British American: ସିଗାରେଟ୍‌ କମ୍ପାନି ‘ବିଏଟି’ ୯୦୦୦ କର୍ମଚାରୀ ଛଟେଇ କରିବ

Jun 29, 2026 - 15:12
British American: ସିଗାରେଟ୍‌ କମ୍ପାନି ‘ବିଏଟି’ ୯୦୦୦ କର୍ମଚାରୀ ଛଟେଇ କରିବ

"ନୂଆଦିଲ୍ଲୀ: ସିଗାରେଟ୍‌ ବ୍ୟବହାର ହ୍ରାସ ପାଇବା ପରେ ବିଶ୍ବର ଅନ୍ୟତମ ଅଗ୍ରଣୀ ସିଗାରେଟ୍‌ ନିର୍ମାତା ବ୍ରିଟିଶ ଆମେରିକାନ ଟବାକୋ (ବିଏଟି) ବିଶ୍ବବ୍ୟାପୀ ଏହାର ୯୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଉପରେ ବିଚାର କରୁଛି।

କମ୍ପାନିର ମୋଟ କର୍ମଚାରୀ ସଂଖ୍ୟା ୪୭ ହଜାରରୁ ଅଧିକ ରହିଛି।Advertisment ସିଗାରେଟ ଚାହିଦା ଯଥେଷ୍ଟ ହ୍ରାସ ପାଇଛି ଆମେରିକା ବାହାରେ କମ୍ପାନିର ସିଗାରେଟ ଚାହିଦା ଯଥେଷ୍ଟ ହ୍ରାସ ପାଇଛି।

ତେଣୁ ସିଗାରେଟଠାରୁ ଦୂରେଇ ଯାଇ କମ୍ପାନି ଭେପ୍‌ସ ଓ ନିକୋଟିନ୍‌ ପାଉଚ୍‌ ଭଳି ବିକଳ୍ପ ଉତ୍ପାଦରେ ଅଧିକ ନିବେଶ କରିବାକୁ ଚାହୁଁଛି।

ସେହି ପାଣ୍ଠି ଯୋଗାଣ କରିବାକୁ କମ୍ପାନି ଖର୍ଚ୍ଚକାଟବାଟ ଚୟନ କରିଛି।

ଯୋଜନା ଅନୁସାରେ ଏହା ୫,୫୦୦ କର୍ମଚାରୀଙ୍କୁ ଛଟେଇ କରିବ।

ଅନ୍ୟ ୩,୫୦୦ଟି ପଦକୁ ଆଉଟ୍‌ସୋର୍ସ କରିବ।

ଏହି କମ୍ପାନି ପରିଚାଳନାଗତ ସମସ୍ୟା ଦେଇ ମଧ୍ୟ ଗତି କରୁଛି।

ଦକ୍ଷିଣ ଆଫ୍ରିକାରେ ଥିବା କାରଖାନାକୁ ଏହା ବନ୍ଦ କରିସାରିଛି।

ଆଉ କିଛି କାରଖାନା ବନ୍ଦ କରିବା ଉପରେ ବିଚାର କରୁଛି।

ବ୍ରିଟେନ, ସିଙ୍ଗାପୁର,‌କୋଷ୍ଟାରିକା, ମେକ୍ସିକୋ,ପୋଲାଣ୍ଡ, ରୋମାନିଆ ଓ ମାଲେସିଆରେ କମ୍ପାନି କିଛି ପଦକୁ ଆଉଟ୍‌ସୋର୍ସ କରିବ।

ପାକିସ୍ତାନରେ ମଧ୍ୟ କମ୍ପାନି ଆଉଟ୍‌‌ସାର୍ସିଂ ଲାଗୁ କରିବା ବିଷୟରେ ବିଚାର କରୁଛି।

Smriti Mandhana: ସ୍ମୃତି ମନ୍ଧାନା କ୍ୟାଣ୍ଡିୟର୍‌ର ବ୍ରାଣ୍ଡ୍‌ ଆମ୍ବାସଡର୍‌ "