Shri Sannyasi Ji: ଅମୃତର ସନ୍ଧାନେ / ଶ୍ରୀସନ୍ନ୍ୟାସୀ ଜୀ: ତୁମେ କୋଉ ସାଧୁ କି?
"ସଂସାରର ଦୁଇ ପ୍ରକାରର ଲୋକ ନିଜ ଭୁଲ୍ ଦେଖି ପାରନ୍ତି ନାହିଁ।
ଗୋଟିଏ ଗୋଷ୍ଠୀ ହେଲେ ଅଜ୍ଞ ଲୋକ।
ଏ ଧରଣର ଲୋକ ଭୁଲ୍ କରନ୍ତି, କିନ୍ତୁ ଜାଣିପାରନ୍ତି ନାହିଁ।
ବାହାରୁ କେହି ଜଣେ ଚେତାଇ ଦେଲେ ସେମାନେ ଚମକି ପଡ଼ନ୍ତି, ମୋ ଦ୍ୱାରା ଏମିତି ଏକ ଭୁଲ୍ ଅଜାଣତରେ ହୋଇଗଲା ଭାବି ଗୁଡ଼ାଏ ମନସ୍ତାପ କରନ୍ତି।
ଭୁଲ୍କୁ ସୁଧାରିବା ଦିଗରେ ପ୍ରଯତ୍ନ କରନ୍ତି।
ଅଜ୍ଞ ଲୋକ ବାଦ୍ ଆଉ ଗୋଟିଏ ଗୋଷ୍ଠୀର ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜ ଭୁଲ୍କୁ ନିଜେ ଜାଣିପାରନ୍ତି ନାହିଁ।
ଏମାନଙ୍କୁ ନିଜ ଭୁଲ୍ ବାବଦରେ ସୂଚାଇ ଦେଲେ ବି ଭୁଲ୍କୁ ମାନନ୍ତି ନାହିଁ।
ତ୍ରୁଟି ସଂଶୋଧନ ତ ଦୂରର କଥା, ଭୁଲ୍କୁ ଚିହ୍ନାଇ ଦେଉଥିବା ମଣିଷକୁ ଓଲଟା ଆକ୍ରମଣ କରିବାକୁ ଆଗଭର ହୋଇଯାଆନ୍ତି।
ସେମାନେ ହେଲେ ଅଭିମାନୀ ଲୋକ।Advertisment ଯୌବନ ଜିନ୍ଦାବାଦ: ଯୁବକାବସ୍ଥାରେ ନେଇଥିବା ସେହି ନିଷ୍ପତ୍ତି ପାଇଁ ମୁଁ ଗର୍ବିତ ଟିକେ ରାମାୟଣ ଯୁଗକୁ ଫେରିଯିବା।
ସେଦିନ ଭୁଲ୍ କରିଥିବା ବ୍ୟକ୍ତିଟି ଥିଲା ରାବଣ।
ଭୁଲ୍କୁ ଚିହ୍ନାଇ ଦେଇଥିବା ପାତ୍ର ଥିଲେ ହନୁମାନ।
ଏଥିରେ ରାବଣ ଖୁସି ହୋଇ ହନୁମାନଙ୍କ ବେକରେ ଫୁଲହାର ଦେବା କଥା।
ହେଲେ କରିଥିଲା କି?
ନା।
ବରଂ ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ଦେଇଥିଲା।
ଟିକେ ସେଇ ଦୃଶ୍ୟକୁ ମନେ ପକାନ୍ତୁ ପାଠକେ, ରାବଣ ଆଉ ହନୁମାନଙ୍କର ପ୍ରଥମ ଭେଟଘାଟର କଥା।
ସେତେବେଳକୁ ହନୁମାନ ଲଙ୍କା ପ୍ରବେଶ କରି ମଧୁବନରୁ ଫଳ ଖାଇ, ତାକୁ ଉଜାଡ଼ିବା ସହ ରାବଣର ପୁଅ ଅକ୍ଷୟ କୁମାରକୁ ମାରି ସାରିଲେଣି।
ସାମ୍ନାରେ ହାତଗୋଡ଼ ବନ୍ଧା ହନୁମାନଙ୍କୁ ଦେଖି କ୍ରୋଧରେ ଚିହିଁଙ୍କି ଉଠିଲା ରାବଣ।
ଏଥିସହିତ ହନୁମାନଙ୍କୁ ତିନିଟି ଉପାଧିରେ ଭୂଷିତ କରିଦେଲା- ଅନୁପ୍ରବେଶକାରୀ, ଚୋର ଓ ହତ୍ୟାକାରୀ।
ରୁକ୍ଷ ଗଳାରେ ରାବଣ କହିଲା- ରେ ବାନର!
