SIR: ଏସ୍‌ଆଇଆର୍‌ ଉପରେ ଇସିଙ୍କ ଜବାବର ଖଣ୍ଡନ ପାଇଁ ଆବେଦନକାରୀଙ୍କୁ ୧୦ ଦିନ ଦେଲେ ସୁପ୍ରିମ୍‌କୋର୍ଟ

Oct 27, 2026 - 19:26
SIR: ଏସ୍‌ଆଇଆର୍‌ ଉପରେ ଇସିଙ୍କ ଜବାବର ଖଣ୍ଡନ ପାଇଁ ଆବେଦନକାରୀଙ୍କୁ ୧୦ ଦିନ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ ନେଇ ଦାଏର ମାମଲାରେ ନିର୍ବାଚନ ଆୟୋଗଙ୍କ ଜବାବର ପ୍ରତିଜବାବ ଦାଖଲ କରିବା ପାଇଁ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଆବେଦନକାରୀଙ୍କୁ ୧୦ ଦିନ ସମୟ ଦେଇଛନ୍ତି।

ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ନିଷ୍ପତ୍ତିଗୁଡ଼ିକ ଆଇନସମ୍ମତ ଏବଂ ଆୟୋଗର ତିନି ସଦସ୍ୟଙ୍କ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ନିର୍ବାଚନ ଆୟୋଗ ନିଜର ସତ୍ୟପାଠରେ ଦର୍ଶାଇଛନ୍ତି।

Advertisment ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି.

ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ।

ମୁଖ୍ୟ ଆବେଦନକାରୀ ରାକେଶ କୁମାର ସିଂହଙ୍କ ପକ୍ଷରୁ ହାଜର ବରିଷ୍ଠ ଓକିଲ ବିକାଶ ସିଂହଙ୍କୁ ଆୟୋଗଙ୍କ ଜବାବର ପ୍ରତିଜବାବ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।

ଆୟୋଗ ସୋମବାର ସନ୍ଧ୍ୟାରେ ନିଜର ଜବାବ ଦାଖଲ କରିଥିଲେ।

ନିର୍ବାଚନ ଆୟୋଗ ନିଜର ୨୪୮ ପୃଷ୍ଠାର ସତ୍ୟପାଠରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ କୌଣସି ବେଆଇନ ପଦକ୍ଷେପ ନିଆଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଭୋଟର ଭାବେ ନାମ ପଞ୍ଜୀକରଣ ପାଇଁ ବ୍ୟବହୃତ ଫର୍ମ-୬ରେ କୌଣସି ପରିବର୍ତ୍ତନ କରାଯାଇନାହିଁ ବୋଲି ଆୟୋଗ ସ୍ପଷ୍ଟ କରିଛନ୍ତି।

ଉପନିର୍ବାଚନ ଆୟୁକ୍ତ ଭାନୁ ପ୍ରକାଶ ୟେତୁରୁଙ୍କ ଜରିଆରେ ଦାଖଲ ଏହି ସତ୍ୟପାଠରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ଅନ୍ୟ ଦୁଇ ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କ ସମର୍ଥନ ରହିଥିବା ଦର୍ଶାଯାଇଛି।

ଏସ୍‌ଆଇଆର୍‌ ସମ୍ପର୍କରେ ଆୟୋଗଙ୍କ ନିଷ୍ପତ୍ତି ଉପରେ ଅନ୍ୟ ଦୁଇ ନିର୍ବାଚନ ଆୟୁକ୍ତ ଆପତ୍ତି ଉଠାଇଥିବା ନେଇ ପ୍ରକାଶିତ ରିପୋର୍ଟକୁ ଆଧାର କରି ମାମଲା ଦାଏର ହୋଇଥିଲା।

ତେବେ କୌଣସି ଆଭ୍ୟନ୍ତରୀଣ ଆଲୋଚନା ବା ଫାଇଲ୍‌ରେ ଲିପିବଦ୍ଧ ମତାମତକୁ ଆୟୋଗର ଚୂଡ଼ାନ୍ତ ନିଷ୍ପତ୍ତି କୁହାଯାଇପାରିବ ନାହିଁ ବୋଲି ଆୟୋଗ ଯୁକ୍ତି ଦର୍ଶାଇଛନ୍ତି।

ଏଥିସହ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ପଦରୁ ହଟାଇବା କିମ୍ବା ତାଙ୍କ କାର୍ଯ୍ୟ ଉପରେ ରୋକ୍‌ ଲଗାଇବା ପାଇଁ ହୋଇଥିବା ଆବେଦନକୁ ମଧ୍ୟ ଆୟୋଗ ବିରୋଧ କରିଛନ୍ତି।

ଏହି ମଧ୍ୟରେ ରାଜ୍ୟସଭା ସାଂସଦ ଡୋଲା ସେନ୍‌ଙ୍କ ପକ୍ଷରୁ ଦାଖଲ ଏକ ନୂଆ ଆବେଦନ ଉପରେ ମଧ୍ୟ ସୁପ୍ରିମ୍‌କୋର୍ଟ ନିର୍ବାଚନ ଆୟୋଗ ଓ ଅନ୍ୟ ପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି।

ବିହାରରେ ଏସ୍‌ଆଇଆର୍‌ ସମୟରେ ସୁପ୍ରିମ୍‌କୋର୍ଟଙ୍କ ଅନୁମତି ବିନା ଫର୍ମ-୬ରେ ପରିବର୍ତ୍ତନ କରାଯାଇଥିବା ତାଙ୍କ ଆବେଦନରେ ଅଭିଯୋଗ ହୋଇଛି।

ସାଂସଦଙ୍କ ପକ୍ଷରୁ ବରିଷ୍ଠ ଓକିଲ ମେନକା ଗୁରୁସ୍ୱାମୀ ଯୁକ୍ତି ରଖିଥିଲେ ଯେ ଏହି ପରିବର୍ତ୍ତନକୁ ସୁପ୍ରିମ୍‌କୋର୍ଟଙ୍କ ଅନୁମୋଦନ ମିଳିଥିବା ନେଇ ଆୟୋଗଙ୍କ ଦାବି ଠିକ୍‌ ନୁହେଁ।

ପ୍ରଧାନ ବିଚାରପତି କହିଥିଲେ ଯେ ସମସ୍ତ ପ୍ରସଙ୍ଗର ଯାଞ୍ଚ କରାଯିବ।

ଆବେଦନକାରୀଙ୍କ ପ୍ରତିଜବାବ ଦାଖଲ ପରେ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୭ରେ ହେବାକୁ ସ୍ଥିର ହୋଇଛି।

ବିଦ୍ୟୁତ୍‌ ଫାଶରେ ପଡ଼ି ଦନ୍ତା ମୃତ, ୩ ଶିକାରୀ ଗିରଫ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)