Shivling: ଆଶ୍ଚର୍ଯ୍ୟଜନକ ପରମ୍ପରା: ବର୍ଷସାରା ଜଳମଗ୍ନ ରହେ ଶିବଲିଙ୍ଗ, ମହାଶିବରାତ୍ରିରେ ଦିଅନ୍ତି ଦର୍ଶନ

Oct 30, 2026 - 12:06
Shivling: ଆଶ୍ଚର୍ଯ୍ୟଜନକ ପରମ୍ପରା: ବର୍ଷସାରା ଜଳମଗ୍ନ ରହେ ଶିବଲିଙ୍ଗ, ମହାଶିବରାତ୍ରିରେ ଦିଅନ୍ତି ଦର୍ଶନ

ଭାରତରେ ଏପରି ଅନେକ ମନ୍ଦିର ରହିଛି, ଯାହାର ପରମ୍ପରା ଓ ପୂଜାବିଧି ଅନ୍ୟ ମନ୍ଦିରଠାରୁ ସମ୍ପୂର୍ଣ୍ଣ ଭିନ୍ନ।

କେଉଁଠି ଦେବଦେବୀଙ୍କୁ ସ୍ୱତନ୍ତ୍ର ରୀତିନୀତିରେ ପୂଜା କରାଯାଏ ତ ଆଉ କେଉଁଠି ରହିଛି ଆଶ୍ଚର୍ଯ୍ୟଜନକ ପରମ୍ପରା।

ଏଭଳି ଏକ ଅନନ୍ୟ ପରମ୍ପରା ପାଇଁ ପରିଚିତ କେରଳର ଅରକ୍କୁପରମ୍ବା ଶ୍ରୀ ଅର୍ଦ୍ଧନାରୀଶ୍ୱର ମନ୍ଦିର।

ଏଠାରେ ଥିବା ଶିବଲିଙ୍ଗ ବର୍ଷର ୩୬୪ ଦିନ ପାଣି ଭିତରେ ବୁଡ଼ି ରହିଥାଏ।

କେବଳ ମହାଶିବରାତ୍ରି ଦିନ ମନ୍ଦିରରୁ ପାଣି ନିଷ୍କାସନ କରାଯିବା ପରେ ଭକ୍ତଙ୍କୁ ଶିବଲିଙ୍ଗ ଦର୍ଶନର ସୁଯୋଗ ମିଳିଥାଏ।

Advertisment କେରଳର ମଲପ୍ପୁରମ୍ ଜିଲ୍ଲା ଅରକ୍କୁପରମ୍ବାରେ ଅବସ୍ଥିତ ଏହି ମନ୍ଦିର ପେରିନ୍ଥଲମନ୍ନାଠାରୁ ପ୍ରାୟ ୧୭ କିଲୋମିଟର ଦୂରରେ ରହିଛି।

ଏଠାରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ମିଳିତ ସ୍ୱରୂପ ଅର୍ଦ୍ଧନାରୀଶ୍ୱରଙ୍କୁ ଆରାଧନା କରାଯାଏ।

ମନ୍ଦିରର ଏହି ନିଆରା ପରମ୍ପରା ଦେଖିବା ସହ ଶିବଲିଙ୍ଗ ଦର୍ଶନ କରିବା ପାଇଁ ମହାଶିବରାତ୍ରିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।

ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ଓ ସମୃଦ୍ଧି ଏହି ମନ୍ଦିରରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଆଶୀର୍ବାଦ ଲାଭ ପାଇଁ ଭକ୍ତମାନେ ବିଭିନ୍ନ ପୂଜାର୍ଚ୍ଚନା କରିଥାନ୍ତି।

ମନ୍ଦିରରେ ଉମା ମହେଶ୍ୱର ପୂଜା ଏକ ବିଶେଷ ରୀତି ଭାବେ ପରିଚିତ।

ଏହି ପୂଜା ମାଧ୍ୟମରେ ଭକ୍ତମାନେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ, ଉତ୍ତମ ବୁଝାମଣା ଓ ସମ୍ପର୍କରେ ସ୍ଥିରତା ପାଇଁ ପ୍ରାର୍ଥନା କରନ୍ତି।

