SIR controversy: ସିଇସିଙ୍କ ବିରୋଧରେ ଜନ ଅଭିଯୋଗ ସଭାରେ ଅଧ୍ୟକ୍ଷତା କରିବେ ମୀରା କୁମାର

Oct 29, 2026 - 16:41
SIR controversy: ସିଇସିଙ୍କ ବିରୋଧରେ ଜନ ଅଭିଯୋଗ ସଭାରେ ଅଧ୍ୟକ୍ଷତା କରିବେ ମୀରା କୁମାର

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର ଙ୍କ ବିରୋଧରେ ରାଜନୈତିକ ଲଢ଼େଇକୁ ଆହୁରି ତୀବ୍ର କରିବାକୁ ଯାଉଛି ଇଣ୍ଡି ମେଣ୍ଟ।

ମେଣ୍ଟ ଆସନ୍ତା ଅକ୍ଟୋବର ୩୦ ତାରିଖରେ ଦିଲ୍ଲୀରେ 'ଜନ ଅଭିଯୋଗ ସଭା'ର ଆୟୋଜନ କରିବାକୁ ଯାଉଥିବାବେଳେ ଏଥିରେ ଅଧ୍ୟକ୍ଷତା କରିବେ ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାର।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସରକାରୀ ବାସଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Advertisment ରାଜ୍ୟସଭାରେ ବିରୋଧୀ ଦଳ ନେତା ଖଡ଼ଗେ ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରସ୍ତାବ ଆଗତ କରିବେ।

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଲୋଚନାର ଶେଷରେ ନିଜର ମତ ରଖିବେ।

ବିଭିନ୍ନ ବିରୋଧୀ ଦଳର ପ୍ରତିନିଧିଙ୍କ ସହ ସାମାଜିକ ସଂଗଠନର ସଦସ୍ୟମାନେ ମଧ୍ୟ ଏଥିରେ ଯୋଗଦେବେ।

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍‌) ପ୍ରକ୍ରିୟାରେ ପ୍ରଭାବିତ ଲୋକମାନେ ନିଜ ଅନୁଭୂତି ଜଣାଇବେ।

ମୋଦୀଙ୍କ ଗ୍ୟାରେଣ୍ଟି ଚାଇନା ଭଳି: ମଲ୍ଲିକାର୍ଜୁନ ଖଡ଼ଗେ କଲେ ଟାର୍ଗେଟ ପ୍ରଥମେ ଅଶୋକା ହୋଟେଲ ଓ ପରେ ରାମଲୀଳା ମୈଦାନରେ କାର୍ଯ୍ୟକ୍ରମ ପାଇଁ ଅନୁମତି ନମିଳିବାରୁ ଏହାକୁ ଖଡ଼ଗେଙ୍କ ବାସଭବନକୁ ସ୍ଥାନାନ୍ତର କରାଯାଇଛି ବୋଲି କଂଗ୍ରେସ କହିଛି।

ତେବେ ନଭେମ୍ବର ୧ରେ ଦିଲ୍ଲୀରେ ଭୋଟ ଚୋରି ଅଭିଯୋଗ ଓ ଏସ୍ଆ‌ଇଆର୍‌ ବିରୋଧରେ ବିରୋଧୀ ମେଣ୍ଟର ସମାବେଶ ହେବାକୁ ଯାଉଛି।

ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ଏହି ଆନ୍ଦୋଳନ ଜାତୀୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)