Silver Medal: ସୁଟିଂ: ରୌପ୍ୟ ଜିତିଲେ ଇଶା

Sep 28, 2026 - 12:52
Silver Medal: ସୁଟିଂ: ରୌପ୍ୟ ଜିତିଲେ ଇଶା

"ନାଗୋୟା: ଭାରତର ଇଶା ସିଂହ ୨୫ ମିଟର ଏୟାର ପିସ୍ତଲରେ ରୌପ୍ୟ ପଦକ ହାସଲ କରିଛନ୍ତି।

ଏହି ଇଭେଣ୍ଟରେ ସେ ମାତ୍ର ଗୋଟିଏ ପଏଣ୍ଟରେ ସ୍ବର୍ଣ୍ଣ ହାତଛଡ଼ା କରିଥିଲେ।

ଚୀନର ସିଆଓ ଜିଆରୁଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ଫାଇନାଲ୍‌ରେ ଇଶା ଓ ସିଆଓଙ୍କ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା।

ଉଭୟ ୩୮ ହିଟ୍‌ ସହ ଫାଇନାଲ୍‌ ଶେଷ କରିଥିଲେ।

କିନ୍ତୁ ସୁଟ୍‌ଆଉଟ୍‌ରେ ଇଶା ଗୋଟିଏ ପଏଣ୍ଟ ପଛରେ ପଡ଼ିଯାଇଥିଲେ।

ସେ ଏହା ପୂର୍ବରୁ ଦଳଗତ ଇଭେଣ୍ଟରେ ପଦକ ହାସଲରୁ ବଞ୍ଚିତ ହୋଇଥିଲେ।

ଦଳଗତ ପ୍ରତିଯୋଗିତାରେ ଭାରତ ପଞ୍ଚମ ସ୍ଥାନରେ ରହିଥିଲା।Advertisment ଦଳଗତ ପ୍ରତିଯୋଗିତାରେ ଭାରତ ପଞ୍ଚମ ସ୍ଥାନରେ ବିଶ୍ୱର ଏକ ନମ୍ବର ମାନ୍ୟତାପ୍ରାପ୍ତ ତଥା ବିଶ୍ୱ ରେକର୍ଡଧାରୀ ଇଶା ୨୦୨୩ ହାଙ୍ଗ୍‌ଝୁ ଏସୀୟ କ୍ରୀଡ଼ା ୨୫ ମିଟର ଏୟାର ପିସ୍ତଲର ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ବେଳେ ଦଳଗତ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ଏହା ସହିତ ୧୦ ମିଟର ବ୍ୟକ୍ତିଗତ ଓ ଦଳଗତରେ ବି ସେ ରୌପ୍ୟ ହାସଲ କରିଥିଲେ।

Asian Games: ଏସୀୟ କ୍ରୀଡ଼ା: ଖାଲି ହାତରେ ଫେରିଲେ ମନୁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)