Monsoon: ଫଳପ୍ରଦ ମୌସୁମୀ ଅଧିବେଶନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ
"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗଣମାଧ୍ୟମରେ ଉଦ୍ବୋଧନ ଦେଇ ଏକ ଫଳପ୍ରଦ ଅଧିବେଶନ ପାଇଁ ସାଂସଦମାନଙ୍କୁ ଅନୁରୋଧ କରିଛନ୍ତି।
ମୋଦୀ ତଥ୍ୟ-ଆଧାରିତ ଅର୍ଥମୂଳକ ଆଲୋଚନା ଉପରେ ଗୁରୁତ୍ବାରୋପ କରିଛନ୍ତି।
ମୋଦୀ ବର୍ଷା ଋତୁ ଓ ସଂସଦର କାର୍ଯ୍ୟକାରିତା ମଧ୍ୟରେ ଏକ ତୁଳନା କରିଛନ୍ତି।
ମୋଦୀ କହିଛନ୍ତି, ଏହା ବର୍ଷା ଋତୁ ହେଉ କି ସଂସଦର ମୌସୁମୀ ଅଧିବେଶନ, ଯଦି ଉଭୟ ସକ୍ରିୟ ରହେ, ତେବେ ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହୁଅନ୍ତି।Advertisment ଆହୁରି ପଢନ୍ତୁ: Westbengal: ପଶ୍ଚିମବଙ୍ଗରେ ଶ୍ୟାମ ଷ୍ଟିଲ୍ ପ୍ରକଳ୍ପର ଶିଳାନ୍ୟାସ ଯେତେବେଳେ ଉଭୟ ଫଳପ୍ରଦ ହୁଅନ୍ତି, ସେତେବେଳେ ଦେଶର କଲ୍ୟାଣ ଓ ସମସ୍ତ ଜୀବଜଗତର ମଙ୍ଗଳ ସୁନିଶ୍ଚିତ ହୁଏ।
ସେଥିପାଇଁ ଆମର ପ୍ରାର୍ଥନା ଯେ ବର୍ଷାଋତୁ ସକ୍ରିୟ ଓ ଫଳପ୍ରଦ ରହୁ, ଏବଂ ସଂସଦର ମୌସୁମୀଅଧିବେଶନ ମଧ୍ୟ ସଫଳ ହେଉ।
ଉଭୟ ଗୃହରେ ଗଠନମୂଳକ ଆଲୋଚନା ପାଇଁ ଆହ୍ବାନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସଂସଦ ଅର୍ଥପୂର୍ଣ୍ଣ ବିତର୍କର ମଞ୍ଚ ହେବା ଉଚିତ।
ସଂସଦରେ ଅଯଥା ଝଡ଼ର କୌଣସି ଆବଶ୍ୟକତା ନାହିଁ।
ପ୍ରତିଟି ସ୍ବରକୁ ସଂସଦରେ ସ୍ଥାନ ମିଳିବା ଉଚିତ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।