ତୁ ବିନା ଅନୁମତିରେ ମୋ ଲଙ୍କାରେ ପ୍ରବେଶ କରିଛୁ, ତୁ ହେଲୁ ଅନୁପ୍ରବେଶକାରୀ।
ମୋ ମଧୁବନରୁ ଫଳ ଚୋରି କରି ଖାଇଛୁ, ତୁ ହେଲୁ ଚୋର।
ମୋ ପୁଅ ଅକ୍ଷୟ କୁମାରକୁ ହତ୍ୟା କରିଛୁ, ତୁ ଜଣେ ହତ୍ୟାକାରୀ।
ହନୁମାନ ମ୍ଳାନ ହସି କହିଲେ- ଏଥିପାଇଁ ତ ମୋତେ ସମ୍ମାନ ଦେବା କଥା।
କାରଣ ଏ କାମଗୁଡ଼ାକ ତୁମ ରାଇଜରେ ଚଳେ।
ତୁମେ ଏହାର ଜନକ।
ତୁମେ ନିଜେ ସେଇ କାମ ସବୁ କରିଛ।
ହେଲେ ତୁମେ ବସିଛ ସିଂହାସନରେ, ଆଉ ମୁଁ ତଳେ ଠିଆ ହୋଇଛି।
ତୁମେ ମୁକ୍ତ ହୋଇ ସେ"ଠି, ବନ୍ଧାହୋଇ ମୁଁ ଏ"ଠି।
ୟେ" କି ବ୍ୟତିକ୍ରମ?
ଆମେ ଦିହେଁ ତ ମଇତ୍ର ବସିବା କଥା।ଏଥର ଟିକେ ଗମ୍ଭୀର ଗଳାରେ ହନୁମାନ କହିଲେ - ହେ ରାବଣ!
ମୁଁ ବିନା ଅନୁମତିରେ ଲଙ୍କାରେ ପଶିଲି ଆଉ ତୁମେ ରୂପ ବଦଳାଇ ପଞ୍ଚବଟୀରେ ପଶିଥିଲ।
Education: ଅଲଚିକି ବଦଳରେ ଦେବନାଗରୀ ଲିପିରେ ବହି ଛପାକୁ ଏଆଇଓଏସୟୁର ବିରୋଧ ମୁଁ ହୋଇଗଲି ଅନୁପ୍ରବେଶକାରୀ, କିନ୍ତୁ ତୁମେ ସେଇ କାମ କରି ନିଜକୁ ତିନିଲୋକର ସ୍ୱାମୀ ବୋଲାଉଛ?
ଭୋକ ଲାଗିବାରୁ ମୁଁ କ"ଣ ଦି ଚାରିଟା ଫଳ ଖାଇଦେଲିl ମୁଁ ହେଲି ଚୋର।
ବନର ଫଳ ଦି"ଟା ଖାଇ ଯଦି ମୁଁ ହେଲି ଚୋର, ତେବେ ତୁମେ କୋଉ ସାଧୁ କି?
ତୁମେ ପରା ମା" ସୀତାଙ୍କୁ ଚୋରି କରି ଆଣିଛ।
ତୁମେ ତ ମୋ" ଠାରୁ ବଡ଼ ଚୋର?
ବାକି ରହିଲା ହତ୍ୟାକାରୀ ପ୍ରସଙ୍ଗ।
ମୁଁ ତ ବସି ଫଳ ଖାଉଥିଲି।
ତୁମ ପୁଅ ଅକ୍ଷୟ କୁମାର ମୋତେ କାହିଁକି ଆଗତୁରା ପ୍ରହାର କଲା?
ମୁଁ କ"ଣ ତା" ସହିତ ଯୁଦ୍ଧ କରିବାକୁ ଆସିଛି?
ମୋତେ ଯିଏ ମାରିଲା, ମୁଁ ଆତ୍ମରକ୍ଷା କରିବା ପାଇଁ ତାକୁ ମାରିଦେଲି।
ଶୁଣ, ଏ ସଂସାରରେ ସମସ୍ତଙ୍କର ଆତ୍ମରକ୍ଷା କରିବାର ଅଧିକାର ଅଛି।
ଏଥିପାଇଁ ମୁଁ ହୋଇଗଲି ହତ୍ୟାକାରୀ l କିନ୍ତୁ ତୁମେ?
ପୁଷ୍ପକ ବିମାନରେ ମା" ସୀତାଙ୍କୁ ଚୋରି କରି ଆକାଶ ମାର୍ଗରେ ଆସୁଥିବାବେଳେ ନିରୀହ ଜଟାୟୁକୁ ତୁମେ ହତ୍ୟା କଲ।
ତୁମ ପୁଅକୁ ମାରି ମୁଁ ହେଲି ହତ୍ୟାକାରୀ, କିନ୍ତୁ ତୁମେ ଜଟାୟୁକୁ ମାରି ବଡ଼ ବୀର ବୋଲାଉଛ?
ଯଦି ଦଶା ଭଲଅଛି, ତେବେ ତୁରନ୍ତ ସସମ୍ମାନେ ମା"ଙ୍କୁ ନେଇ ପ୍ରଭୁ ଶ୍ରୀରାମଙ୍କୁ ଫେରାଇ ଦେଇ ଆସ।
ରାବଣ ନିଜ ଭୁଲ୍ ବୁଝିଲା କି?
ନା।
କାରଣ ସେ ଥିଲା ଅଭିମାନୀ।
ଅଭିମାନୀ ବା ଅହଙ୍କାରୀ ଲୋକ ଜୀବନସାରା ନିଜ ଭୁଲ୍କୁ ଆଦୌ ସ୍ୱୀକାର କରନ୍ତି ନାହିଁ l ମରନ୍ତି ପଛେ..."
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।