ଏହାବ୍ୟତୀତ ପର୍ବପର୍ବାଣୀ ସମୟରେ 'ପାଟୁମ୍ ଥାଲିୟୁମ୍ ସମର୍ପଣମ୍' ନାମକ ଏକ ସ୍ୱତନ୍ତ୍ର ରୀତିନୀତି ମଧ୍ୟ ପାଳନ କରାଯାଏ।

ମନ୍ଦିରରେ ବର୍ଷସାରା ବିଭିନ୍ନ ଧାର୍ମିକ ଉତ୍ସବ ଓ ପୂଜାର୍ଚ୍ଚନା ଆୟୋଜିତ ହୋଇଥାଏ।

ଡିସେମ୍ବର କିମ୍ବା ଜାନୁଆରୀ ମାସରେ ପାଞ୍ଚ ଦିନ ଧରି ବାର୍ଷିକ ଉତ୍ସବ ପାଳନ କରାଯାଏ।

ଧ୍ୱଜାରୋହଣରୁ ଆରମ୍ଭ ହେଉଥିବା ଏହି ଉତ୍ସବ 'ଥିରୁ ଅରଟ୍ଟୁ' ରୀତିନୀତି ସହ ଶେଷ ହୋଇଥାଏ।

ସେହିପରି ଜୁନ୍ କିମ୍ବା ଜୁଲାଇ ମାସରେ ୧୦୦୮ କଳସ ଜଳାଭିଷେକର ଆୟୋଜନ କରାଯାଏ।

ଏହି ଅବସରରେ ୧୦୦୮ଟି କଳସର ଜଳରେ ଭଗବାନଙ୍କ ଅଭିଷେକ କରାଯାଇଥାଏ।

High Court Judges: ଜମ୍ମୁ-କାଶ୍ମୀର ଓ ଲଦାଖ ହାଇକୋର୍ଟରେ ବିଚାରପତି ପାଇଁ ୯ ଆଇନଜୀବୀ ନାମ ସୁପାରିସ ମନ୍ଦିରରେ ଦର୍ଶନ ପାଇଁ ନିର୍ଦ୍ଦିଷ୍ଟ ସମୟ ରହିଛି।

ସକାଳ ୬ଟାରୁ ୯ଟା ୩୦ ପର୍ଯ୍ୟନ୍ତ ଏବଂ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିଥାଏ।

ଏଠାକୁ ଆସୁଥିବା ଭକ୍ତଙ୍କ ପାଇଁ ମାଗଣା ଭୋଜନ ବ୍ୟବସ୍ଥା ମଧ୍ୟ ରହିଛି।

ମନ୍ଦିରରେ କିପରି ପହଞ୍ଚିବେ?

କେରଳର ମଲପ୍ପୁରମ୍ ଜିଲ୍ଲାରେ ଥିବା ଏହି ମନ୍ଦିରକୁ ସଡ଼କ, ରେଳ ଓ ବିମାନ ମାର୍ଗରେ ଯାଇହେବ।

ନିକଟତମ ବିମାନବନ୍ଦର ହେଉଛି କାଲିକଟ୍ ଅନ୍ତର୍ଜାତୀୟ ବିମାନବନ୍ଦର, ଯାହା ମନ୍ଦିରଠାରୁ ପ୍ରାୟ ୪୦ରୁ ୫୦ କିଲୋମିଟର ଦୂରରେ ରହିଛି।

ରେଳଯାତ୍ରା ପାଇଁ ଅଙ୍ଗଡିପୁରମ୍ ରେଳ ଷ୍ଟେସନ୍ ଏକ ନିକଟତମ ବିକଳ୍ପ।

ସେହିପରି ପେରିନ୍ଥଲମନ୍ନାରୁ ସ୍ଥାନୀୟ ବସ୍ ଓ ଟ୍ୟାକ୍ସି ଯୋଗେ ମନ୍ଦିରକୁ ଯାଇହେବ।

ଏକ ଅନନ୍ୟ ପରମ୍ପରା, ଧାର୍ମିକ ଆସ୍ଥା ଓ ସ୍ୱତନ୍ତ୍ର ପୂଜାବିଧିକୁ ନେଇ ଏହି ମନ୍ଦିର କେରଳର ଧାର୍ମିକ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଏକ ବିଶେଷ ପରିଚୟ ସୃଷ୍ଟି କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)