Good Job: ମାସକୁ ଲକ୍ଷେ ଟଙ୍କା ଦରମା, ତଥାପି ଚଲାଉଛନ୍ତି ରାପିଡୋ ବାଇକ୍‌!

Oct 21, 2026 - 16:15
Good Job: ମାସକୁ ଲକ୍ଷେ ଟଙ୍କା ଦରମା, ତଥାପି ଚଲାଉଛନ୍ତି ରାପିଡୋ ବାଇକ୍‌!

"ପୁଣେ: ଭଲ ଚାକିରି, ମୋଟା ଅଙ୍କର ଦରମା ଏବଂ ନିଜର ସ୍ପୋର୍ଟସ୍ ବାଇକ୍‌।

ସାଧାରଣତଃ ଏଭଳି ଜୀବନ ଥିଲେ ଲୋକେ ଛୁଟିଦିନରେ ବୁଲାବୁଲି କିମ୍ବା ଆରାମ କରିବାକୁ ପସନ୍ଦ କରନ୍ତି।

କିନ୍ତୁ ମହାରାଷ୍ଟ୍ରର ପୁଣେରେ ରହୁଥିବା ଦୁଇ ଜଣ ସଫ୍ଟୱେର ଇଞ୍ଜିନିୟର ଏକ ଭିନ୍ନ ରାସ୍ତା ବାଛିଛନ୍ତି।

ବଡ଼ କମ୍ପାନିରେ ଚାକିରି କରି ବାର୍ଷିକ ପ୍ରାୟ ୧୨ ଲକ୍ଷ ଟଙ୍କା ଦରମା ପାଉଥିବା ଏହି ଯୁବକମାନେ ସପ୍ତାହାନ୍ତରେ ରାପିଡୋ ବାଇକ୍‌ ଟ୍ୟାକ୍ସି ଚଳାଇ ଚର୍ଚ୍ଚାକୁ ଆସିଛନ୍ତି।

ସୋସିଆଲ ମିଡିଆରେ ସେମାନଙ୍କ ଏହି ଅଜବ ସଉକ୍‌କୁ ନେଇ ଜୋରଦାର ଆଲୋଚନା ଚାଲିଛି।Advertisment କାହିଁକି ରାପିଡୋ ଚଳାଇବାକୁ ନିଷ୍ପତ୍ତି ନେଲେ?

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୁଣେର ଜଣେ ସଫ୍ଟୱେର ଡେଭଲପର ନନ୍ଦକିଶୋର ନିଜର ଦୁଇ ରୁମ୍‌ମେଟ୍‌ଙ୍କ ବିଷୟରେ ଏକ ପୋଷ୍ଟ କରିଥିଲେ।

ଉଭୟ ଭଲ ଦରମା ପାଉଥିବା ସତ୍ତ୍ୱେ ଗତ ସପ୍ତାହାନ୍ତରେ ମନୋରଞ୍ଜନ ପାଇଁ ରାପିଡୋ ବାଇକ୍‌ ଟ୍ୟାକ୍ସି ସେବାରେ ନିଜ ନାମ ପଞ୍ଜୀକରଣ କରିଥିଲେ।

ଦୁହିଁଙ୍କ ପାଖରେ ଦାମୀ ସ୍ପୋର୍ଟସ୍ ବାଇକ୍‌ ମଧ୍ୟ ରହିଛି।

କିଛି ନୂଆ ଅନୁଭୂତି ହାସଲ କରିବା ଓ ନିଜର ଖାଲି ସମୟକୁ ଭିନ୍ନ ଢଙ୍ଗରେ ବିତାଇବା ପାଇଁ ସେମାନେ ଏହି ପଦକ୍ଷେପ ନେଇଥିବା ପୋଷ୍ଟରୁ ଜଣାପଡ଼ିଛି।

