Shashi Tharoor: ନେପାଳକୁ ଭାରତ ସାହାଯ୍ୟ ପଠାଉଥିବାବେଳେ ‘ଅଂହକାର’ ନ କରିବାକୁ ଶଶି ଥରୁର୍ଙ୍କ ପରାମର୍ଶ
"ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ପୂର୍ବତନ କୂଟନୀତିଜ୍ଞ ଶଶି ଥରୁର୍ ନେପାଳରେ ଆସିଥିବା ଭୟଙ୍କର ବନ୍ୟା ପରେ ଭାରତର ତୁରନ୍ତ ସହାୟତାକୁ ସ୍ୱାଗତ କରିଛନ୍ତି, କିନ୍ତୁ ପଡ଼ୋଶୀ ଦେଶକୁ ସହାୟତା ପ୍ରଦାନ କରିବା ବିଷୟରେ ଭାରତୀୟ ଗଣମାଧ୍ୟମକୁ ୨୦୧୬ର ଅଂହକାର ପ୍ରଦର୍ଶନ ନ କରିବାକୁ ଚେତାବନୀ ଦେଇଛନ୍ତି।
୨୦୧୬ ରେ ନେପାଳରେ ଆସିଥିବା ଭୟଙ୍କର ଭୂମିକମ୍ପ ପରେ ଭାରତ-ନେପାଳ ସମ୍ପର୍କ ଖୁବ୍ ନିମ୍ନସ୍ତରକୁ ଚାଲି ଯାଇଥିଲା।Advertisment କ୍ରୋଧ ଓ ଅସନ୍ତୋଷ ସୃଷ୍ଟି ୨୦୧୬ ମସିହାରେ ନେପାଳରେ ବଡ଼ ଭୂମିକମ୍ପ ପରେ ସେତେବେଳେ ଭାରତୀୟ ଗଣମାଧ୍ୟମରେ ଭାରତୀୟ ରିଲିଫ୍ ସହାୟତା ବ୍ୟାପକ ପ୍ରସାରଣ ନେପାଳୀ ଲୋକଙ୍କ ମଧ୍ୟରେ ବ୍ୟାପକ କ୍ରୋଧ ଓ ଅସନ୍ତୋଷ ସୃଷ୍ଟି କରିଥିଲା।
ସେତେବେଳେ ଗଣମାଧ୍ୟମ ପ୍ରସାରଣକୁ ନିନ୍ଦା କରି ଥରୁର୍ କହିଥିଲେ ଯେ, ଯେଉଁମାନେ ସଙ୍କଟରେ ଅଛନ୍ତି ଓ ସାହାଯ୍ୟ ପାଉଛନ୍ତି ସେମାନଙ୍କୁ ସାହାଯ୍ୟ ଦେଉଥିବା ଲୋକମାନେ ଏହା କହିବା ଆବଶ୍ୟକ ନୁହେଁ।
ଏଥର ମଧ୍ୟ ନେପାଳ ପ୍ରତି ଭାରତର ମନୋଭାବରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇ ଥରୁର୍ କହିଛନ୍ତି ଯେ, ନୂଆଦିଲ୍ଲୀ ନେପାଳକୁ ଏକ ସାର୍ବଭୌମ, ସମାନ ଦେଶ ଭାବରେ ବ୍ୟବହାର କରିବା ଗୁରୁତ୍ୱପୂର୍ଣ୍ଣ।
ନେପାଳର ୨୦୧୬ ଅଘୋଷିତ ଆର୍ଥିକ ଅବରୋଧକୁ "ବଡ଼ ଭୁଲ୍" ବୋଲି ଅଭିହିତ କରି ଥରୁର୍ କହିଛନ୍ତି ଯେ, ଏହା ସେତେବେଳେ ଦିଲ୍ଲୀ-କାଠମାଣ୍ଡୁ ସମ୍ପର୍କକୁ କ୍ଷତି ପହଞ୍ଚାଇଥିଲା।
Haryanvi Singer: ଉତ୍ତର ପ୍ରଦେଶର ଶାମଲୀରେ ହରିୟାଣଭୀ ଗାୟକ ଅଙ୍କିତ ବଲିୟାନଙ୍କୁ ଗୁଳି କରି ହତ୍ୟା, ଗୋଗୀ ଗ୍ୟାଙ୍ଗ୍ ନିଜକୁ ଦାୟୀ କଲା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
