Truck Collides With Van In Jharkhand': ଝାଡ଼ଖଣ୍ଡରରେ ଟ୍ରକ୍ ଓ ଭ୍ୟାନ ଧକ୍କା: ଘଟଣାସ୍ଥଳରେ ୮ ଜଣ ବ୍ୟାଣ୍ଡ କଳାକାରଙ୍କ ମୃତ୍ୟୁ
"ରାଞ୍ଚି: ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ ଗୁରୁବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ରାଜରପ୍ପା ଥାନା ଅନ୍ତର୍ଗତ ବାରଲୋଙ୍ଗ ବୁଧବଜାର ଅଞ୍ଚଳରେ କୋଇଲା ବୋଝେଇ ଏକ ଦ୍ରୁତଗାମୀ ଟ୍ରକ୍, ଗୋଟିଏ ବ୍ୟାଣ୍ଡ ପାର୍ଟି ଗାଡ଼ି(ଭ୍ୟାନ୍) କୁ ଆଗପଟୁ ଜୋରରେ ଧକ୍କା ଦେଇବା ଫଳରେ ଭ୍ୟାନଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି ଏବଂ ସେଥିରେ ଥିବା ୮ ଜଣ ବ୍ୟାଣ୍ଡ କଳାକାରଙ୍କ ମୃତ୍ୟୁ ଘଟିଛି।
ମୃତକମାନେ ସ୍ଥାନୀୟ ମାରାଙ୍ଗମାର୍ଚ୍ଚା ଏବଂ ବାଲସାଗ୍ରା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।
ତେବେ ପୋଲିସ ଦୁଇଟିଯାକ ଗାଡ଼ିକୁ ଜବତ କରିଥିବା ବେଳେ ଦୁର୍ଘଟଣା ଘଟାଇ ଫେରାର ଥିବା ଟ୍ରକ୍ ଚାଳକକୁ ଖୋଜୁଛି।Advertisment କ୍ରିକେଟ ଖେଳ ହେଲା କାଳ, ବଜ୍ରାଘାତରେ ଦୁଇ ନାବାଳକ ମୃତ ରାଜରପ୍ପା ଥାନା ପ୍ରଭାରୀ କୃଷ୍ଣ କୁମାରଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।
ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନା ନେବା ବାଟରେ ଓ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ୨ ଜଣ ପ୍ରାଣ ହରାଇଛନ୍ତି।
ଜଣେ ଗୁରୁତର ଆହତଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାଞ୍ଚିର ରିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲେ ହେଁ ଚିକିତ୍ସା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗାଙ୍ଗୱାର ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ମର୍ମନ୍ତୁଦ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
"