Shraddha Kapoor: ସିନେମା ହଲରେ କଥିତ ପ୍ରେମିକ ସହ ନଜର ଆସିଲେ ଶ୍ରଦ୍ଧା ; ଭିଡିଓ ହେଉଛି ଭାଇରାଲ

Jun 29, 2026 - 14:32
Shraddha Kapoor: ସିନେମା ହଲରେ କଥିତ ପ୍ରେମିକ ସହ ନଜର ଆସିଲେ ଶ୍ରଦ୍ଧା ; ଭିଡିଓ ହେଉଛି ଭାଇରାଲ

"ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ତାଙ୍କ କଥିତ ପ୍ରେମିକ ରାହୁଲ ମୋଦୀ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି।

ସିନେମା ହଲ୍‌ ଭିତରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।

ଏଥିରେ "ୱେଲକମ୍ ଟୁ ଦ ଜଙ୍ଗଲ" ଫିଲ୍ମର ସ୍କ୍ରିନିଂ ବେଳେ ଶ୍ରଦ୍ଧାଙ୍କୁ ହସୁଥିବାର ଦେଖିବାକୁ ମିଳିଛି।

ତାଙ୍କ ଠିକ୍ ପାଖରେ ରାହୁଲ ମୋଦୀ ବସିଥିବା ନଜର ଆସୁଛନ୍ତି।

ଏହି ଭିଡିଓ ଭାଇରାଲ୍ ହେବା ପରେ ପ୍ରଶଂସକଙ୍କ ମଧ୍ୟରେ ଓ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।Advertisment ଭିଡିଓରେ କ'ଣ ରହିଛି?

ରିପୋର୍ଟ ଅନୁସାରେ, ସିନେମା ହଲ୍‌ରେ ଉପସ୍ଥିତ ଥିବା ଜଣେ ଦର୍ଶକ ଲୁଚିକି ଏହି ଭିଡିଓଟି ରେକର୍ଡ କରିଥିଲେ।

ଏଥିରେ ଶ୍ରଦ୍ଧା କପୁର ଅକ୍ଷୟ କୁମାରଙ୍କ କମେଡି ଫିଲ୍ମ 'ୱେଲକମ୍ ଟୁ ଦ ଜଙ୍ଗଲ'ର ଭରପୂର ଆନନ୍ଦ ନେଉଥିବା ଦେଖିବାକୁ ମିଳିଛି।

ତାଙ୍କ ପାଖରେ ରାହୁଲ ମୋଦୀ ବସି ଫିଲ୍ମ ଦେଖୁଥିବା ନଜର ଆସୁଛନ୍ତି।

ଏହି ଭିଡିଓଟି ସେୟାର କରିଥିବା ପ୍ରଶଂସକ ଲେଖିଥିଲେ, "ଭାରତର ନ୍ୟାସନାଲ୍ କ୍ରଶ୍ ଶ୍ରଦ୍ଧା କପୁରଙ୍କ ସହ 'ୱେଲକମ୍ ଟୁ ଦ ଜଙ୍ଗଲ' ଦେଖୁଛି।" ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହୋଇଯାଇଛି।

ଦିବ୍ୟ ସ୍ନାନ କଲେ ଶ୍ରୀଜିଉ, ପୁରୀରେ ଭକ୍ତିମୟ ପରିବେଶ ଶ୍ରଦ୍ଧା କପୁର ଓ ରାହୁଲ ମୋଦୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଶ୍ରଦ୍ଧା କପୁର ଓ ରାହୁଲ ମୋଦୀଙ୍କ ସମ୍ପର୍କକୁ ନେଇ ୨୦୨୪ ମସିହାର ଆରମ୍ଭରୁ ଚର୍ଚ୍ଚା ଚାଲିଆସୁଛି।

ପ୍ରଥମ ଥର ପାଇଁ ଉଭୟଙ୍କୁ ମୁମ୍ବାଇର ଏକ ରେସ୍ତୋରାଁରେ ଏକାଠି ବାହାରୁଥିବା  ଦେଖିବାକୁ ମିଳିଥିଲା।

ସେହି ଦିନଠାରୁ ଦୁହେଁ ଅନେକ କାର୍ଯ୍ୟକ୍ରମରେ ଏକାଠି ନଜର ଆସିଛନ୍ତି।

ଗତବର୍ଷ ଶ୍ରଦ୍ଧା ଇନଷ୍ଟାଗ୍ରାମରେ ରାହୁଲଙ୍କ ସହ ଏକ ସୁନ୍ଦର ସେଲ୍ଫି ସେୟାର କରିଥିଲେ।

ସେହି ଫଟୋରେ ସେ ସ୍ନେହର ସହ ରାହୁଲଙ୍କ ହାତ ଧରିଥିବା ଦେଖାଯାଇଥିଲା।

ଫଟୋ ସହ ସେ କ୍ୟାପ୍ସନରେ ଲେଖିଥିଲେ, "ଦିଲ୍ ରଖ୍‌ ଲେ, ପର୍‌ ନିନ୍ଦ୍‌ ତୋ ୱାପସ ଦେ ଦେ ୟାର୍‌।" ଏହା ପରେ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଥିଲା।

ଶ୍ରଦ୍ଧା କପୁରଙ୍କ ଆଗାମୀ ପ୍ରୋଜେକ୍ଟ ପେସାଗତ କ୍ଷେତ୍ରରେ ଦେଖିଲେ ଶ୍ରଦ୍ଧା କପୁରଙ୍କ ହାତରେ ଏବେ ଅନେକ ବଡ଼ ପ୍ରୋଜେକ୍ଟ ରହିଛି।

ସେ ଖୁବ୍‌ଶୀଘ୍ର ମରାଠୀ ଲୋକକଳାକାର ବିଠାବାଇ ନାରାୟଣଗାଓଁକରଙ୍କ ଜୀବନୀ ଆଧାରିତ ଫିଲ୍ମ "ଇଠା"ରେ ନଜର ଆସିବେ।

ଏହାଛଡ଼ା ତାଙ୍କ ଆଗାମୀ ପ୍ରୋଜେକ୍ଟ ତାଲିକାରେ "ସ୍ତ୍ରୀ–୩" ଏବଂ ଚଳଚ୍ଚିତ୍ର ନିର୍ମାତା ନିଖିଲ ଦ୍ୱିବେଦୀଙ୍କ "ନାଗିନ" ମଧ୍ୟ ରହିଛି।

"