Parliament Monsoon Session: ସଂସଦର କାର୍ଯ୍ୟସୂଚୀରେ ନାହିଁ ସୀମା ପୁନଃନିର୍ଦ୍ଧାରଣ ବିଲ୍‌

Jul 19, 2026 - 23:01
Parliament Monsoon Session: ସଂସଦର କାର୍ଯ୍ୟସୂଚୀରେ ନାହିଁ ସୀମା ପୁନଃନିର୍ଦ୍ଧାରଣ ବିଲ୍‌

"ନୂଆଦିଲ୍ଲୀ: ଚଳିତ ସଂସଦ ଅଧିବେଶନର ପ୍ରାରମ୍ଭିକ କାର୍ଯ୍ୟସୂଚୀରେ ସୀମା ପୁନଃନିର୍ଦ୍ଧାରଣ (ଡିଲିମିଟେସନ) ବିଲ୍‌କୁ ସାମିଲ କରାଯାଇନାହିଁ।

ତେବେ ସରକାର ଅଧିବେଶନ ସମୟରେ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ଆଗତ କରିପାରନ୍ତି ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି।

ଏହି ବିଲ୍‌ ପାଇଁ ସମ୍ବିଧାନ ସଂଶୋଧନ ଆବଶ୍ୟକ ଥିବାରୁ ଲୋକସଭାରେ ଦୁଇ-ତୃତୀୟାଂଶ ସମର୍ଥନ ଦରକାର।Advertisment ପ୍ରାରମ୍ଭିକ କାର୍ଯ୍ୟସୂଚୀରେ ସରକାର ୫ଟି ନୂଆ ବିଲ୍‌ ଆଗତ କରିବାକୁ ଯୋଜନା କରିଛନ୍ତି।

ସେଥିରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ କଠୋର କରିବା ସମ୍ପର୍କିତ ବିଲ୍‌, ଆୟକର (ସଂଶୋଧନ) ବିଲ୍‌, କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିକାଶ ଆଇନରେ ସଂଶୋଧନ, ଜାତୀୟ ସମ୍ମାନ ଅବମାନନା ନିବାରଣ ଆଇନରେ ସଂଶୋଧନ ଏବଂ ସୁପ୍ରିମ୍‌କୋର୍ଟର ବିଚାରପତି ସଂଖ୍ୟା ସମ୍ପର୍କିତ ବିଲ୍‌ ରହିଛି।

ଏହାବ୍ୟତୀତ ବିଦେଶୀ ଅନୁଦାନ (ନିୟନ୍ତ୍ରଣ) ସଂଶୋଧନ ବିଲ୍‌ ସମେତ କେତେକ ପୂର୍ବରୁ ଉପସ୍ଥାପିତ ବିଲ୍‌କୁ ମଧ୍ୟ ବିଚାର ଓ ପାରିତ କରିବା ପାଇଁ ତାଲିକାଭୁକ୍ତ କରାଯାଇଛି।

ପ୍ରୋଟେମ ସ୍ପିକରଙ୍କୁ ସାହାଯ୍ୟ କରିବାକୁ ମନା କଲା ଇଣ୍ଡିଆ ମେଣ୍ଟ: ସଂସଦ ଅଧିବେଶନ ପୂର୍ବରୁ ଶାସକ-ବିରୋଧୀ ମୁହାଁମୁହିଁ ସ୍ଥିତି ସରକାରୀ ସୂତ୍ର ଅନୁସାରେ, ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ପ୍ରାରମ୍ଭିକ ତାଲିକାରେ ସ୍ଥାନ ମିଳିନଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ବାଦ୍‌ ଦିଆଯାଇନାହିଁ।

କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ ଓ ଆବଶ୍ୟକ ରାଜନୈତିକ ସମର୍ଥନ ମିଳିଲେ ଅଧିବେଶନ ସମୟରେ ଯେକୌଣସି ପର୍ଯ୍ୟାୟରେ ଏହାକୁ ଉପସ୍ଥାପନ କରାଯାଇପାରେ।

ସୂଚନାଯୋଗ୍ୟ, ଏହି ବିଲ୍‌କୁ ନେଇ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟ ଓ ବିରୋଧୀ ଦଳ ପୂର୍ବରୁ ଆପତ୍ତି ଉଠାଇଆସୁଛନ୍ତି।

ଲୋକସଭା ଆସନ ପୁନର୍ବିନ୍ୟାସର ପ୍ରଭାବକୁ ନେଇ ସେମାନେ ଚିନ୍ତା ପ୍ରକାଶ କରୁଥିବାବେଳେ, ସରକାର କହିଛନ୍ତି ଯେ ସମସ୍ତ ରାଜ୍ୟର ସ୍ୱାର୍ଥକୁ ଧ୍ୟାନରେ ରଖି ଏହି ପ୍ରକ୍ରିୟା ଆଗକୁ ବଢ଼ାଯିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।