Ketan Agarwal:କେତନ ଅଗ୍ରୱାଲ ହତ୍ୟା ମାମଲା: ୩୩ ଡିଗ୍ରି ଗରମରେ ହୁଡ଼ି ପିନ୍ଧାରୁ ମିଳିଲା ହତ୍ୟାର ସୁରାକ
"ପୁଣେ: ମହାରାଷ୍ଟ୍ରର ପୁଣେ ନିକଟସ୍ଥ ଲୋହଗଡ଼ ଦୁର୍ଗରେ ଘଟିଥିବା ୨୬ ବର୍ଷୀୟ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ମୃତ୍ୟୁ ଘଟଣା ପ୍ରଥମେ ଏକ ଦୁର୍ଘଟଣା ବୋଲି ଧରାଯାଇଥିଲା।
ଜୁନ୍ ୧୮ ତାରିଖରେ ଟ୍ରେକିଂ କରୁଥିବା ବେଳେ ସେ ପାହାଡ଼ରୁ ଖସି ପଡ଼ିଥିବା ତାଙ୍କ ବାଗ୍ଦତ୍ତା ସିୟା ଗୋୟଲ ପରିବାରକୁ କହିଥିଲେ।
କିନ୍ତୁ ପୁଲିସ ତଦନ୍ତରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି।
ତେବେ ଭୀଷଣ ଗରମ ସତ୍ତ୍ବେ ମୁଣ୍ଡ ଘୋଡ଼ାଉଥିବା ଜ୍ୟାକେଟ୍ (ହୁଡ଼ି) ପିନ୍ଧା ଘଟଣାରୁ ହତ୍ୟାର ସୁରାକ ମିଳିଥିବା ଜଣାପଡ଼ିଛି।Advertisment ଆହୁରି ପଢନ୍ତୁ: Rain: ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ; ବ୍ୟାପକ ଅଞ୍ଚଳ ଜଳବନ୍ଦି ତଦନ୍ତ ସମୟରେ ଦୁର୍ଗର ଟିକେଟ୍ କାଉଣ୍ଟର ନିକଟରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା।
ସେଥିରେ କେତନ ଓ ସିୟାଙ୍କ ପଛରେ ଆଉ ଜଣେ ଯୁବକ ଚାଲୁଥିବା ଦେଖାଯାଇଥିଲା।
ଆଶ୍ଚର୍ଯ୍ୟର କଥା, ଉକ୍ତ ଯୁବକ ୩୩ ଡିଗ୍ରି ସେଲସିୟସ୍ ଗରମରେ ମଧ୍ୟ ହୁଡି ପିନ୍ଧିଥିଲେ ଏବଂ ମୁହଁକୁ ପୂରା ଢାଙ୍କି ରଖିଥିଲେ।
ଏହି ଅସ୍ୱାଭାବିକ ଦୃଶ୍ୟ ପୁଲିସର ସନ୍ଦେହ ବଢ଼ାଇଥିଲା।
ପରେ ସେ ସିୟାଙ୍କ ପ୍ରେମିକ ଚେତନ ଚୌଧୁରୀ ବୋଲି ଜଣାପଡ଼ିଥିଲା।
ତଦନ୍ତରେ ଆହୁରି ଜଣାପଡ଼ିଲା ଯେ, ସିୟା ଏହି ବିବାହ ପ୍ରସ୍ତାବକୁ ନେଇ ଖୁସି ନ ଥିଲେ।
ଫେବ୍ରୁଆରିରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା ଓ ନଭେମ୍ବରରେ ଉଦୟପୁରରେ ବିବାହ ହେବାର ଯୋଜନା ଥିଲା।
