Silver Medals: ବିଶ୍ବ କୁସ୍ତିରେ ରୌପ୍ୟ ଜିତି ଇତିହାସ ରଚିଲେ କାଜଲ, ନୀଲମ

Oct 29, 2026 - 11:58
Silver Medals: ବିଶ୍ବ କୁସ୍ତିରେ ରୌପ୍ୟ ଜିତି ଇତିହାସ ରଚିଲେ କାଜଲ, ନୀଲମ

ଆସ୍ତାନା: ଭାରତୀୟ କୁସ୍ତିବିତ୍‌ କାଜଲ ଢୋଚାକ ଓ ନୀଲମ ସିରୋହି ଏଠାରେ ଚାଲିଥିବା ବିଶ୍ବ କୁସ୍ତି ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି।

ପ୍ରଥମ ଥର ଲାଗି ଗୋଟିଏ ସଂସ୍କରଣରେ ୨ ଜଣ ଭାରତୀୟ ମହିଳା ରୌପ୍ୟ ପଦକ ଜିତିବାର ଗୌରବ ପାଇଛନ୍ତି।

ପୂର୍ବରୁ ଏକ ମାତ୍ର ଭାରତୀୟ ମହିଳା କୁସ୍ତିବିତ୍‌ ଭାବେ ଅଂଶୁ ମଲ୍ଲିକ ୨୦୨୧ ସଂସ୍କରଣରେ ଫାଇନାଲ୍‌ରେ ପହଞ୍ଚିଥିଲେ।

Advertisment ମହିଳା ୭୬ କିଲୋଗ୍ରାମ ଫାଇନାଲ୍‌ରେ ବରିଷ୍ଠ ବିଶ୍ବପ୍ରତିଯୋଗିତାରେ ପଦାର୍ପଣ କରିଥିବା ୧୮ ବର୍ଷୀୟା କାଜଲ କଡ଼ା ସଂଘର୍ଷ କରି ୬-୮ରେ ତିନି ଥର ୟୁରୋପୀୟ ବିଜୟିନୀ ୟୁକ୍ରେନ୍‌ର ଆନାସ୍ତାସିୟା ଆଲ୍‌ପେୟେଭାଙ୍କଠୁ ହାରି ଯାଇଥିଲେ।

ବେୟାନୋଭାଙ୍କୁ ୭-୩ରେ ମାତ୍‌ ସେମିଫାଇନାଲ୍‌ରେ ସେ ୧-୭ରେ ପଛରେ ରହିବାର ପରେ ପ୍ରତ୍ୟାବର୍ତ୍ତନ କରି ୧୦-୭ରେ କିର୍ଗିଜସ୍ତାନର ଅଇପେରି ମେଦେତ କିଜିଙ୍କୁ ହରାଇଥିଲେ।

ସେହିଭଳି ୫୦ କିଲୋଗ୍ରାମ୍‌ରେ ୨୬ ବର୍ଷୀୟା ନୀଲମ ୦-୫ରେ ୪ ଥର ବିଶ୍ବ ବିଜୟିନୀ ଜାପାନର ୟୁଇ ସୁସାକିଙ୍କଠୁ ହାରି ଯାଇଥିଲେ।

ସେମିରେ ସେ କାଜାଖସ୍ତାନର ଜିନେପ ବେୟାନୋଭାଙ୍କୁ ୭-୩ରେ ମାତ୍‌ ଦେଇଥିଲେ।

Cricketer: ଡବ୍‌ଲିନ୍‌ ବିମାନବନ୍ଦରରେ ସାଙ୍ଗାକାରଙ୍କୁ ଅସମ୍ମାନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)