Silver: ଅଢ଼େଇ ଲକ୍ଷ ତଳକୁ ଖସିଲା ରୁପା
"ଭୁବନେଶ୍ବର: ବହୁ ଦିନର ବ୍ୟବଧାନ ପରେ ରାଜ୍ୟରେ ରୁପା କେଜି ଅଢ଼େଇ ଲକ୍ଷ ଟଙ୍କାରୁ କମ୍ ହୋଇଛି।
ବୁଧବାର ଏହାର ଦାମ୍ ୧୦ ହଜାର ଟଙ୍କା କମ୍ ହେବାରୁ ତାହା ୨,୪୦,୦୦୦ ଟଙ୍କାକୁ ଖସିଆସିଛି।
ଚଳିତ ମାସ ୧୬ ତାରିଖରୁ ରୁପା ମୂଲ୍ୟରେ ୪୫ ହଜାର ଟଙ୍କାର ହ୍ରାସ ଘଟିଛି।Advertisment ଆହୁରି ପଢନ୍ତୁ: BJP:ସଂରକ୍ଷଣ ବ୍ୟବସ୍ଥାକୁ ଲୋପ କରିବ ବିଜେପି, ତେଣୁ ଚାହୁଛି ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା: କଂଗ୍ରେସର ଦାବି ସେହି ସମୟରେ ରୁପା କେଜି ୨ ଲକ୍ଷ ୭୫ ହଜାର ଟଙ୍କା ଥିଲା।
ଅନ୍ୟ ପକ୍ଷରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ଦାମ୍ ୨୫୦ ଟଙ୍କା ହ୍ରାସ ପାଇ ୧,୩୨,୩୦୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ଦାମ୍ ୨୭୦ ଟଙ୍କା ହ୍ରାସ ପାଇ ୧,୪୪,୩୩୦ ଟଙ୍କା ହୋଇଛି।
ଗତକାଲି ୨୨ କ୍ୟାରେଟ୍ ସୁନା ଦାମ୍ ୩୧୦୦ ଟଙ୍କା ଓ ୨୪ କ୍ୟାରେଟ୍ ୩୩୮୦ ଟଙ୍କା ଶସ୍ତା ହୋଇଥିଲା।"