Shraddha Kapoor: ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ଇଠା’ର ଟ୍ରେଲର ଅକ୍ଟୋବର ୩୦ରେ, ଡିସେମ୍ବର ୪ରେ ହେବ ରିଲିଜ୍‌

Oct 28, 2026 - 13:13
Shraddha Kapoor: ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ଇଠା’ର ଟ୍ରେଲର ଅକ୍ଟୋବର ୩୦ରେ, ଡିସେମ୍ବର ୪ରେ ହେବ ରିଲିଜ୍‌

ମୁମ୍ବାଇ: ଶ୍ରଦ୍ଧା କପୁର ଖୁବ୍‌ଶୀଘ୍ର ଏକ ନୂଆ ଓ ଅନନ୍ୟ ଚରିତ୍ର ସହ ବଡ଼ ପରଦା କୁ ଫେରୁଛନ୍ତି।

ତାଙ୍କର ନୂଆ ବାୟୋଗ୍ରାଫିକାଲ୍ ଡ୍ରାମା ଫିଲ୍ମ 'ଇଠା'ର ଟ୍ରେଲର ରିଲିଜ୍‌କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଖୁବ୍‌ ଉତ୍ସାହ ଦେଖିବାକୁ ମିଳିଛି।

ମହାରାଷ୍ଟ୍ରର ଲୋକକଳା ଓ ଜଣେ ସଂଘର୍ଷମୟ ଜୀବନର କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ କ'ଣ ରହିଛି ବିଶେଷ, ଆସନ୍ତୁ ଜାଣିବା ଏହି ରିପୋର୍ଟରେ।

Advertisment ଶ୍ରଦ୍ଧା କପୁରଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି।

ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ 'ଇଠା'ର ଟ୍ରେଲର ଖୁବ୍‌ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି।

ଶ୍ରଦ୍ଧା ନିଜେ ଇନ୍‌ଷ୍ଟାଗ୍ରାମରେ ଏହା ଘୋଷଣା କରିଛନ୍ତି।

ତାଙ୍କ ସୂଚନା ଅନୁଯାୟୀ, ଫିଲ୍ମର ଟ୍ରେଲର ଚଳିତ ସପ୍ତାହ ଶୁକ୍ରବାର, ଅର୍ଥାତ୍‌ ଅକ୍ଟୋବର ୩୦ରେ ରିଲିଜ୍‌ ହେବ।

ଏହି ଘୋଷଣା ସହ ନିର୍ମାତା ଏକ ଛୋଟ ଟିଜର୍‌ ମଧ୍ୟ ଜାରି କରିଛନ୍ତି।

ଏଥିରେ 'ବିଖରେଗା ଜଲୱା ଇସ୍‌ ଶୁକ୍ରବାର' ଲେଖାଥିବା ଦେଖିବାକୁ ମିଳିଛି।

ଏହି ପ୍ରଥମ ଝଲକ ଫିଲ୍ମକୁ ନେଇ ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ବଢ଼ାଇ ଦେଇଛି।

ଶ୍ରଦ୍ଧାଙ୍କୁ ଏହି ନୂଆ ଅବତାର ଓ ଭିନ୍ନ ଅନ୍ଦାଜରେ ବଡ଼ ପରଦାରେ ଦେଖିବାକୁ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି।

ଇନ୍‌ଷ୍ଟାଗ୍ରାମରେ ଜାରି ହୋଇଥିବା ଏହି ଛୋଟ ଝଲକରେ ଏକ ବିଶାଳ ଖୋଲା ପଡ଼ିଆ ଦେଖାଯାଉଛି।

ସେଠାରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିବା ବେଳେ ସେମାନଙ୍କ ହାତରେ ଜଳୁଥିବା ମହମବତୀ ଦେଖିବାକୁ ମିଳୁଛି।

ଭିଡ଼ ମଝିରେ ଏକ ଖାଲି ସ୍ଥାନରେ କେବଳ ଜଣେ ବ୍ୟକ୍ତି ଠିଆ ହୋଇଥିବା ନଜର ଆସୁଛି।

ଏହାପରେ ପରଦାରେ ସୁନେଲି ଅକ୍ଷରରେ 'ବିଖରେଗା ଜଲୱା ଇସ୍‌ ଶୁକ୍ରବାର' ଲେଖା ପ୍ରଦର୍ଶିତ ହେଉଛି।

ନିର୍ମାତା ସ୍ପଷ୍ଟ କରିଛନ୍ତି ଯେ ଏହି ଫିଲ୍ମ ଆସନ୍ତା ଡିସେମ୍ବର ୪ ତାରିଖରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବ।

ଏହି ଖବର ପ୍ରଶଂସକଙ୍କ ଖୁସିକୁ ଦ୍ୱିଗୁଣିତ କରିଛି।

ସେନ୍ସର ବୋର୍ଡରୁ ମିଳିଲା UA 16+ ସାର୍ଟିଫିକେଟ୍‌ 'ବକ୍ସ ଅଫିସ୍‌ ୱାର୍ଲ୍ଡୱାଇଡ୍‌'ର ରିପୋର୍ଟ ଅନୁଯାୟୀ, ସେନ୍ସର ବୋର୍ଡ ଶ୍ରଦ୍ଧା କପୁରଙ୍କ ଏହି ଫିଲ୍ମର ଟ୍ରେଲରକୁ UA 16+ ସାର୍ଟିଫିକେଟ୍‌ ଦେଇ ଅନୁମୋଦନ କରିଛି।

ଟ୍ରେଲରର ଅବଧି ୨ ମିନିଟ୍‌ ୫୮ ସେକେଣ୍ଡ ରହିବ।

ଏହା ସହ ଆଉ ଏକ ଖବର ମଧ୍ୟ ସାମ୍ନାକୁ ଆସିଛି।

ଖୁବ୍‌ଶୀଘ୍ର ସିନେମା ହଲ୍‌କୁ ଆସିବାକୁ ଥିବା ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ରାମାୟଣ ପାର୍ଟ-୧' ସହିତ ଶ୍ରଦ୍ଧାଙ୍କ ଫିଲ୍ମର ଟ୍ରେଲର ପ୍ରଦର୍ଶିତ ହୋଇପାରେ ବୋଲି କୁହାଯାଉଛି।

Theft: ହାତିଖମ୍ବାରେ ପାଗଳ ବାବାଙ୍କ ପିତଳ ମୂର୍ତ୍ତି ଚୋରି, ବାରମ୍ବାର ଚୋରି ଘଟଣାକୁ ନେଇ ଭକ୍ତଙ୍କ ଉଦ୍‌ବେଗ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଲକ୍ଷ୍ମଣ ଉତେକର।

ଏହା ପୂର୍ବରୁ ସେ 'ଜରା ହଟ୍‌କେ ଜରା ବଚ୍‌କେ' ଭଳି ଫିଲ୍ମ ନିର୍ମାଣ କରିଛନ୍ତି।

'ଇଠା' ମାଧ୍ୟମରେ ସିନେମା ହଲ୍‌ରେ ମହାରାଷ୍ଟ୍ରର ଲୋକକଳାକୁ ଏକ ବଡ଼ ପରିସରରେ ଦେଖିବାକୁ ମିଳିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)