ପରିବାର ଲୋକଙ୍କ ବୟାନରୁ ଜଣାପଡ଼ିଲା ଯେ ସିୟା ବାରମ୍ବାର କେତନଙ୍କୁ ଲୋହଗଡ଼ ଦୁର୍ଗ ଯିବାକୁ ଚାପ ପକାଉଥିଲେ।
ଆହୁରି ପଢନ୍ତୁ:disproportionate assets ଜେଲ ଗଲେ ଲାଞ୍ଚୁଆ ନିର୍ବାହୀ ଯନ୍ତ୍ରୀ, ପତ୍ନୀଙ୍କ ନାମରେ ରିଅଲ୍ ଇଷ୍ଟେଟ୍ ବେପାର ପୁଲିସ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ଏହା ପୂର୍ବରୁ ସିୟା ଏକାଧିକ ବାର କେତନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଛନ୍ତି।
ସେ ତାଙ୍କୁ ବାରମ୍ବାର ବିଭିନ୍ନ କାରଣରେ ଲୋହଗଡ଼ ଯିବାକୁ ପ୍ରବର୍ତ୍ତାଇଛନ୍ତି।
୩୧ରେ ସେ ପ୍ରଥମେ କେତନଙ୍କୁ ସେଠାରେ ଏକ ଖାଇକୁ ଠେଲି ଦେବାକୁ ଚେଷ୍ଟା କରିଥିଲେ।
କେତନ ଗଛ ଡାଳ ଧରି ବଞ୍ଚିଯାଇଥିଲେ।
ସେତେବେଳେ ସିୟା ସାପ ଦେଖି ତାଙ୍କୁ ବଞ୍ଚାଇବାକୁ ଏପରି କରିଥିବା କହିଥିଲେ।
ଜୁନ୍ ୪ରେ ଆଉ ଏକ ଯୋଜନା କେତନଙ୍କ ମା"ଙ୍କ ଅନୁମତି ନ ମିଳିବାରୁ ବିଫଳ ହୋଇଥିଲା।
ଜୁନ୍ ୧୪ରେ ମଧ୍ୟ ଚେଷ୍ଟା ହୋଇଥିଲା, କିନ୍ତୁ ଅଧିକ ଭିଡ଼ ଥିବାରୁ ସଫଳ ହୋଇପାରି ନ ଥିଲା।
ତା"ପରେ ଏକ ପ୍ରାକ୍-ବିବାହ ଫଟୋ-ସୁଟ୍ ବାହାନାରେ ବାଲି ନେଇ ହତ୍ୟଶ କରିବାକୁ ଯୋଜନା କରିଥିଲେ।
କିନ୍ତୁ କେତନଙ୍କ ପାସପୋର୍ଟ ହଜିଯିବାରୁ ବାଲି ଯିବା ସମ୍ଭବ ହୋଇ ନ ଥିଲା।
ଶେଷରେ ଜୁନ୍ ୧୮ରେ ଯୋଜନା ସଫଳ ହୋଇଥିଲା।
ମୋବାଇଲ୍ କଲ୍ ରେକର୍ଡ ଯାଞ୍ଚରେ ସିୟା ଓ ଚେତନଙ୍କ ମଧ୍ୟରେ ହଜାର ହଜାର ଥର ଫୋନ୍ରେ କଥାବାର୍ତ୍ତା ହୋଇଥିବା ପ୍ରମାଣ ମିଳିଥିଲା।
ଡିଜିଟାଲ୍ ତଥ୍ୟ, ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ସାକ୍ଷ୍ୟ ଆଧାରରେ ପୁଲିସ ଉଭୟଙ୍କୁ ଗିରଫ କରି ହତ୍ୟା ଓ ଷଡ଼୍ଯନ୍ତ୍ର ମାମଲା ରୁଜୁ କରିଛି।
ପ୍ରେମ ସମ୍ପର୍କ ଓ କେତନଙ୍କୁ ରାସ୍ତାରୁ ହଟାଇବାର ଇଚ୍ଛା ଏହି ହତ୍ୟାର ମୁଖ୍ୟ କାରଣ ବୋଲି ପୁଲିସ ମନେ କରୁଛି।
"