Shashi Tharoor: ଉପନିବେଶବାଦୀ ଅତୀତ ପାଇଁ ବି ବ୍ରିଟେନ୍ କ୍ଷମା ମାଗୁ: ଥରୁର୍
ଲଣ୍ଡନ: କମନୱେଲଥ (ରାଜ୍ୟଗୋଷ୍ଠୀ) ଶିଖର ସମ୍ମିଳନୀରେ ଯୋଗ ଦେବା ପୂର୍ବରୁ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତି ଦେଇଛନ୍ତି। ଶତାବ୍ଦୀ ଶତାବ୍ଦୀ ଧରି ଚାଲିଥିବା କ୍ରୀତଦାସ ବ୍ୟବସାୟର କଳଙ୍କିତ ଇତିହାସ ପାଇଁ ଆନୁଷ୍ଠାନିକ କ୍ଷମା ପ୍ରାର୍ଥନା କରିବାକୁ ବ୍ରିଟେନ୍ ରାଜି ବୋଲି ସେ କହିଛନ୍ତି। ତେବେ ଏଥିପାଇଁ ଆର୍ଥିକ କ୍ଷତିପୂରଣ ଦେବାକୁ ବ୍ରିଟିଶ୍ ସରକାର ନାରାଜ୍। ବ୍ରିଟେନ୍ର ଐତିହାସିକ ଭୁଲ୍କୁ ସ୍ୱୀକାର କରିବା ସହିତ ପ୍ରଭାବିତ ଦେଶ ଓ ସମୁଦାୟଙ୍କ ସହ ଆଲୋଚନା ପାଇଁ ବର୍ନହାମ୍ ଆଗ୍ରହ ପ୍ରକାଶ କରିଛନ୍ତି।
‘ଦି ଗାର୍ଡିଆନ୍’ରେ ଏକ ଲେଖା ମାଧ୍ୟମରେ ବର୍ନହାମ୍ କହିଛନ୍ତି, ଦାସତ୍ବ ବ୍ୟବସାୟ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଯେଉଁ ଯନ୍ତ୍ରଣା ଓ ନିର୍ଯାତନା ଭୋଗିଛନ୍ତି, ତାହା ପାଇଁ ସେ ଗଭୀର ଦୁଃଖ ଓ ଅନୁତାପ ପ୍ରକାଶ କରୁଛନ୍ତି। ଏହି ଇତିହାସର ପ୍ରଭାବ ଆଜି ବି ବିଶ୍ୱରେ ଅନୁଭୂତ ହେଉଛି ବୋଲି ସେ ସ୍ୱୀକାର କରିଛନ୍ତି। ତେବେ କ୍ରୀତଦାସ ବ୍ୟବସାୟ ପାଇଁ ବର୍ତ୍ତମାନର ବ୍ରିଟିଶ୍ ନାଗରିକଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଯୁକ୍ତି ଦର୍ଶାଇ କ୍ଷତିପୂରଣ ଦାବିକୁ ସେ ଖାରଜ କରିଛନ୍ତି।
Shashi Tharoor: ନେପାଳକୁ ଭାରତ ସାହାଯ୍ୟ ପଠାଉଥିବାବେଳେ ‘ଅଂହକାର’ ନ କରିବାକୁ ଶଶି ଥରୁର୍ଙ୍କ ପରାମର୍ଶ
ପଞ୍ଚଦଶରୁ ଊନବିଂଶ ଶତାବ୍ଦୀ ମଧ୍ୟରେ ଅନ୍ତତଃ ୧ କୋଟି ୨୫ ଲକ୍ଷ ଆଫ୍ରିକୀୟଙ୍କୁ ଧରି ନେଇ ଦାସ ଭାବେ ବିକ୍ରି କରାଯାଇଥିଲା। ଏଥିରୁ ପ୍ରାୟ ୩୨ ଲକ୍ଷ ଲୋକଙ୍କୁ ବ୍ରିଟେନ୍ ଆଟଲାଣ୍ଟିକ୍ ମହାସାଗର ପାର କରାଇଥିଲା। ଆସନ୍ତା ସପ୍ତାହରେ ଆଣ୍ଟିଗୁଆ ଓ ବାର୍ବୁଡାରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ ସମ୍ମିଳନୀରେ ଏହି ପ୍ରସଙ୍ଗ ଉଠିବା ସମ୍ଭାବନା ରହିଛି। କାରିବୀୟ ଦେଶଗୁଡ଼ିକ କ୍ଷତିପୂରଣ ଦାବିରେ ଅଟଳ ଥିବାବେଳେ ବର୍ନହାମ୍ ଋଣ ପରିଶୋଧରେ ଅଧିକ ସମୟ ଓ କମ୍ ସୁଧ ଭଳି ସହାୟତା ପ୍ରସ୍ତାବ ଦେଇଛନ୍ତି। ତେଣୁ ଏହି ପ୍ରସଙ୍ଗରେ ବ୍ରିଟେନ୍ର ଆଭିମୁଖ୍ୟ ଆଗାମୀ ଦିନରେ କେଉଁ ମୋଡ଼ ନେବ, ତାହା ଉପରେ ବିଶ୍ୱର ନଜର ରହିଛି।
ଅନ୍ୟପକ୍ଷରେ, କଂଗ୍ରେସ ସାଂସଦ ଶଶି ଥରୁର୍ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ଥରୁର୍ କହିଛନ୍ତି, ସେମାନେ ଟ୍ରାନ୍ସ-ଆଟଲାଣ୍ଟିକ କ୍ରିତଦାସ ବାଣିଜ୍ୟରେ ବ୍ରିଟେନର ଭୂମିକା ପାଇଁ କ୍ଷମା ପ୍ରାର୍ଥନା କରିବାକୁ ବିଚାର କରିଥିଲେ କିନ୍ତୁ ଏହାର ଉପନିବେଶବାଦୀ ଅତୀତ ପାଇଁ କ୍ଷମା ମାଗିବାକୁ ଭୁଲି ଯାଇଛନ୍ତି। ତିରୁଅନନ୍ତପୁରମ ଲୋକସଭା ସାଂସଦ ଉପନିବେଶବାଦ ପ୍ରସଙ୍ଗକୁ ଛାଡ଼ି ଦେବା ଅବର୍ଣ୍ଣନୀୟ ଓ ଅକ୍ଷମଣୀୟ ବୋଲି ବର୍ଣ୍ଣନା କରି ଯୁକ୍ତି ଦେଇଛନ୍ତି ଯେ, ବ୍ରିଟେନକୁ ମଧ୍ୟ ଏହାର ଔପନିବେଶିକ ଶାସନ ଯୋଗୁଁ ହେଉଥିବା ଦୁଃଖକୁ ସ୍ୱୀକାର କରିବାକୁ ପଡିବ।
କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କାହିଁକି କରିଥିଲେ ‘ଆଲିଙ୍ଗନ’? କାରଣ ଖୁଲାସା କଲେ କଂଗ୍ରେସ ସାଂସଦ ଶଶି ଥରୁର୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
