେ ବିଦେଶୀ ନାଗରିକଙ୍କ ନାଁ ସାମିଲ ହେବା ଅତି ଗୁରୁତର ବିଷୟ।

ଏହି ନାଁଗୁଡ଼ିକ କିପରି ତାଲିକାରେ ଯୋଡ଼ାଗଲା ଏବଂ କିଏ ସେଥିରେ ସହଯୋଗ କରିଥିଲା, ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।

ଦୋଷୀ ପ୍ରମାଣିତ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ଏହା ସହ ଅନ୍ୟ କୌଣସି ବିଦେଶୀ ନାଗରିକ ଭୋଟର ତାଲିକାରେ ସାମିଲ ଅଛନ୍ତି କି ନାହିଁ, ସେନେଇ ମଧ୍ୟ ଯାଞ୍ଚ କରାଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)