Shri Ram Janmabhoomi Trust: ରାମ ମନ୍ଦିର ପାଣ୍ଠି ହଡ଼ପ ମାମଲାରେ ନୈତିକତା ଦୃଷ୍ଟିକୋଣରୁ ପଦ ଛାଡ଼ିଲେ ଚମ୍ପତ ରାୟ
"ଲକ୍ଷ୍ନୌ: ଅଯୋଧ୍ୟା ରାମ ମନ୍ଦିର ପାଣ୍ଠି ହେରଫେର ମାମଲାକୁ ନେଇ ବଡ଼ ଧରଣର ବିବାଦ ହେବାପରେ ରାମ ମନ୍ଦିର ଟ୍ରଷ୍ଟ୍ର ଜଣେ ଶୀର୍ଷ ଅଧିକାରୀ ଏବଂ ଜଣେ ଟ୍ରଷ୍ଟି ଆଜି ନୈତିକତା ଦୃଷ୍ଟିକୋଣରୁ ଇସ୍ତଫା ଦେଇଛନ୍ତି।
ମନ୍ଦିର ପରିଚାଳନା କରୁଥିବା ନିରପେକ୍ଷ ଅନୁଷ୍ଠାନ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍ର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ର ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି।
ଅଯୋଧ୍ୟା ରାମ ମନ୍ଦିରକୁ ଆସୁଥିବା ପାଣ୍ଠି ପରିଚାଳନାରେ ବ୍ୟାପକ ହେରଫେର ହୋଇଥିବା ନେଇ ତଦନ୍ତ କରୁଥିବାAdvertisment ଏସ୍ଆଇଟି ( ସ୍ବତନ୍ତ୍ର ତଦନ୍ତକାରୀ ଦଳ) ରିପୋର୍ଟ ଦାଖଲ କରିବାପରେ ଏହି ମାମଲାରେ ତଦନ୍ତ ଜୋରଦାର ହୋଇଛି।
ଏସ୍ଆଇଟି ସୁପାରିସ ଆଧାରରେ ଏହି ମାମଲାରେ ୮ ଜଣଙ୍କ ବିରୋଧରେ ଏତଲା ରୁଜୁ ହୋଇଛି ଏବଂ ସମସ୍ତ ୮ ଜଣ ଗିରଫ ହୋଇଛନ୍ତି।
ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ଅବିନାଶ ଶୁକ୍ଳା, ଅନୁକଳ୍ପ ମିଶ୍ରା, ଲବକୁଶ ମିଶ୍ରା, ମନୀଷ କୁମାର ଯାଦବ, କରୁଣେଶ ପାଣ୍ଡେ, ରାମଶଙ୍କର ମିଶ୍ର, ସୁଭାଷ ଶ୍ରୀବାସ୍ତବ ଏବଂ ରାମ ଶଙ୍କର ଯାଦବ ଓରଫ ଟିନୁ।
ସମସ୍ତ ଅଭିଯୁକ୍ତଙ୍କୁ ଜେରା କରାଯାଉଛି।
ଝାଡ଼ଖଣ୍ଡରରେ ଟ୍ରକ୍ ଓ ଭ୍ୟାନ ଧକ୍କା: ଘଟଣାସ୍ଥଳରେ ୮ ଜଣ ବ୍ୟାଣ୍ଡ କଳାକାରଙ୍କ ମୃତ୍ୟୁ ମାମଲାରେ ସମସ୍ତ ୮ ଜଣ ଗିରଫ ମିଳିଥିବା ସୂଚନାନୁଯାୟୀ ମନ୍ଦିର ଆକାଉଣ୍ଟ୍ରୁ ୭-୭.୫ କୋଟି ଟଙ୍କା ଗାଏବ ହୋଇଛି ବୋଲି ଏସ୍ଆଇଟି ରିପୋର୍ଟରେ ଦର୍ଶାଯାଇଛି।
ଇସ୍ତଫା ଦେଇଥିବା ଚମ୍ପତ ରାୟଙ୍କ ନାମ ଏହି ମାମଲାରେ ଉଠିନାହିଁ।
କିନ୍ତୁ ରାମ ମନ୍ଦିର ଅଭିଯାନଠାରୁ ଆରମ୍ଭ କରି ରାମ ମନ୍ଦିର ନିର୍ମାଣ ପର୍ଯ୍ୟନ୍ତ ତାଙ୍କର ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।
ରାମ ମନ୍ଦିର ପାଣ୍ଠି ହେରଫେର ମାମଲାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ସରକାର ଜୁନ୍ ୧୩ ତାରିଖରେ ୩ ଜଣିଆ ସଦସ୍ୟ ବିଶିଷ୍ଟ ଏକ ଏସ୍ଆଇଟି ଗଠନ କରିଥିଲେ।
ଉତ୍ତରପ୍ରଦେଶ ସରକାରଙ୍କ ନିକଟରେ ଏହି ମାମଲାରେ ଏସ୍ଆଇଟି ରିପୋର୍ଟ ଦାଖଲ କରିବାପରେ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି।
"