Kanpur: ସରକାରୀ ଚାକିରି ପାଇଁ ୫୦ଥର କରିଥିଲେ ପ୍ରୟାସ; ଅସଫଳ ହେବା ପରେ ଜୀବନ ହାରିଲେ ମେଧାବୀ ଛାତ୍ର
"କାନପୁର: ଉତ୍ତର ପ୍ରଦେଶର କାନପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।
ରାଜ୍ୟପାଳଙ୍କ ଦ୍ୱାରା ସ୍ୱର୍ଣ୍ଣ ପଦକ ପ୍ରାପ୍ତ କାନପୁରର ଜଣେ ମେଧାବୀ ଛାତ୍ର ଆନନ୍ଦ କୁମାର ଜୀବନ ହାରି ଦେଇଛନ୍ତି।
ଆନନ୍ଦ କଲେଜ ଟପର ରହିଥିବା ସହିତ ସେ ପାଖାପାଖି ୫୦ଥର ସରକାରୀ ଚାକିରି ପାଇଁ ପ୍ରୟାସ କରିଥିଲେ କିନ୍ତୁ ଅସଫଳ ରହିଥିଲେ। ଶେଷରେ ସେ ଧୈର୍ଯ୍ୟହରା ହୋଇ ଜୀବନ ହାରି ଦେଇଥିବା ଜଣାପଡ଼ିଛି।Advertisment ସୂଚନାଯୋଗ୍ୟ, କାନପୁରର ଗୁଜୈନିର ବାସିନ୍ଦା ୨୩ ବର୍ଷୀୟ ଆନନ୍ଦ କୁମାର ଜଣେ ମେଧାବୀ ଛାତ୍ର ଥିଲେ।
ଆନନ୍ଦ ୨୦୨୪ମସିହାରେ ପିଏସଆଇଟି କଲେଜରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ବି.ଟେକ୍ ସମାପ୍ତ କରିଥିଲେ ଏବଂ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଏହି ଉଲ୍ଲେଖନୀୟ ସଫଳତା ପାଇଁ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ତାଙ୍କୁ ୨୦୨୪ ଅଗଷ୍ଟ ୧୩ରେ ସ୍ୱର୍ଣ୍ଣ ପଦକରେ ସମ୍ମାନିତ କରିଥିଲେ।
କିଛିଦିନ ହେବ ଆନନ୍ଦ ଏକ ଘରୋଇ କମ୍ପାନିରେ କାମ କରୁଥିଲେ କିନ୍ତୁ ସରକାରୀ ଚାକିରି କରିବାକୁ ଆକାଂକ୍ଷା ରଖିଥିଲେ।
ତେଣୁ ସେ ସରକାରୀ ଚାକିରି ପାଇଁ ଗୋଟିଏ କି ଦୁଇଟି ନୁହେଁ ୫୦ରୁ ଅଧିକ ପରୀକ୍ଷା ଦେଇଥିଲେ।
ତଥାପି ସେ ସଫଳତା ପାଇ ପାରି ନଥିଲେ।
ତେଣୁ ଜୀବନ ହାରିବାର ଚରମ ନିଷ୍ପତ୍ତି ନେଇଥିଲେ।
ରୋଷେଇ ଘରେ ପଶିବ ଇଥାନଲ: ଜାଳେଣି ଭାବେ ହେବ ବ୍ୟବହାର ଜୀବନ ହାରିବା ପୂର୍ବରୁ ଆନନ୍ଦ ଏକ ଚିଠି ଲେଖିଥିଲେ।
ଚିଠିରେ ସେ ଲେଖିଥିଲେ "ମୁଁ ସରକାରୀ ଚାକିରି ପାଇଁ ୫୦ ଥର ଚେଷ୍ଟା କରିବି ବିଫଳ ହେଲି ବାପା ।
ଆଉ ନିଜ ମନକୁ ଧୈର୍ଯ୍ୟ ଧରାଇ ରଖି ପାରୁନାହିଁ।
ମୋତେ କ୍ଷମା କରିଦେବ ବାପା।" ଆନନ୍ଦଙ୍କ ବାପା ରାଜକୁମାରଙ୍କ କହିବାନୁସାରେ, ଆନନ୍ଦ ରେଳବାଇ, ଏସଏସସି, ବ୍ୟାଙ୍କ ଏବଂ ଶିକ୍ଷା ବିଭାଗ ସମେତ ବିଭିନ୍ନ ସରକାରୀ ନିଯୁକ୍ତି ପରୀକ୍ଷାରେ ୫୦ ଥର ପ୍ରୟାସ କରିବି ଅସଫଳ ରହିଥିଲା।
ତେଣୁ ସେ କିଛି ମାସ ହେବ ଚାପଗ୍ରସ୍ତ ଥିଲା।
ବଡ଼ ପୁଅ ଅମିତର ଆଗକୁ ବାହାଘର ଥିବା ହେତୁ ଆୟୋଜନ ପାଇଁ ପରିବାର ସଦସ୍ୟ ବିହାର ଯାଇଥିଲୁ।
ଆନନ୍ଦ ଘରେ ଏକା ଥିଲା।
ଶୁକ୍ରବାର ଅପରାହ୍ନରେ କାମ କରିବା ପାଇଁ ଘରକୁ ଆସିଥିବା ମହିଳା ଯେତେ ଡାକିଥିଲେ ବି ଆନନ୍ଦ କବାଟ ଖୋଲି ନଥିଲା।
ଉକ୍ତ ମହିଳା ଜଣକ ଆମକୁ ଫୋନ କରି ଘଟଣା ବିଷୟରେ ଜଣାଇବା ପରେ ଆମେ ପୁଲିସକୁ ଫୋନ କରି ଜଣାଇଥିଲୁ।" ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗିଲା ବେଳକୁ ଆନନ୍ଦଙ୍କ ମୃତଦେହ ଫାଶୀରେ ଝୁଲୁଥିବା ଦେଖିବାକୁ ମିଳିଥିଲା।
ପୁଲିସ ଘଟଣାସ୍ଥଳରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।