Shooting: ଦିନ ଦିପହରରେ ଗର୍ଜିଲା ଦୁର୍ବୃତ୍ତଙ୍କ ବନ୍ଧୁକ, ଯୁବ ବ୍ୟବସାୟୀଙ୍କ ମୃତ୍ୟୁ
"ବାଲେଶ୍ବର (ରିତେନ୍ଦ୍ର ଛାଟୋଇ): ରାଜ୍ୟରେ ଦିନକୁ ଦିନ ଅପରାଧିକ ଗତିବିଧି ବଢ଼ିବାରେ ଲାଗିଛି।
ଆଇନ କାନୁନ ବ୍ୟବସ୍ଥାକୁ ଅପରାଧୀମାନେ ଖାତିର କରୁ ନାହାନ୍ତି।
ଆଜି ଦିନ ଦିପହରରେ ବାଲେଶ୍ବର ସହରର ସହଦେବଖୁଣ୍ଟା ଥାନା ଅଧୀନ ଅରଡ଼ବଜାରରେ ଗୁଳି ଫୁଟିଛି।
ଏହି ଗୁୁଳିମାଡ଼ରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି।
ମୃତକ ହେଲେ ଶେଖ୍ ହମିଦ।Advertisment ସୂଚନା ଅନୁସାରେ ଆଜି ଅପରାହ୍ଣ ପ୍ରାୟ ୪ଟାରେ ଦୁର୍ବୃତ୍ତମାନେ ଯୁବ ବ୍ୟବସାୟୀ ଶେଖ୍ ହମିଦଙ୍କୁ ଟାର୍ଗେଟ କରିଥିଲେ।
ସେମାନେ ଶେଖ୍ ହମିଦଙ୍କୁ ଲକ୍ଷ୍ୟ କରି ଅତି ନିକଟରୁ ପ୍ରାୟ ୧୦ ରାଉଣ୍ଡ୍ ଗୁଳିମାଡ଼ କରିଥିଲେ।
ଗୁଳିମାଡ଼ର ଶିକାର ହେଲା ପରେ ଶେଖ୍ ହମିଦ ଘଟଣାସ୍ଥଳରେ ହିଁ ତଳେ ପଡ଼ି ଯାଇଥିଲେ।
ସେ ରକ୍ତ ଜୁବୁବୁଡୁ ଅବସ୍ଥାରେ ଛଟପଟ ହେଉଥିଲା ବେଳେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ହୋଇଯାଇଥିଲେ।
PoK: ପାକ୍ ସେନାର ଗୁଳିମାଡ଼ରେ ୧୯ ଶିଶୁ, ୭ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା।
ଶେଖ୍ ହମିଦଙ୍କୁ ଉଦ୍ଧାର କରି ପୁଲିସ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।
ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ବୋଲି ସହଦେବଖୁଣ୍ଟା ଆଇଆଇସି ଆଲୋକ ବେହେରା କହିଛନ୍ତି।
"