Shooting: ଫୁଲବାଣୀରେ ଫକୀରମୋହନ ସେନାପତିଙ୍କ ଚର୍ଚ୍ଚିତ ଗଳ୍ପର କାହାଣୀ ଆଧାରିତ ‘ଡାକମୁନ୍ସୀ’ ଫିଲ୍ମର ଟିମ୍
ଭୁବନେଶ୍ବର: ବ୍ୟାସକବି ଫକୀରମୋହନ ସେନାପତିଙ୍କ ଚର୍ଚ୍ଚିତ ଗଳ୍ପର କାହାଣୀ ଆଧାରିତ ଏକ ଓଡ଼ିଆ ଛବି ସଂପ୍ରତି ତିଆରି ହେଉଛି।
ଏହାର ଶୀର୍ଷକ ହେଲା 'ଡାକମୁନ୍ସୀ'।
ଇତିମଧ୍ୟରେ ଏହାର ପ୍ରଥମ ପର୍ଯ୍ୟାୟ ସୁଟିଂ ନୟାଗଡ଼ ଠାରେ ଶେଷ ହେବା ପରେ ଏହାର ପରବର୍ତ୍ତୀ ପର୍ଯ୍ୟାୟ ସୁଟିଂ ଏବେ ଫୁଲବାଣୀରେ ଚାଲିଛି।
ସୁବାସ ଦାସ ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି।
ଏହି ସିନେମାରେ ଚୌଧୁରୀ ଜୟପ୍ରକାଶ ଦାସ, ଶୈଳେନ୍ଦ୍ର ଓ ଦିଶାନୀ ଦେବାଞ୍ଜନା ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।
Advertisment ହରି ସିଂହ ଭୂମିକାରେ ଜୟପ୍ରକାଶ ଦାସ ଶେଳେନ୍ଦ୍ରଙ୍କ ଅଭିନୀତ ବେଶ କେତୋଟି ଓଡ଼ିଆ ଛବି ବଡ଼ ପରଦରେ ମୁକ୍ତିଲାଭ କରିଛି।
ଏଥିମଧ୍ୟରୁ ପୃଥ୍ବୀରାଜ ପଟ୍ଟନାୟକଙ୍କ 'ଗୁପଚୁପ୍, ଅଶୋକ ପତିଙ୍କ ନିର୍ଦ୍ଦେଶିତ 'ଗୁଡ୍ଡୁ ଗ୍ୟାଙ୍ଗଷ୍ଟର୍', ରାଜା ଡିଙ୍କ ନିର୍ଦ୍ଦେଶିତ ଦଶମ ଓ ଘମାଘୋଟ୍, ଅଭିଷେକ ମିତ୍ରଙ୍କ ନିର୍ଦ୍ଦେଶିତ ଫାର୍ଷ୍ଟ୍ ଲଭ୍, ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ 'ଛିରେ ନନୀ ଛି' ଏବଂ ଅଶ୍ବିନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଡେଲିଭରି ବୟ ଓ 'ଡେଲିଭରି ବୟ ୨', ବିଶ୍ବରଂଜନ ପ୍ରଧାନଙ୍କ 'ବରବଧୂ' ଓ ଦିବ୍ୟଜ୍ୟୋତି ଉଦୟ ସିଂହଙ୍କ 'ଯଦି' ଆଦିରେ ପ୍ରଭାବଶାଳୀ ଅଭିନୟ କରିଛନ୍ତି ସେ।
ଆଉ 'ଡାକମୁନ୍ସୀ'ରେ ବି ସେ ନଜର ଆସିବେ ଏକ ଭିନ୍ନ ଚରିତ୍ରରେ।
ତାଙ୍କୁ ନାୟକ ଗୋପାଳ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।
ତେଣେ ତାଙ୍କ ବିପକ୍ଷରେ ନାୟିକା ସାଜି କ୍ୟାରିଅର୍ ଆରମ୍ଭ କରୁଛନ୍ତି ଦିଶାନୀ ଦେବାଞ୍ଜନା।
ଏଥିରେ ହରି ସିଂହ ଭୂମିକାରେ ନଜର ଆସିବେ ଚୌଧୁରୀ ଜୟପ୍ରକାଶ ଦାସ।
ବରିଷ୍ଠ ସିନେମାଟୋଗ୍ରାଫର ଯୁଗଳ ଦେବତା ଏହାର ଚିତ୍ରୋତ୍ତଳନ ଦାୟିତ୍ବରେ ଥିବାବେଳେ ସ୍ବର ସଂଯୋଜନା କରିଛନ୍ତି ବିକାଶ ଦାସ।
ଫିଲ୍ମକୁ ନେଇ ଟିମ୍ ବେଶ୍ ଉତ୍ସାହିତ ଅଛନ୍ତି।
Babusan: ବାବୁସାନ୍ଙ୍କ ପ୍ୟାନ୍ ଇଣ୍ଡିଆ ସିନେମା: 'ନବରୂପ', କୋରାପୁଟରେ ଫିଲ୍ମର ସୁଟିଂ ଜାରି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
