Shooting: କାନାଡା ୱାଲମାର୍ଟ ବାହାରେ ଗୁଳିକାଣ୍ଡରେ ଦୁଇ ଜଣ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କ ମୃତ୍ୟୁ
ଓଟାୱା: ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କାନାଡାର ବ୍ରିଟିଶ କଲମ୍ବିଆସ୍ଥିତ ସରେରେ ଏକ ୱାଲମାର୍ଟ ଷ୍ଟୋର ବାହାରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଦୁଇଜଣ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।
ସେମାନଙ୍କୁ ଟାର୍ଗେଟ କରି ଏହି ଅପରାଧ ଘଟିଥିବା ବିଶ୍ବାସ କରାଯାଉଛି ଓ ଗୁଳିକାଣ୍ଡ ଘଟଣା ସଂଗଠିତ ଅପରାଧ ସହିତ ଜଡିତ ବୋଲି କାନାଡା ପୁଲିସ ଅନୁମାନ କରୁଛି।
Advertisment ଗୁଳିକାଣ୍ଡ ଘଟଣାରେ ମୃତ୍ୟୁ କାନାଡାର ସମନ୍ୱିତ ହତ୍ୟା ତଦନ୍ତ ଦଳ (ଆଇଏଚ୍ଆଇଟି) କହିଛି ଯେ, ନଭେମ୍ବର ୧୫ ତାରିଖ ରାତିରେ ୱାଲମାର୍ଟ ଷ୍ଟୋର ବାହାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ୨୩ ବର୍ଷୀୟ ଗଗନପ୍ରୀତ (ଗ୍ୟାରୀ) ରେହାଲ ଓ ୨୪ ବର୍ଷୀୟ ସୁଖଜିତ୍ କୌର ଶିକାର ହୋଇଥିଲେ ଓ ହସ୍ପିଟାଲରେ ସେମାନଙ୍କର ମୃତ୍ୟୁ ହୋଇଛି।
ପୁଲିସ କହିଛି ଯେ, ଉଭୟ ମୃତକ ଡେଲ୍ଟା ଟାଉନସିପ୍ରେ ରହୁଥିଲେ।
ରେହାଲ ଅସ୍ତ୍ରଶସ୍ତ୍ର ସମ୍ପର୍କିତ ଅପରାଧ ପାଇଁ ଜଣାଶୁଣା ଥିଲା, କିନ୍ତୁ କୌରର କାନାଡ଼ାରେ ବିଶେଷ ଯୋଗାଯୋଗ ନଥିଲା।
ରୁପା ୨୦ ହଜାର ଟଙ୍କା କମିଲା ସିବିସି ନ୍ୟୁଜ୍ ଆଇଏଚ୍ଆଇଟି ସର୍ଜେଣ୍ଟ ଫ୍ରେଡା ଫଙ୍ଗଙ୍କୁ ଉଦ୍ଧୃତ କରି କହିଛି ଯେ, ନଭେମ୍ବର ୧୫ ରାତି ୧୦ଟା ୫୧ ରେ ୱାଲମାର୍ଟ ପାଖରେ ଥିବା ଏକ କାର୍ରେ ନିଆଁ ଲାଗିବା ଘଟଣା ଗୁଳିକାଣ୍ଡ ସହିତ ଜଡ଼ିତ ବୋଲି ପୁଲିସ ବିଶ୍ୱାସ କରୁଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଳିଯାଇଥିବା ଗାଡ଼ିଟି ସନ୍ଦିଗ୍ଧ ଗାଡ଼ି ବୋଲି ବିଶ୍ୱାସ କରାଯାଉଛି।
ଗୁଳିକାଣ୍ଡ ଟାର୍ଗେଟ କରି କରାଯାଇଥିଲା ଓ ସଙ୍ଗଠିତ ଅପରାଧ ସହିତ ଜଡ଼ିତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
