Shreya: ଶ୍ରେୟାଙ୍କ ପାଇଁ ଦିନଟିଏ
"ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପକୁ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ଅବଦାନ ଅନନ୍ୟ।
ତେବେ ତାଙ୍କ ସ୍ବରର ଯାଦୁକରୀ ପ୍ରଭାବ ଆମ ଦେଶ ମଧ୍ୟରେ ସୀମିତ ନୁହେଁ।
ତାହାର ଏକ ପ୍ରମାଣ ହେଲା ଯୁକ୍ତରାଷ୍ଟ୍ର ଆମେରିକାର ଓହାଇଓ ରାଜ୍ୟରେ ଜୁନ୍ ୨୬ ତାରିଖକୁ ଶ୍ରେୟା ଘୋଷାଲ ଦିବସ ଭାବରେ ପାଳନ କରାଯିବା।
୨୦୧୦ ମସିହାରେ ଶ୍ରେୟା ଯେତେବେଳେ ସେଠାକୁ ସଂଗୀତ ପରିବେଷଣ କରିବାକୁ ଯାଇଥିଲେ ସେଠାକାର ତତ୍କାଳୀନ ଗଭର୍ନର ଟେଡ୍ ଷ୍ଟ୍ରିକ୍ଲ୍ୟାଣ୍ଡ୍ ଆଧିକାରିକ ଭାେବ ଶ୍ରେୟା ଘୋଷାଲ ଦିବସ ପାଳନ ନେଇ ଘୋଷଣା କରିଥିଲେ।
ସମଗ୍ର ବିଶ୍ବର ସଂଗୀତପ୍ରେମୀଙ୍କୁ ଏକାଠି କରିବାରେ ତାଙ୍କର ଦକ୍ଷତା ଓ ସାମର୍ଥ୍ୟ ପ୍ରତି ଏହା ଏକ ସ୍ବୀକୃତି ଥିଲା।
ସେବେଠାରୁ ପ୍ରତିବର୍ଷ ଆଜି ଦିନରେ ଶ୍ରେୟାଙ୍କ ପ୍ରଶଂସକମାନେ ତାଙ୍କୁ କୃତଜ୍ଞତା ଜଣାଇବା ସହିତ ତାଙ୍କର ସ୍ମରଣୀୟ ଗୀତଗୁଡ଼ିକୁ ମନେ ପକାଇଥାନ୍ତି।ମାତ୍ର ଚାରି ବର୍ଷ ବୟସରୁ ଶ୍ରେୟାଙ୍କ ସଂଗୀତ ଶିକ୍ଷା ଆରମ୍ଭ ହୋଇଥିଲା।Advertisment Lord Jagannath: ଦିଲ୍ଲୀ ହାଉଜ ଖାସ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ୨୦୦୦ ମସିହାରେ ୧୬ ବର୍ଷ ବୟସରେ ସେ "ସା ରେ ଗା ମା" ଟିଭି କାର୍ଯ୍ୟକ୍ରମର ବିଜେତା ହୋଇଥିଲେ।
ତା" ପରେ ତାଙ୍କୁ "ଦେବଦାସ" ଚଳଚ୍ଚିତ୍ରର ପାଞ୍ଚଟି ଗୀତ ଗାଇବାର ସୁଯୋଗ ମିଳିଥିଲା ଏବଂ ତାଙ୍କ ମିଠା ସ୍ବରକୁ ଖୁବ୍ ପ୍ରଶଂସା ମିଳିଥିଲା।
ଇତିମଧ୍ୟରେ ସେ ୨୦ ଭାରତୀୟ ଭାଷାରେ ୩,୦୦୦ରୁ ଅଧିକ ସଂଖ୍ୟକ ଗୀତ ଗାଇସାରିଲେଣି।
ପ୍ରାୟ ସବୁ ଷ୍ଟ୍ରିମିଂ ପ୍ଲାଟ୍ଫର୍ମରେ ଶ୍ରୋତାମାନେ ସର୍ବାଧିକ ଶୁଣୁଥିବା ଭାରତୀୟ ମହିଳା କଣ୍ଠଶିଳ୍ପୀ ହେଉଛନ୍ତି ଶ୍ରେୟା।
ବିଭିନ୍ନ ଶୈଳୀର ଗୀତ ଗାଇବାରେ ତାଙ୍କର ଦକ୍ଷତା ଅତୁଳନୀୟ।
ତାଙ୍କର ଲୋକପ୍ରିୟ ଗୀତର ତାଲିକା ଖୁବ୍ ଦୀର୍ଘ, ଯେଉଁଥିରେ ଅଛି "ତେରି ମେରି", "ଡୋଲା ରେ ଡୋଲା", "ଅଗର ତୁମ ମିଲ ଯାଓ", "ବରଷୋ ରେ", "ଚିକ୍ନୀ ଚମେଲୀ" ଭଳି ଗୀତ।
ସେ ୨୦୧୩ର ଓଡ଼ିଆ ଚଳଚ୍ଚିତ୍ର "ସନ୍ଦେହୀ ପ୍ରିୟତମା"ର "ମତେ ଫଗୁଣ" ଗୀତ ଗାଇଛନ୍ତି।
୪୨ ବର୍ଷୀୟ ଶ୍ରେୟା ପାଞ୍ଚ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇସାରିଛନ୍ତି।
ସେ ପ୍ରଥମ ଭାରତୀୟ କଣ୍ଠଶିଳ୍ପୀ ଯାହାଙ୍କ ମହମ ମୂର୍ତ୍ତି ଲଣ୍ଡନ୍ସ୍ଥିତ ମାଡାମ୍ ଟୁସୋଡ୍ସ ସଂଗ୍ରହାଳୟରେ ସ୍ଥାନ ପାଇଥିଲା।
Rain: ବର୍ଷାର ସଙ୍କେତ ନେଇ କୁଣ୍ଢେଇଗୋଳା ଗ୍ରାମକୁ ଆସିଲେଣି ପକ୍ଷୀ"