ଦୁଇ ସଫ୍ଟୱେର ଇଞ୍ଜିନିୟରଙ୍କ ଅଜବ ସଉକ୍‌ ନନ୍ଦକିଶୋରଙ୍କ ପୋଷ୍ଟ ଅନୁଯାୟୀ, ରାପିଡୋ ଚଳାଇ ଜଣେ ଇଞ୍ଜିନିୟର ପ୍ରାୟ ୯୦୦ ଟଙ୍କା ରୋଜଗାର କରିଥିବା ବେଳେ ଅନ୍ୟ ଜଣଙ୍କ ଆୟ ପ୍ରାୟ ୫୦୦ ଟଙ୍କା ହୋଇଥିଲା।

ଅନ୍ୟ ଏକ ରିପୋର୍ଟରେ ଜଣେ ଇଞ୍ଜିନିୟରଙ୍କ ଦିନକର ଆୟ ୯୨୯ ଟଙ୍କାରୁ ଅଧିକ ବୋଲି ଉଲ୍ଲେଖ ରହିଛି।

ତେବେ ଏହି ରୋଜଗାର ସେମାନଙ୍କର ଗୋଟିଏ ଦିନର ଅନୁଭୂତି ସମ୍ପର୍କିତ ତଥ୍ୟ।

ଏହାକୁ ରାପିଡୋ ଚାଳକଙ୍କ ସାଧାରଣ ଦୈନିକ ଆୟ ବୋଲି ଧରିନେବା ଠିକ୍‌ ହେବ ନାହିଁ।

ସୋସିଆଲ ମିଡିଆରେ ମିଳୁଛି ଭିନ୍ନ ଭିନ୍ନ ପ୍ରତିକ୍ରିୟା।

ଏହି ପୋଷ୍ଟ ଭାଇରାଲ ହେବା ପରେ ଅନେକ ୟୁଜର ଇଞ୍ଜିନିୟରଙ୍କ ନିଆରା ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

କେତେକ ଏହାକୁ ଅତିରିକ୍ତ ରୋଜଗାର ସହ ନୂଆ ଲୋକଙ୍କୁ ଭେଟିବାର ଏକ ଭଲ ଉପାୟ ବୋଲି କହିଛନ୍ତି।

ଆଉ କେତେକଙ୍କ ମତରେ, ନିୟମିତ ଅଫିସ୍‌ କାମରୁ ଟିକେ ଭିନ୍ନ ଅନୁଭୂତି ପାଇବା ପାଇଁ ଏଭଳି ପ୍ରୟାସ କରିବା ଭଲ।

ଅନ୍ୟପଟେ ଟ୍ରାଫିକ୍‌ ଓ ପ୍ରଦୂଷଣ ଭଳି ସମସ୍ୟା ଯୋଗୁଁ ଏପରି କାମ କରିବାକୁ କେତେକ ଲୋକ ଅନିଚ୍ଛା ପ୍ରକାଶ କରିଛନ୍ତି।

ମଣ୍ଡିରେ ଫସଲ ବିକ୍ରି କରୁଥିବା ଚାଷୀଙ୍କୁ ମିଳିବ ପୁରସ୍କାର କୁପନ୍ ଏହି ଘଟଣା ଏକ କଥା ସ୍ପଷ୍ଟ କରୁଛି ଯେ ସବୁ ଅତିରିକ୍ତ କାମ କେବଳ ଟଙ୍କା ରୋଜଗାର ପାଇଁ କରାଯାଏ ନାହିଁ।

ବେଳେବେଳେ ନୂଆ କିଛି କରିବାର ଇଚ୍ଛା, ନିଜର ସଉକ୍‌ ଏବଂ ଭିନ୍ନ ଅନୁଭୂତି ହାସଲ କରିବାର ଆଗ୍ରହ ମଧ୍ୟ ଏହା ପଛରେ ଥାଏ।

ପୁଣେର ଏହି ଦୁଇ ଇଞ୍ଜିନିୟରଙ୍କ ରାପିଡୋ ଯାତ୍ରା ଏବେ ସେହି କାରଣରୁ ଇଣ୍ଟରନେଟ୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)